loading...

ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ । ଦେଶରେ ଗଣତନ୍ତ୍ର ନାହିଁ।

ଅଖୁଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆଜି ହାଥରସ୍ ଗଣଦୁଷ୍କର୍ମର ମୃତ ପୀଡ଼ିତାର ପରିବାରକୁ।

ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ । ଦେଶରେ ଗଣତନ୍ତ୍ର ନାହିଁ।

ଭୁବନେଶ୍ୱର ; ଅଖୁଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆଜି ହାଥରସ୍ ଗଣଦୁଷ୍କର୍ମର ମୃତ ପୀଡ଼ିତାର ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଉତର ପ୍ରଦେଶର ପୋଲିସ୍‌ ଯେଭଳି ଭାବରେ ଉଭୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଯେପରି ଭାବରେ ଆକ୍ରମଣ କଲେ ତାର ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ସ୍ମତି ରଞ୍ଜନ ଲେଙ୍କା ଏବଂ ଛାତ୍ର କଂଗ୍ରେସ ନେତା ୟାସିର ନୱାଜଙ୍କ ମିଳିତ ନେତୃତ୍ବରେ ମାଷ୍ଟର କ୍ୟାଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀ ପତି ଓ ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇଥିଲେ । ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ଯାଇ ମାଷ୍ଟରକ୍ୟାଟିନ ଠାରେ ରାସ୍ତାରୋକ କରିବା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରିଥିଲେ । 

ବିଜେପି ସରକାର ଉତର ପ୍ରଦେଶରେ ହିଟଲରୀ ଶାସନ ଚଳାଇଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ପୋଲିସ୍‌ ନିଜର ସୀମା ଉଲଙ୍ଘନ କରି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଯେଭଳି ଦୁଃବ୍ୟବହାର କରିଛନ୍ତି ତାହା ଦ୍ବାରା ଦେଶରେ ଗଣତନ୍ତର ହତ୍ୟା ହୋଇଛି ଏବଂ ମୋଦି ତନ୍ତ୍ର ବା ହିଟଲରୀ ତନ୍ତ୍ର ଋଲିଛି ବୋଲି ପ୍ରମାଣିତ । ଗଣ ଦୁଷ୍କର୍ମର ଅପରାଧୀଙ୍କୁ ଧରିବା ପାଇଁ ଏପର୍ଯ୍ୟନ୍ତ ଉତର ପ୍ରଦେଶ ପୋଲିସ ସକ୍ଷମ ହୋଇପାରିଲା ନାହିଁ । ମାତ୍ର ପୀଡ଼ିତାର ପରିବାରକୁ ଭେଟିବାକୁ ଯାଉଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ବଳପୂର୍ବକ ଅଟକାଇ ଦିଆଗଲା ଦେଶରେ ଗଣତନ୍ତ୍ର ନାହିଁ । 

ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ମୋଦୀ ଓ ଯୋଗୀଙ୍କର ନାଜିବାଦି ଶାସନକୁ ବିରୋଧ କରିବା ସହ ଯୋଗୀଙ୍କର ଇସ୍ତଫା ଦାବି କରୁଛି । ଅପରାଧୁଙ୍କୁ ତୁରନ୍ତ ଗିରଫ କରାଯାଇ ଦଣ୍ଡିତ କରିବାକୁ ମଧ୍ୟ ଦାବି କରାଯାଉଛି । ଏହି କାର୍ଯ୍ୟକ୍ରମରେ ରାଜୀବ ପଟ୍ଟନାୟକ, ଅଜୟ ସାହୁ, ସ୍ଵାଗତ କର, ସଂକୁନା କହଁର, ଗୋପନ ମାର୍ଥା, ନଳିନୀକାନ୍ତ ନାୟକ, ବିରଂଚି ବାରିକ୍, ଜ୍ଞାନରଞ୍ଜନ ରାଉତ, ବିଶ୍ଵରଞ୍ଜନ ଦାସ, ଆଶୁତୋଷ ଲେଙ୍କା, ଅମ୍ରତା ଦାସ, ମୁନି ଥାଭା, ସୁମିତ୍ରା ଜେନା, ବିପ୍ଳବ ପରିଡ଼ା, ସୌମ୍ୟ ମିଶ୍ର, ବାଦଲ ମହାନ୍ତି, ରିତୁଲ ମହାରଣା, ଅଲେଶ ଯାଦବ, ଯୁବରାଜ ମହାନ୍ତି, ଅହମ୍ମଦ ଖାନ, ସୁରଜ ରାଉତ, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, ଅଭିଳାଷ ସାମନ୍ତ ରାୟ, ସୁମନ୍ତ କୁମାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget