ଭୁବନେଶ୍ୱର ; ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ନେତା ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ବରେ ହାଥରସ୍ ଠାରେ ଦଳିତ ଝିଅ ମନୀଷା ବାଲ୍ମିକୀଙ୍କ ଉପରେ ହୋଇଥିବା ଗଣଦୁଷ୍କର୍ମକୁ ନିନ୍ଦା କରିବା ସହ ଦେଶରେ ନାରୀ ସୁରକ୍ଷା ଦାବି ରଖୁକି ମହମ୍ବବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାଟି ଭୁବନେଶ୍ବରର ମାଉସୀମା ଛକଠାରୁ ଆରମ୍ଭ ହୋଇ କଳ୍ପନା ମ୍ୟୁଜିୟମ ଛକ ପର୍ଯ୍ୟନ୍ତ ଆସିଥିଲା ।
ପରେ ଏଠାରେ ଛାତ୍ର କଂଗ୍ରେସର କର୍ମକର୍ତାମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରାଯିବା ସହ ଅଖୁଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଉପରେ ଉତରପ୍ରଦେଶ ପୋଲିସ ଦ୍ୱାରା ହୋଇଥିବା ଆକ୍ରମଣକୁ ଛାତ୍ର କଂଗ୍ରେସ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ନେତା ଶ୍ରୀ ସମ୍ବଭ ପଟ୍ଟନାୟକ, ସୌମ୍ୟ ରଞ୍ଜନ ଜେନା, ପ୍ରତ୍ୟୁଷ ଦାସ, ସାର୍ଥକ ପଟ୍ଟନାୟକ, ପ୍ରୀତମ ପାଇକରାୟ, ଅର୍ଜୁନ ସୁତାର, ସନ୍ଦୀପ ନାୟକ, ସୁନିଲ ନାୟକ ଓ ପ୍ରହଲ୍ଲାଦ ସ୍ଵାଇଙ୍କ ସମେତ ଅନେକ ଛାତ୍ର ନେତା ଯୋଗଦେଇ ଥିଲେ।
Post a Comment