loading...

ସାରା ଓଡ଼ିଶାରେ ଗାଁସାଥୀଙ୍କ ଆନ୍ଦୋଳନ ତେଜିଲା । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା ଗାଁସାଥୀ ।

ରାଜ୍ୟ ପଞ୍ଚାୟତିରାଜ ସଚିବଙ୍କ ତୁରନ୍ତ ବଦଳି ସମେତ ଅନ୍ୟାନ୍ୟ ୫ଦଫା ଦାବି ପୂରଣ ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା ଗାଁସାଥୀ।

ସାରା ଓଡ଼ିଶାରେ ଗାଁସାଥୀଙ୍କ ଆନ୍ଦୋଳନ ତେଜିଲା । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା ଗାଁସାଥୀ ।

ଭୁବନେଶ୍ୱର : ରାଜ୍ୟ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଡି.କେ ସିଂହ ଓଡ଼ିଶାରେ ଗତ ୧୨ ବର୍ଷ ଧରି ମନରେଗାରେ କାର୍ଯ୍ୟରତ ୬୦,୦୦୦ (ଷାଠିଏ ହଜାର)ରୁ ଉଦ୍ଧ ଗାଁସାଥୀ (ମେଟ୍) ମାନଙ୍କ ପ୍ରତି କରିଥିବା କ୍ରମାଗତ ପ୍ରଶାସନିକ ଅବିରର ପ୍ରତିବାଦରେ ଆଜି ସଂଘର ଏକ ଟିମ୍ ମହାମହୀମ ରାଜ୍ୟପାଳ, ଓଡ଼ିଶା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ନିକଟରେ ଫେରାଦ ହୋଇଛନ୍ତି । ସଂଘର ଦାବି ଅନୁସାରେ ଗାଁସାଥୀ (ମେଟ୍ ) ମାନଙ୍କ ଲାଗି ମହାମହୀମ ରାଜ୍ୟପାଳଙ୍କ ଅନୁମୋଦନରେ ପଞ୍ଚାୟତିରାଜ ବିଭାଗର ଚିଠି ନଂ-୧୫୫୩୪ ତା ୨୦.୦୮.୨୦୧୮ ରିଖରେ ସର୍ବଶେଷ ଗାଇଡ୍‌ଲାଇନ୍ ବର୍ତ୍ତମାନ ପ୍ରମୁଖ ଶାସନ ସଚିବ ପଞ୍ଚାୟତିରାଜ, ଶ୍ରୀ ଡି.କେ ସିଂହଙ୍କ ଦସ୍ତଖତରେ ସମସ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ପଠାଯାଇଥିଲା । 

ସେଥିରେ ଥିବା ପ୍ରମୁଖ ବିନ୍ଦୁ ଯଥା-ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍) ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନରୁ ଉଦ୍ଧି ପ୍ରାପ୍ୟ ସହିତ ନିଶ୍ଚିତ ସରକାରୀ କର୍ମଯୋଗାଣ, ପର୍ଯ୍ୟାପ୍ତ ତାଲିମ, ସେହି ଚିଠି ଅନୁସାରେ ସାରା ଓଡ଼ିଶାରେ ଖାଲି ପଡ଼ିଥିବା ‘ମେଟ’ ପଦବୀ ପୂରଣ ଓ ଅନ୍ୟ ଏକ ଚିଠିରେ ଗାଁସାଥୀ (ମେଟ୍) ମାନଙ୍କର ଏକ ସ୍ପଷ୍ଟ ଡ଼ାଟାବେସ୍ ପ୍ରସ୍ତୁତ ଆଦି ପ୍ରସଙ୍ଗର ଚିଠିକୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସିଟି ବି ବିନ୍ଦୁରେ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଗାଁସାଥୀ (ମେଟ୍ ) ସଂଘର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ଵାଳ ଅଭିଯୋଗ କରିଛନ୍ତି । ଏପରିସ୍ଥଳେ ଅକ୍ରୋଶମୂଳକ ଭାବରେ ପ୍ରମୁଖ ସଚିବ ଶ୍ରୀ ଡି. କେ ସିଂହ ବର୍ଭମାନ କାର୍ଯ୍ୟରତ ଗାଁସାଥୀ (ମେଟ୍) ମାନଙ୍କର ଅସ୍ତିତ୍ବକୁ ଗୌଣ କରିବା ପାଇଁ ଚିଠି ନଂ- ୧୩୦୬୫ ତା ୧୯.୮.୨୦ ୨୦ରିଖ ଅନୁଯାୟୀ ସେହି ସମାନ ଗାଇଡ୍‌ଲାଇନ୍‌ ଧାରାରେ ରାଜ୍ୟର ସମସ୍ତ ଗାଁ’ରେ ଦୁଇଜଣ ଲେଖାଏଁ ଏସ୍.ଏଚ୍.ଜି ମହିଳାଙ୍କୁ ନୂତନ ‘ମେଟ୍' ଭାବେ ଚୟନ କରିବା ଲାଗି ଉଦ୍ୟ .ଜି ମହିଳାଙ୍କ ନତନ ମେଟ’ ଭାବେ ଚୟନ କରିବା ଲାଗି ଉଦ୍ୟମ କଲେ । 

ଏହି ଚିଠିରେ କାର୍ଯ୍ୟକାରିତା ଉପରେ ସଂଘ ତରଫର ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ରହିତାଦେଶ ଲଗାଯାଇଛି । ଏଣୁ ଆଜି ସାରା ରାଜ୍ୟର ଗାଁସାଥୀ (ମେଟ୍) ସଂଘର କର୍ମକର୍ତ୍ତା ଓ ସଂଗଠକଗଣ ନିଜ ନିଜର ପିଡ଼ି. ଡ଼ିଆରଡ଼ିଏ ଓ ଜିଲ୍ଲାପାଳମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି ଯେ, ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହଙ୍କୁ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ହଟାଇବା ସହିତ ତୁରନ୍ତ ତାଙ୍କ ମନୋମୀଖ ଆଚରଣ ତଥା ରାଜ୍ୟପାଳଙ୍କୁ ବେଖାତିର କରିଥିବା କାରଣରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଥିପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶା ପଦକ୍ଷେପ ନେବାକୁ ସଂଘ ଦାବି କରିଛି । ଚଳିତ ବିଧାନସଭାରେ ବିରୋଧୀ ଦଳ ଓ ଶାସକ ଦଳ ପ୍ରମୁଖ ବିଧାୟକମାନଙ୍କୁ ଉକ୍ତ ଅବିଶ୍ଚର ପ୍ରସଙ୍ଗରେ ଗୃହରେ ସ୍ବତନ୍ତ୍ର ମୋଶନ ଆଣି ଶ୍ରୀ ସିଂହଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରିବା ଲାଗି ସଂଘ ତରଫରୁ ବିନମ୍ର ନିବେଦନ ଜଣାଯାଇଛି । 

ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପଶ୍ଚିମାଞ୍ଚଳର ୨୦ଟି ବ୍ଳକ ପରି ସମଗ୍ର ରାଜ୍ୟରେ ମନରେଗାରେ କାର୍ଯ୍ୟରତ ୭୦ ଲକ୍ଷରୁ ଉର୍ଦ୍ଧ ଜବକାର୍ଡଧାରୀଙ୍କ ପାଇଁ ବର୍ଷକୁ ୨୦୦ ଦିନର ନିଶ୍ଚିତ କାମ ଓ ଦୈନିକ ମଜୁରୀ ୨୮୬ ଟଙ୍କାରୁ ଉର୍ଦ୍ଧ୍ବ ଦେବାକୁ ଦୃଢ ଦାବି ଜଣାଇଛନ୍ତି । ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିଶ୍ବାଳ, ସଭାପତି ସୌଭାଗ୍ୟ ମିଶ୍ର ଓ ଗାଁସାଥୀ (ମେଟ) ସଂଗଠକ ଦିଲ୍ଲିପ କୁମାର ମହାପାତ୍ର, ଜୟନ୍ତୀ ମୁଦୁଲି, ବିପିନ ନାୟକ ଓ ଉକ୍ତ ସଂଘର ଅନ୍ୟ ସଭ୍ୟସଭ୍ୟ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget