loading...

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ଏବିଭିପିର ବିଧାନସଭା ଚାଲ ।

ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ କରି ରାଜ୍ୟସରକାର ବିଶ୍ୱବିଦ୍ୟାଳୟର ସ୍ୱାୟତତାକୁ ନଷ୍ଟ କରିବା ପାଇଁ ଯେଉଁ ଶିକ୍ଷା ବିରୋଧୀ ଯୋଜନା କରିଛନ୍ତି।

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ଏବିଭିପିର ବିଧାନସଭା ଚାଲ ।


ଭୁବନେଶ୍ବର ; ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ କରି ରାଜ୍ୟସରକାର ବିଶ୍ୱବିଦ୍ୟାଳୟର ସ୍ୱାୟତତାକୁ ନଷ୍ଟ କରିବା ପାଇଁ ଯେଉଁ ଶିକ୍ଷା ବିରୋଧୀ ଯୋଜନା କରିଛନ୍ତି ତାକୁ ତୀବ୍ର ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଧାନସଭା ଘେରାଉ କରାଯିବା ସହିତ ଏହି ଅସାମ୍ବିଧାନୀକ ଗେଜେଟକୁ ପୋଡ଼ି ଦିଆଯାଇଛି । ସରକାର ଏହି ଶିକ୍ଷା ବିରୋଧୀ ଥଇଥାନ ଅଧିନିୟମକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରି ନେଇ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷା ପରିବେଶକୁ ନଷ୍ଟ ନକରିବା ପାଇଁ ଏବିଭିପି ପକ୍ଷରୁ ଦାବିକରାଯାଇଛି। 

ରାଜ୍ୟ ସରକାର କରନା ମହାମାରୀ ସମୟରେ ତରବରିଆ ଭାବେ କୌଣସି ଶିକ୍ଷାବିତ୍ ଓ ଛାତ୍ର ସଂଗଠନ ସହିତ ଚର୍ଚ୍ଚା ବିମର୍ଷ ନକରି କିଛି ଯେଉଁ ମାନେ ବିଗତ ଦିନ ରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ରେ ଦୁର୍ନୀତି ରେ ବୁଡ଼ି ହେଇ ରହିଛନ୍ତି ସେଇଭଳି ଭଣ୍ଡ ଶିକ୍ଷାବିତ ମାନଙ୍କ ପରାମର୍ଶ କ୍ରମେ ଆଇନ ସଂଶୋଧନ ନାମରେ ଯେଉଁଭଳି ବିଶ୍ବିଦ୍ୟାଳୟ ଗୁଡ଼ିକୁ ସରକାରୀ ଳ ଦ୍ୱାରା ପରିଚାଳିତ କରିବା ପାଇଁ ନିଷ୍ପତ୍ତି କରିଛନ୍ତି ତାହା ଏକ ନିନ୍ଦନୀୟ ବିଷୟ ଯାହା ରାଜ୍ୟର ଶିକ୍ଷାବିତ ଓ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଏକ ଆକ୍ରୋଶ ସୃଷ୍ଟି କରିଛି। 
ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ଏବିଭିପିର ବିଧାନସଭା ଚାଲ ।


ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ କୂଳଧିପତି(ରାଜ୍ୟପାଳ)ଙ୍କର ଥିବା ସମ୍ବିଧାନିକ କ୍ଷମତା କୁ ପଙ୍ଗୁ କରିଦେଇ କୁଳପତି ନିଯୁକ୍ତି ଏବଂ FINACIAL AUDIT କୁ ସରକାର ନିଜେ ପରିଚାଳନା କରିବା ପାଇଁ ନିୟମ ପ୍ରଣୟନ କରିବା ସରକାରଙ୍କର ଆର୍ଥିକ କ୍ଷେତ୍ରରେ ଦୁର୍ନୀତି ଓ କୁଳପତି ନିଯୁକ୍ତି କ୍ଷେତ୍ରରେ ନିଜର ଦଳୀୟ ଲୋକମାନଙ୍କୁ ପ୍ରୋତ୍ସାହନ ସ୍ପଷ୍ଟ ବାରିହୋଇ ପଡୁଛି। ସରକାର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ଅଣ ଶିକ୍ଷକ ମାନକଙ୍କର ନିଯୁକ୍ତିକୁ OPSC ଓ SSB ମାଧ୍ୟମରେ କରିବାପାଇଁ ସ୍ଥିର କରି ଅଧ୍ୟପାକ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି କରିବାର ମାର୍ଗ ସ୍ପଷ୍ଟ କରିଛନ୍ତି। ବିଶ୍ୱବିଦ୍ୟାଳୟ ଗୁଡିକରେ ସିନେଟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ସହଭାଗୀତା ରହୁଥିବା ବେଳେ ସରକାର ସିନେଟକୁ ଉଠେଇ ଦେବାକୁ ବିଦ୍ୟାର୍ଥୀ ପରିଷଦ ବିରୋଧ କରି ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଅଛି। 

ବିଦ୍ୟାର୍ଥୀ ପରିଷଦ କେବେବି ସରକାରଙ୍କର ଏହି ସମ୍ପୂର୍ଣ୍ଣ ଶିକ୍ଷା ବିରୋଧୀ ଓ ଅସାମ୍ବିଧାନୀକ ନୀତିକୁ ଲାଗୁ କରିବା ପାଇଁ ଦେବନାହିଁ ବୋଲି ସଂଗଠନର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି। ଏହି ବିକ୍ଷୋଭରେ , ସୁଧାଂଶୁ ସାହୁ, ସୁଭାସ୍ମିତା ଦାଶ, ପ୍ରୀତମ ଦାସ, ସୌମେଶ ଚନ୍ଦ୍ର ଦେ, ରାଜିତ ନାୟକ, ରାଜେଶ କୁମାର ପରିଡ଼ା , ସୂର‌୍ୟପ୍ରକାଶ କର, ନିଶିକାନ୍ତ ମିଶ୍ର ପ୍ରଦୀପ ସାହୁ, ଗୋପବନ୍ଦୁ ଜେନା, ମିଲନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget