loading...

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଭର୍ଚୁଆଲ୍ଟୁରେ ବଣ୍ଡା ଜନଜାତି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଭର୍ଚୁଆଲ୍ଟୁରେ ଦର୍ଶକମାନେ ଏସ୍‌ଏସିଏଆରଟିଆଇ ପରିସରରେ ଥିବା ରାଜ୍ୟ ଜନଜାତି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଭର୍ଚୁଆଲ୍ଟୁରେ ବଣ୍ଡା ଜନଜାତି ।

ଭୁବନେଶ୍ୱର ; ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଭର୍ଚୁଆଲ୍ ଟୁରେ ଦର୍ଶକମାନେ ଏସ୍‌ଏସିଏଆରଟିଆଇ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦେଖୁପାରିବେ । ଫେସ୍‌ବୁକ୍ ଓ ଟୁଇଟର ପେଜ୍ @scstrti, @stscdev ଖୋଲି ଘରେ ବସି ଦର୍ଶକମାନେ ଭିଡ଼ିଓରେ ମାଲକାନଗିରିର ‘ବଣ୍ଡା’ ଜନଜାତିଙ୍କ ଅନନ୍ୟ ଜୀବନଶୈଳୀ, ସଂସ୍କୃତି, ପରମ୍ପରା ଆଦି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଶୂଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ବଣ୍ଡା ଜନଜାତିର ଲୋକମାନେ ମାଲକାନଗିରି ଜିଲ୍ଲାରେ କୋଡାକାବେରୁ ପର୍ବତାଞ୍ଚଳର ଦୁର୍ଗମ ସ୍ଥାନରେ ବସବାସ କରିଥାନ୍ତି । ‘ବଣ୍ଡା’ ଜନଜାତି ‘ମୁଣ୍ଡା’ ଭାଷାରେ କଥା ହୁଅନ୍ତି । ହସ୍ତତନ୍ତ ଲୁଗା ବୁଣିବା, ମାଳିର ହାର ତିଆରି କରିବା, କାର୍ପଟ ବୁଣିବା, ଝାଡୁ ତିଆରି କରିବା, ଚାଷ କରିବା ସହିତ ଶିକାର କରିବା ବଣ୍ଡା’ ଜନଜାତିଙ୍କର ମୁଖ୍ୟ ପେଶା । ସେମାନେ ମଧ୍ୟ ପଶୁପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥା'ନ୍ତି । । ବଣ୍ଡା’ ଜନଜାତି ମହିଳାମାନେ ସେମାନଙ୍କର ଅନନ୍ୟ ବେଶପୋଷାକ ଓ ଲଣ୍ଡିତ ମସ୍ତକ ପାଇଁ ବିଶ୍ୱରେ ବେଶ୍ । ଜଣାଶୁଣା । ମହିଳାମାନେ ‘ରଙ୍ଗୀ’ ନାମରେ ନାମିତ ରଙ୍ଗବେରଙ୍ଗର ସ୍କାର୍ଟ ପରିଧାନ କରିଥାନ୍ତି ଯାହାକି ‘କେରାଙ୍ଗ’ ତନ୍ତୁରେ ପ୍ରସ୍ତୁତ କରାଯାଇଥାଏ । “ବଣ୍ଡା’ ଜନଜାତିଙ୍କର ବ୍ୟକ୍ତିତ୍ଵ ବିଶ୍ୱର ଅନ୍ୟମାନଙ୍କଠାରୁ ଭିନ୍ନ । “ବଣ୍ଡା’ ପୁରୁଷମାନେ ସଂକୀର୍ତ୍ତି ଲିଓନ୍ କପଡ଼ାର ପୋଷାକ ପରିଧାନ କରିଥା'ନ୍ତି । ବଣ୍ଡା’ ମହିଳାମାନଙ୍କର ସାଜସଜା ଅନନ୍ୟ ଓ ଅଭିନ୍ନ । 

ସେମାନେ ଶରୀରର ଉପର ଭାଗକୁ ମାଳି ଓ ପିତ୍ତଳ ମାଳାରେ ଆଚ୍ଛାଦିତ କରିଥାନ୍ତି । ବଣ୍ଡା’ । ଗ୍ରାମଗୁଡ଼ିକ ପାରମ୍ପରିକ ଭାବେ ସ୍ୱୟଂଶାସିତ । ଗ୍ରାମର ମୁଖ୍ୟ ‘ନାଏକ, ଗ୍ରାମସଭାର ସଂଗଠକ ଚାଲାଣ’, ଗ୍ରାମ । ବାର୍ଭାବହ ‘ବାରିକ, ବଣ୍ଡା ସମାଜର ସାମାଜିକ ଶୃଙ୍ଖଳାକୁ ପରିଚାଳନା କରିଥାନ୍ତି । ନୃତ୍ୟ ଓ ସଂଗୀତ “ବଣ୍ଡା’। ଜୀବନଶୈଳୀର ଏକ ମୁଖ୍ୟ ଅଂଶ। “ବଣ୍ଡା’ ଜନଜାତିମାନେ ପ୍ରକୃତିର ଉପାସକ । ସେମାନେ ବିଭିନ୍ନ ଦେବାଦେବୀଙ୍କକୁ ପ୍ରକୃତିର ନାମ ଅନୁସାରେ ନାମିତ କରିଥାନ୍ତି । ପୃଥିବୀର ସୃଷ୍ଟିକର୍ତ୍ତା-ପାଟଖଣ୍ଡ, ମାପରାଭୁ’, ପ୍ରକୃତି ମାତା ତଥା ଗ୍ରାମଦେବୀ-ବସୁଙ୍ଗ', ଝରଣାମାତା ‘କାପୁରଚୁଆନ୍’, ଗୋଶାଳା ଦେବୀ-ଧତାନି, ଜଙ୍ଗଲଦେବୀ-ଯୁଗ ଓରେଣୁମୁଁଗବୋର୍’, ଆମ୍ବଗଛର ଆମ୍ବା-‘ଦୋଳିଆଙ୍ଗ୍', ଧାନକ୍ଷେତର ଆମ୍ବା-କାଳିଆରାଣୀ’, ବାଦ୍ୟଯନ୍ତ୍ରର ଆମ୍ବା-ଭିଡିଙ୍ଗସାଗର’ ଆଦିଙ୍କୁ ପୂଜା କରିଥାନ୍ତି । ଗ୍ରାମର ପୂଜକ ଦେବତାମାନଙ୍କୁ ପୂଜା କରିଥାନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget