ଭୁବନେଶ୍ୱର ; ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵ ବନ୍ଦନୀୟ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୩୬ତମ ପୂଣ୍ୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆଜି ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି, ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଇନ୍ଦିରା ପାର୍କଠାରେ ରାଷ୍ଟ୍ରୀୟ ସଂକଳ୍ପ ଦିବସ ନିରାଡ଼ମ୍ବରଭାବେ ଆଜି ପ୍ରତ୍ୟୁଷରେ ସ୍ମୃତି କମିଟିର ସାଧାରଣ ସମ୍ପାଦକ ତଥା ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ସ୍ମୃତି କମିଟିର ଅଧ୍ୟକ୍ଷ ତଥା ବିଧାୟକ ଓ ସୁରେଶ କୁମାର ରାଉତରାୟ ଓ ବହୁ କଂଗ୍ରେସ ନେତୃବୃନ୍ଦ, ବୁଦ୍ଧିଜୀବି, ଶୁଭେଛୁ ଯୋଗଦେଇ ସ୍ଵର୍ଗୀୟା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସ୍ମୃତି କମିଟି ତରଫରୁ କମିଟିର ସଭାପତି ଶ୍ରୀ ରାଉତରାୟ ଓ ସାଧାରଣ ସମ୍ପାଦକ ଶ୍ରୀ ପଟ୍ଟନାୟକ, ଦେବେନ୍ଦ୍ର ଦାସ, ରସିକ ପଟ୍ଟନାୟକ, ଅରବିନ୍ଦ ସାମଲ, ଆଲୋକ ମହାନ୍ତି, ବସନ୍ତ ମହାରଣା, ଜ୍ୟୋତିଷ ସାହୁ, ସୁରଜ ମହାପାତ୍ର ପ୍ରମୁଖ କର୍ମକର୍ତ୍ତାମାନଙ୍କଦ୍ଵାରା ଭୁବନେଶ୍ୱର | ରାମ ମନ୍ଦିର ଓ ବାଣୀବିହାରସ୍ଥିତ ଶନି ମନ୍ଦିର ସମ୍ମୁଖରେ ବସିଥିବା ନିରିହ ଦୁସ୍ଥ ଅସହାୟ ଲୋକମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।
Post a Comment