ଭୁବନେଶ୍ୱର ; ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ସର୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜୟନ୍ତୀ ଉତ୍ସବ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ତିରୋଧାନ ଦିବସ କଂଗ୍ରେସ ଭବନ ଭୁବନେଶ୍ବର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ନେତୃବୃନ୍ଦ ଇନ୍ଦିରା ଗାନ୍ଧୀ ପାର୍କ ସ୍ଥିତ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ପରିସରରେ ସର୍ଦାର ବଲ୍ଲଭ ଭାଇ ପଟେଲ ଓ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ନିଖୁଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ରାମଚନ୍ଦୟ ଖୁଣ୍ଟିଆ, ସୁରେଶ କୁମାର ରାଉତରା, ସନ୍ତୋଷ ସିଂ ସାଲୁଜା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଅମୀୟ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାସ, ଚିନ୍ମୟ ସୁନ୍ଦର ଦାସ, ବିଶ୍ୱଜିତ ଦାସ, ଜ୍ୟୋତିଷ ସାହୁ, କନକ ଲତା ମଲ୍ଲିକ, ଜୟକୃଷ୍ଣ ମଲ୍ଲିଆ, ମୋହନ ଜେନା, ଲିଙ୍ଗରାଜ ସାହୁ, ରସିକ ପଟ୍ଟନାୟକ, ଦୀପକ ସାହୁ, ମହମ୍ମଦ ସାହାଦୁଲ୍ଲା, ସଂଜୟ ତ୍ରିପାଠୀ, ବିକ୍ରମ ସାହୁ, ଦୀପକ ମହାପାତ୍ର, ମନୋଜ ନାୟକ, ଆଲୋକ ମହାନ୍ତି, ସଂଜୟ ମିଶ୍ର, ଖଗେଶ୍ଵର ମଲ୍ଲିକ, ତାପସ ସେଠୀ, ଦେବେନ୍ଦ୍ର ଦାସ, ପ୍ରଶନ୍ନ ପାଇକରାୟ, ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Post a Comment