ଭୁବନେଶ୍ୱର ; ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗରେ କାର୍ଯ୍ୟରତ ଓଡ଼ିଶା ରିଭ୍ୟୁର ସହଯୋଗୀ ସଂପାଦକ ଶ୍ରୀ ବିଭୁଚନ୍ଦ୍ର ମିଶ୍ରଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା କୋଭିଡ୍ କଟକଣା ସହ ଏକ ସଂକ୍ଷିପ୍ତ ସମାବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସହକର୍ମୀମାନଙ୍କ ଗହଣରେ ଶ୍ରୀ ମିଶ୍ରଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ ମହାନ୍ତି ମିଳିତ ଭାବେ ସମ୍ବର୍ଦ୍ଧିତ କରିଥିଲେ ।
ପ୍ରକାଶଯୋଗ୍ୟ ଯେ ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କ ମାସିକ ଇଂରାଜୀ ପତ୍ରିକା ଓଡ଼ିଶା ରିଭ୍ୟୁରେ ଦୀର୍ଘ ୩୦ ବର୍ଷ ଧରି ନିଷ୍ଠାର ସହ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସିଛନ୍ତି । ଏଥି ସହ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ବିଭିନ୍ନ ସ୍ଵତନ୍ତ୍ର ପ୍ରକାଶନ ଯଥା ଓଡ଼ିଶା ରେଫରେନ୍ସ ଆନୁଆଲ୍, ଇଲେକ୍ସନ ବ୍ୟାକ୍ଗ୍ରାଉଣ୍ଡର ଏବଂ ଅନ୍ୟାନ୍ୟ ସାରସ୍ଵତ ପ୍ରକାଶନରେ ତାଙ୍କ ଯୋଗଦାନ ପ୍ରଶଂସନୀୟ । ଶ୍ରୀ ମିଶ୍ରଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ନିର୍ଦ୍ଦେଶକ ଶ୍ରୀ ମିଶ୍ର ଏବଂ ଉତ୍କଳ ପ୍ରସଙ୍ଗ ସଂପାଦକ ଡ. ମହାନ୍ତି କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ବିଭାଗର ଅନ୍ୟାନ୍ୟ ପଦାଧୁକାରୀ ଉପସ୍ଥିତ ଥିଲେ ।
Post a Comment