loading...

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କେତୋଟି ପ୍ରଶ୍ନ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୋତୋଟି ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସ ବାର୍ତ୍ତାରେ ଏବଂ ଆଶା ରଖୁଛନ୍ତି ଉପନିର୍ବାଚନ ପୂର୍ବରୁ ଉତର।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କେତୋଟି ପ୍ରଶ୍ନ ।

ଭୁବନେଶ୍ୱର; ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୋତୋଟି ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସ ବାର୍ତ୍ତାରେ ଏବଂ ଆଶା ରଖୁଛନ୍ତି ଉପନିର୍ବାଚନ ପୂର୍ବରୁ ଉତର ପାଇବା ପାଇଁ । ଆର.ଏସ.ଏସ ଏବଂ ବିଜେପି ସହ ଆପଣଙ୍କ ସମ୍ପର୍କ କ’ଣ ? ତାହା ଜନସାଧାରଣଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ଏବେ ଆମେ ଦେଖୁଛି ବିଜେପି ପକ୍ଷରୁ ଯେତେ ବିଲ୍ ସଂସଦରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଆସୁଛି ସବୁ ବିକୁ ଆପଣଙ୍କ ଦଳ ବିଜେଡ଼ି ସମର୍ଥନ କରୁଛି । ସଂଖ୍ୟାଲଘୁଙ୍କ ହାନି ବଢ଼େଇବା ପାଇଁ ଯେଉଁ ବିଲ ଆସିଲା ଏଆରସି ଓ ସିଏଏ ତାକୁ ସମର୍ଥନ କଲେ । ଚାଷୀମାନଙ୍କ ବିରୁଦ୍ଧରେ ଯେଉଁ ଆଇନ ତିଆରି ହେଲା ୮ ଘଟାରୁ ୧୨ ଇଂଟା ହେଲା କାର୍ଯ୍ୟ କରିବା ସମୟ ତାକୁ ବି ସମର୍ଥନ କଲେ । ଆପଣା ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ଓ ଆପଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବେକାରୀ ସମସ୍ୟା ଦୂର ହେଲା ନାହିଁ ଯାହା ଫଳରେ ଦୀର୍ଘ ୪୫ ବର୍ଷ ମଧ୍ୟରେ ସର୍ବାଧକ ହାର ବେକାରୀ ସମସ୍ୟା ହେଲା ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ମହିଳାମାନେ ସୁରକ୍ଷିତ ନୁହଁନ୍ତି । 

ଜିଏସଟି ବିଲକୁ ବି ସମର୍ଥନ କଲେ ଆପଣ ଏବଂ ଆମ ଓଡ଼ିଶା ରାଜ୍ୟ ଜିଏସଟି ବାଦରେ ଯାହା ପାଇବା ପ୍ରାପ୍ୟ ତାକୁ ମଧ୍ୟ କେନ୍ଦ୍ର ନଦେଇ ରଣ ନେବାକୁ କହିଲା । ସେଥିରେ ମଧ୍ୟ ଆପଣ ରାଜି ହେଲେ । କେନ୍ଦ୍ର ବିରୁଦ୍ଧରେ ପଦଟିଏ ମଧ୍ୟ ପାଟି ଫିଟାଇଲେ ନାହିଁ । ସବୁ କଥାରେ ତ ଆପଣ ବିଜେପିକୁ ସମର୍ଥନ ଦେଉଛନ୍ତି । ଯେଉଁ ସବୁ ଶିଳ୍ପ କାରଖାନା କଂଗ୍ରେସ ସମୟରେ ହୋଇଥିଲା ତାହା ବର୍ତମାନ ସମୟରେ ବନ୍ଦ ହୋଇପଡ଼ିଛି । ବିଜେପି ସରକାରରେ ତୈଳଦରଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ମୂଲ୍ୟ ବୃଦ୍ଧି ହେଉଥିଲେ ମଧ୍ୟ ଆପଣ ପଦଟି ପାଟି ନଫିଟେଇବା କାରଣ କଣ ? ଆପଣଙ୍କୁ ଭଲ ଭାବେ ଜଣା ତାହା କହିବେ କି ? ସଂଖ୍ୟାଲଘୁ ଠୁଁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁଥିରେ ଆପଣ ଓ ଆପଣଙ୍କ ଦଳ ବିଜେଡ଼ି ବିଜେପିକୁ ସମର୍ଥନ କରି ଆସୁଛି । ତେଣୁ ଆପଣଙ୍କ ବିଜେଡ଼ି ଓ ବିଜେପି ଭିତରେ ଫରକ କ’ଣ ରହିଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ । 

ଆଜି ସେହିପରି କରୋନା ମହାମାରୀରେ ସାରା ବିଶ୍ୱରେ ଭାରତ ତୃତୀୟରେ ଆସି ପହଂଚି ଥିଲାବେଳେ ଓଡ଼ିଶା ରାଜ୍ୟ ଭାରତରେ ୮ମ ସ୍ଥାନରେ ଫହଚିଲାଣି କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଓଡ଼ିଶାରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି ମାକ୍ସ କିଣାରୁ ଆରମ୍ଭ କରି ଭେଟିଲେଟର କିଣା ପର୍ଯ୍ୟନ୍ତ । ତଳୁ ଉପର ଯାଏଁ ସମସ୍ତ ଦୀର୍ନୀତିରେ ସଂପୃକ୍ତ । ଏବେ ଟଙ୍କିକିଆ ଚାଉଳର ବାହାଦୁରୀ ନେଉଛନ୍ତି ଉଭୟ ବିଜେଡ଼ି ଓ ବିଜେପି ଯାହାକି ପ୍ରକୃତରେ ୟୁପିଏ ସରକାରର ଅବଦାନ । କେଉଁ ପ୍ରାରିପ୍ରେକ୍ଷୀରେ ଆପଣ ଆଜି ସେହି ବିକାଶ କଥା କହୁଛନ୍ତି ଏବଂ ୨୧ ବର୍ଷ ଶାସନରେ ଆପଣ କଣ ବିକାଶ କାର୍ଯ୍ୟ କରିଛନ୍ତି ତାହା ଜନସାଧାରଣ ଜାଣିବା ଉଚିତ୍ । ତେଣୁ ସେ ପୁରୁଣା ବାଜା ବଜାଇ ଅର୍ଥ ବଳରେ ଶାସନ ବଳରେ ଯେଉଁ ଭୋଟ ପ୍ରଚାର କରୁଛନ୍ତି ତାହା କେବଳ ପ୍ରଚାର ପ୍ରତିଶୃତି ଓ ପ୍ରତାରଣା ପାଇଁ । 

କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଉପନିର୍ବାଚନ ଲଢୁଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ନଯାଇ ଘରେ ସୁରକ୍ଷିତ ରହି ସହ ସହ ଲୋକଙ୍କୁ ଏକାଠି କରି ଭଟୁଆଲ ଗ୍ୟାଲିରେ ବକ୍ତବ୍ୟ ଦେଇ ସେମାନଙ୍କୁ ବିପଦ ମୁଖକୁ ଠେଲି ଦେଉଛନ୍ତି କାହିଁକି ? ଜନସାଧାରଣଙ୍କ ଜୀବନ କଣ ମୂଲ୍ୟବାନ ନୁହେଁ କି ? ରାଜ୍ୟ ସଭା ନିର୍ବାଚନରେ ସଂପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରି ଗୋଟିଏ ସିଟ ବିଜେପିକୁ ଦେଲେ କଣ ସିବିଆଇ କୁ ଡରି ତେଣୁ ଏସବୁ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଦେବା ଉଚିତ୍ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget