loading...

ଓଡ଼ିଶା ରାଜ୍ୟ ଶିଶୁ ଅକାର ସୁରକ୍ଷା ଆୟୋଗର ୧୦ମ ପ୍ରତିଷ୍ଠା ଦିବସ, କୋଭିଚ୍ ପରିସ୍ଥିତିରେ ଶିଶୁମାନଙ୍କ ସୁରକ୍ଷା ।

ଓଡ଼ିଶା ରାଜ୍ୟ ଶିଶୁ ଅକାର ସୁରକ୍ଷା ଆୟୋଗର ୧୦ମ ପ୍ରତିଷ୍ଠା ଦିବସ‘କୋଭିଚ୍ ପରିସ୍ଥିତିରେ ଶିଶୁମାନଙ୍କ ସୁରକ୍ଷା ବଡ଼ମାନଙ୍କ ଦାୟିତ୍ଵ ବୋଲି ବିନାରରେ ଅତିଥିମାନଙ୍କ ମତ ।

ଓଡ଼ିଶା ରାଜ୍ୟ ଶିଶୁ ଅକାର ସୁରକ୍ଷା ଆୟୋଗର ୧୦ମ ପ୍ରତିଷ୍ଠା ଦିବସ, କୋଭିଚ୍ ପରିସ୍ଥିତିରେ ଶିଶୁମାନଙ୍କ ସୁରକ୍ଷା ।

ଭୁବନେଶ୍ୱର ; କୋଭିଡ୍ -୧୯ ବିଶ୍ୱ ମହାମାରୀ ଭଳି ଅସାଧାରଣ ପରିସ୍ଥିତି ଗତ ଶହେ ବର୍ଷ ମଧ୍ୟରେ ଅନୁଭୂତ ହୋଇନଥିଲା । ଦୀର୍ଘ ସମୟ ଧରି ସମସ୍ତ ବିଶ୍ବ ଏହି ମହାମାରୀ ବିରୁଦ୍ଧରେ ତିଷ୍ଠି ରହିବା ନିମନ୍ତେ ସଂଗ୍ରାମ ଜାରି ରଖିଛି । ଏହି ମହାମାରୀର ପ୍ରଭାବ ସବୁବର୍ଗ ଉପରେ ଦେଖୁବାକୁ ମିଳିଥିବାବେଳେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ନିରୀହ କୋମଳମତି ଶିଶୁମାନେ । ଦୀର୍ଘ ସମୟ ଧରି ବିଦ୍ୟାଳୟ ବନ୍ଦ ରହିବା ଦ୍ଵାରା ପିଲାମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ଏହା ମଧ୍ୟ ସେମାନଙ୍କ ମନସ୍ତାତ୍ତିକ, ଶାରୀରିକ, ମାନସିକ ଅବସ୍ଥା ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି । ନିରାଶ୍ରୟ ଶିଶୁମାନଙ୍କ ପାଖରେ ଖାଦ୍ୟ, ବସ୍ତ୍ର, ଆଶ୍ରୟର ଅଭାବ ସାଙ୍ଗକୁ ଘରୋଇ ହିଂସା, ନିର୍ଯାତନା ଏବଂ ଅବହେଳା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଶିଶୁମାନଙ୍କ ସୁରକ୍ଷିତ ଶୈଶବ ସହ ଉତ୍ତମ ଭବିଷ୍ୟତ ଗଠନ ପାଇଁ ସରକାରଙ୍କ ସହ ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ସଂଗଠନ, ପିତାମାତା, ଅଭିଭାବକ ସମସ୍ତେ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୦ମ ପ୍ରତିଷ୍ଠା ଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ପୂର୍ବାହ୍ନରେ ଆୟୋଗର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ‘କୋଭିଡ୍ – ୧୯ ମହାମାରୀ କାଳରେ ଶିଶୁଙ୍କ ଯନ୍ ଓ ସୁରକ୍ଷା’ ଶୀର୍ଷକ ୱେବିନାର ଆୟୋଜିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କୋଭିଡ୍ ସ୍ଥିତିରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଆୟୋଗ ତରଫରୁ ନିଆଯାଇଥିବା ବହୁବିଧ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ଭିଡ଼ିଓ ବାର୍ତ୍ତାରେ ଆୟୋଗର କାର୍ଯ୍ୟାବଳୀକୁ ଉଚ୍ଚ ପ୍ରଶଂସା କରିବା ସହ କହିଥିଲେ ଯେ ‘ଶୈଶବ ହେଉଛି ଅନନ୍ତ ସମ୍ଭାବନାର ଆଧାର । ଶିଶୁମାନଙ୍କ ନିରାପଦ ଶୈଶବ ପାଇଁ ଅନୁକୂଳ ପରିବେଶ ନିର୍ମାଣ ଏବଂ ସେମାନଙ୍କ ଚେତନାର ବିକାଶ ପାଇଁ ଉପଯୁକ୍ତ ସୁଯୋଗ ସୃଷ୍ଟି ହେବା ଏକାନ୍ତ ଆବଶ୍ୟକ । ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ଶିଶୁମାନଙ୍କ ସୁରକ୍ଷା ଓ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ସମସ୍ତ ଆଇନର ସଫଳ କାର୍ଯ୍ୟାନ୍ବୟନ ପାଇଁ ରାଜ୍ୟ ସରକାର ସର୍ବଦା ଯଶୀଳ ଅଛନ୍ତି । 

ତେବେ ଶିଶୁମାନଙ୍କ ପାଇଁ । କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟେକଟି ଯୋଜନାର ସୁଫଳ କିଭଳି ଶିଶୁମାନେ ପାଇପାରିବେ ସେ ଦିଗରେ ଆୟୋଗର ମଧ୍ୟ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ଏବଂ ଶିଶୁମାନଙ୍କ ସମସ୍ୟାକୁ ସମ୍ବେଦନଶୀଳତାର ସହ ତୁରନ୍ତ ସମାଧାନ କରିବା ଦିଗରେ ଆୟୋଗର ଭୂମିକା ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ବିଶିଷ୍ଟ ଅତିଥ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇବା ସହ ଶିଶୁମାନଙ୍କ ଶିକ୍ଷା ସଂପର୍କିତ ଆୟୋଗର ସମସ୍ତ । ପ୍ରସ୍ତାବକୁ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏହି ମହାମାରୀର ସୁଦୂରପ୍ରସାରୀ ପ୍ରଭାବରେ ଶିଶୁ ସୁରକ୍ଷାର ଆହ୍ବାନକୁ  ଯଥୋଚିତ ଗୁରୁତ୍ବ ଦେବା ପାଇଁ ମତ ପ୍ରକାଶ କରିଥିଲେ । ଅଗ୍ନିଶମ ସେବା ତଥା ଗୃହରକ୍ଷୀ ମହାନିର୍ଦ୍ଦେଶକ ଡ. ସତ୍ୟଜିତ ମହାନ୍ତି ଏବଂ ୟୁନିସେଫର କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ଶ୍ରୀମତୀ ମୋନିକା  ନିଲେସନ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ସୁରକ୍ଷାର ବିବିଧ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଅତିଥିମାନେ ଆୟୋଗର ବାର୍ଷିକ ବିବରଣୀ, ୟୁନିସେଫ୍, ଆକ୍ସନ ଏଡ୍, ୱାଲର୍ଡ ଭିଜନ, ସେଭ ଦି ଚିଲଡ୍ରେନ ସହଯୋଗରେ ରାଜ୍ୟରେ କରୋନା କାଳରେ ଶିଶୁ ଏବଂ ଶିଶୁ ସୁରକ୍ଷା ସ୍ଥିତି ଅଧ୍ୟୟନ, ରାସ୍ତାକଡ଼ରେ ରହୁଥିବା ଶିଶୁମାନଙ୍କ ଉପରେ କୋଭିଡ୍ – ୧୯ର ପ୍ରଭାବ ଶୀର୍ଷକ ଅଧୟନ ରିପୋର୍ଟ ଏବଂ ସଚେତନତା ପୋଷ୍ଟର ଆଦିକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଶିଶୁ ତଥା ସାମାଜିକ ସୁରକ୍ଷାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ, ପ୍ରମେୟ ଗୁପର ସଂପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ସିନେ ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଓ ସମାଜସେବୀ, ଅପରାଜିତା ଅଭିଯାନ ପାଇଁ କୋରାପୁଟ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ର, ବାଲ୍ୟମିତ୍ର ଥାନା ପାଇଁ ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ଅଧୁକାରୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ସମ୍ବଲପୁର ଶିଶୁ ମଙ୍ଗଳ ସମିତି, ଭୁବନେଶ୍ୱରସ୍ଥ ଆଦୃତ ଶିଶୁକନ୍ୟା ଗୃହ, କୋରାପୁଟ ବ୍ଲକ୍ ବାଲ୍ୟବିବାହ ନିଷେଧ ଅଧୁକାରୀ ଶ୍ରୀମତୀ ସୁଷମା ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରରେ ଆୟୋଜିତ ସୃଜନୀ ପ୍ରତିଯୋଗିତାରେ ପ୍ରତି ଜିଲ୍ଲାର ୩ ଜଣ ବିଜୟୀ ଶିଶୁଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget