ଭୁବନେଶ୍ୱର ; ଦୀର୍ଘ ସାତମାସରୁ ଉର୍ଷ ସମୟ ଧରି କୋଭିତ୍-୧୯ କଠିନ ପରିସ୍ଥିତି ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି । ଚଳିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖୁବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ନିଷ୍ପତି ଗ୍ରହଣ କରାଯାଇଛି । କିନ୍ତୁ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ଶିଶୁମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଯେଭଳି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ବିଭାଗ ତରଫରୁ ସମସ୍ତ ସମୟୋଚିତ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରାଯାଇଛି ।
ଆଜି ମାସର ୧ ତାରିଖ ହୋଇଥିବାରୁ ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଅଙ୍ଗନବାଡ଼ି କର୍ମୀମାନେ ହିତାଧୁକାରୀମାନଙ୍କ ଘରକୁ ଯାଇ ଟେକ୍ ହୋମ୍ ରାସନ୍ ବାବଦରେ ଛତୁଆ, ଲଡୁ, ଅଣ୍ଡା ଆଦି ବଣ୍ଟନ କରିଛନ୍ତି । ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ସକାଳ ଜଳଖୁଆ ଏବଂ ରନ୍ଧାଖାଦ୍ୟ । ବାବଦକୁ ମଧ୍ୟ ଶୁଖୁଲା ରାସନ ଘରେ ଯୋଗାଇ ଦିଆଯାଇଛି । କେଉଁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ସକାଳ ଜଳଖୁଆରେ ମାଣ୍ଡିଆ ଲଡୁକୁ ସାମିଲ କରାଯାଇଛି । ତେବେ ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବାରୁ ଏହି ଜିଲ୍ଲାରେ ହିତାଧୁକାରୀମାନଙ୍କୁ ମାଣ୍ଡିଆ ଚୂନା ପ୍ୟାକେଟ୍ ଆକାରରେ ଯୋଗାଇ ଦିଆଯିବା ସହ ଘରେ ଲଡୁ ପ୍ରସ୍ତୁତ କରି ପିଲାମାନଙ୍କୁ ଖାଇବାକୁ ଦେବାପାଇଁ କୁହାଯାଇଛି ।
ଏହି ପରିପ୍ରେକ୍ଷୀରେ । ଘରେ ଲଡୁ ପ୍ରସ୍ତୁତ କରି ପିଲାମାନଙ୍କୁ ମା’ମାନେ ଖୁଆଉଥିବା ଜଣାଯାଇଛି । ଅଙ୍ଗନବାଡ଼ି କର୍ମୀମାନେ ଏହା ସୁନିଶ୍ଚିତ କରିବା ସହ ତଦାରଖ ମଧ୍ୟ କରୁଛନ୍ତି । ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମର ଶତପ୍ରତିଶତ ସଫଳତାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗର ଟେଲି ମନିଟରିଂ ଟିମ୍ ହିତାଧିକାରୀମାନଙ୍କ ଠାରୁ ମତାମତ ସଂଗ୍ରହ କରୁଛନ୍ତି ଏବଂ ମୋ ଛତୁଆ ଆପ୍ ଏବଂ ୱେବ୍ସାଇଟ୍ । ମାଧ୍ୟମରେ ସମସ୍ତ ପ୍ରକ୍ରିୟାକୁ ପରିଚାଳନା କରାଯାଉଛି ।
Post a Comment