loading...

କିମ୍ସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ୍।ପ୍ରତ୍ୟେହ ସକାଳ ୧୦ଟାରୁ ଅପରାହ୍ନ ୧ଟା ।

କରୋନା ସମୟରେ କିମ୍ସ ଦ୍ବାରା ପରିଚାଳିତ ଓଡ଼ିଶା କୋଭିଡ୍ ହସ୍‌ପିଟାଲ୍‌ରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିସ୍ଥିତ ହୋଇସାରିଥିବା ବେଳେ ସେମାନଙ୍କ।

କିମ୍ସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ୍।ପ୍ରତ୍ୟେହ ସକାଳ ୧୦ଟାରୁ ଅପରାହ୍ନ ୧ଟା ।

ଭୁବନେଶ୍ୱର : କରୋନା ସମୟରେ କିମ୍ସ ଦ୍ବାରା ପରିଚାଳିତ ଓଡ଼ିଶା କୋଭିଡ୍ ହସ୍‌ପିଟାଲ୍‌ରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିସ୍ଥିତ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ କୋଭିଚ୍ ପରବର୍ତ୍ତୀ ସମସ୍ୟା ନେଇ ରୁଟିନ୍ ଚେକ୍ ଅପ୍ କରିବା ପାଇଁ ଆସୁଛନ୍ତି । ଏହି ରୋଗୀମାନେ କୋଭିଡ୍ ହସ୍‌ପିଟାଲରୁ ବାହାରିବାର କିଛି ମାସ ପରେ ସେମାନଙ୍କଠାରେ ଦୁର୍ବଳତା, ହାଲିଆ ଲାଗିବା, ଶ୍ବାସପ୍ରଶ୍ୱାସରେ କଷ୍ଟ, ଶରୀର ଓ ଗଣ୍ଡିରେ ଯନ୍ତ୍ରଣା ଅନୁଭୂତ ହେବା ଆଦି ଲକ୍ଷଣ ପ୍ରକାଶ ପାଉଥିବା ପରିଲକ୍ଷିତ ହେଉଛି । 

ଏହି ରୋଗୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଥିବା ବେଳେ ସେମାନଙ୍କ କିଡନୀ ଓ ଫୁସ୍‌ଫୁସ୍‌ରେ ଦୀର୍ଘ ସମୟ ଧରି ସମସ୍ୟା ଲାଗି ରହୁଛି । ଏହି ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ରୋଗୀଙ୍କ ପାଇଁ କିମ୍ବସରେ ଏକ ସ୍ପେସିଆଲିଟି କ୍ଲିନିକ୍ ଖୋଲାଯାଇଛି । ଏଥିରେ କୋଭିଚ୍ ପରବର୍ତ୍ତୀ ଲକ୍ଷଣର ଚିକିତ୍ସା କରାଯାଉଛି । ଇଣ୍ଟରନାଲ୍ ମେଡିସିନ୍ ଓ ରେପିରେଟୋରୀ ମେଡିସିନ୍‌ର ବରିଷ୍ଠ ବିଶେଷଜ୍ଞ ମାନେ ଏଭଳି ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି । ପ୍ରତ୍ୟେହ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ବହିର୍ବିଭାଗ ଖୋଲା ରହୁଛି । 

ପରୀକ୍ଷା ପରେ ଯେଉଁ ରୋଗୀଙ୍କଠାରେ କିଡ୍‌ନୀ ଓ ଫୁସ୍‌ଫୁସ୍ ଜନିତ ସମସ୍ୟା ଦେଖାଯାଉଛି ଆବଶ୍ୟକ ସ୍ଥଳେ ସେମାନଙ୍କୁ ରୁମାଟୋଲୋଜି, ହୃଦ୍‌ରୋଗ ବିଶେଷଜ୍ଞ, । ସ୍ନାୟୁରୋଗ ବିଶେଷଜ୍ଞ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦିଆଯାଉଛି । ବିଶେଷକରି କୋଭିଡ୍ ହସ୍‌ପିଟାଲରୁ ଯେଉଁ ରୋଗୀମାନେ ଚିକିତ୍ସିତ ହୋଇ ଘରକୁ ଫେରୁଛନ୍ତି, ସେମାନେ ଏହି ସ୍ପେସିଆଲିଟି କ୍ଲିନିରୁ ଉପକୃତ ହୋଇପାରୁଥିବା ବେଳେ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗୀ ରୋଗୀମାନେ ମଧ୍ୟ ଏହି କ୍ଲିନିରୁ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ପାଇପାରିବେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget