loading...

2020 ଅକ୍ଟୋବରରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ 1,05,155 କୋଟି ଟଙ୍କା ।

2020 ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ 1,05,155 କୋଟି ଟଙ୍କା ହୋଇଛି ।

2020 ଅକ୍ଟୋବରରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ 1,05,155 କୋଟି ଟଙ୍କା ।

ନୂଆଦିଲ୍ଲୀ ; ଓଡ଼ିଶାରୁ ଏହି ମାସରେ ସଂଗୃହୀତ ଜିଏସ୍‌ଟି ପରିମାଣ 2,419 କୋଟି ଟଙ୍କା, ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଏହି ମାସରେ ଓଡ଼ିଶାରୁ 21 ଶତାଂଶ ଅଧିକ ଜିଏସ୍‌ଟି ଆଦାୟ ହୋଇଛି। 2020 ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ 1,05,155 କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସ୍‌ଟି ପରିମାଣ 19,193 କୋଟି ଟଙ୍କା, ଏସ୍‌ଜିଏସ୍‌ଟି 25,411 କୋଟି ଓ ଆଇଜିଏସ୍‌ଟି ପରିମାଣ 52,540 କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି । ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ 23,375 କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସାମଗ୍ରୀ ରପ୍ତାନୀ ଉପରୁ ଆଦାୟ 932 କୋଟି ଟଙ୍କାର ରାଜସ୍ୱ ସମେତ ମୋଟ 8,011କୋଟି ଟଙ୍କାର ସେସ୍‌ ବା ଉପକର ସଂଗୃହୀତ ହୋଇଛି । 

ଚଳିତବର୍ଷ ଅକ୍ଟୋବରର 31 ସୁଦ୍ଧା 80 ଲକ୍ଷ ଜିଏସ୍‌ଟିଆର-3ବି ରିଟର୍ଣ୍ଣ ଫାଇଲ କରାଯାଇଛି । ଓଡ଼ିଶାରୁ ଏହି ମାସରେ ମୋଟ 2,419 କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ଗତବର୍ଷ ଅକ୍ଟୋବରର ତୁଳନାରେ ଏହି ଜିଏସ୍‌ଟି ସଂଗ୍ରହ 21 ଶତାଂଶ ଅଧିକ । ଗତବର୍ଷ ଅକ୍ଟୋବରର ମାସରେ ଓଡିଶାରୁ 1994 କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । କରୋନା ମହାମାରୀ ଯୋଗୁଁ ଜିଏସ୍‌ଟି ଆଦାୟ ଗୁରୁତରଭାବେ ପ୍ରଭାବିତ ହୋଇଥିଲା । ଏ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ତଳେ ଥିଲା । ତେବେ ସେପ୍ଟେମ୍ବରରୁ ଏହା ଅଭିବୃଦ୍ଧି ପରଲକ୍ଷିତ ହୋଇଛି । ଚଳିତବର୍ଷ ଅକ୍ଟୋବରର ମାସରେ ଜିଏସଟି ବାବଦରେ ଯେଉଁ ଟିକସ ରାଜସ୍ୱ ଆଦାୟ ହୋଇଛି ତାହା ଗତବର୍ଷର ସେହିମାସ ତୁଳନାରେ 10 ଶତାଂଶ ଅଧିକ । 

ଏହି ସମୟ ମଧ୍ୟରେ ଆମଦାନୀ ସାମଗ୍ରୀ ଉପରୁ 9 ଶତାଂଶ ଅଧିକ ରାଜସ୍ୱ ଆଦାୟ ହୋଇଛି । ସେହିଭଳି ସେବା ଆମଦାନୀ ସମେତ ଘରୋଇ ମାଲପରିବହନ ଓ ଚାଲାଣ କ୍ଷେତ୍ରରେ ଆଦାୟ ହେଉଥିବା ଜିଏସ୍‌ଟି ରାଜସ୍ୱ ଗତବର୍ଷ ଅକ୍ଟୋବରର ତୁଳନାରେ 11 ଶତାଂଶ ଅଧିକ ବଢିଛି । ଜିଏସ୍‌ଟି ରାଜସ୍ୱର ଅଭିବୃଦ୍ଧି ଚଳିତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ -14%, -8% ଏବଂ 5 ଶତାଂଶ ଥିଲା । ଏଥିରୁ ଅର୍ଥନୀତିରୁ ପୁନରୁଦ୍ଧାର ଚିତ୍ର ସ୍ପଷ୍ଟ ପ୍ରତୀୟମାନ ହୁଏ । କ୍ରମଶଃ କାରବାର ବଢିବା ସହିତ ଜିଏସ୍‌ଟି ଆଦାୟ ମଧ୍ୟ ବଢିବାରେ ଲାଗିଛି । ନିମ୍ନରେ ଦିଆଯାଇଥିବା ଚାର୍ଟରେ ଚଳିତବର୍ଷର ମାସିକ ମୋଟ ଜିଏସ୍‌ଟି ରାଜସ୍ୱ ବୃଦ୍ଧିର ଧାରା ପ୍ରଦର୍ଶିତ ହୋଇଛି । ଏହି ଟେବୁଲରେ ଚଳିତବର୍ଷ ଅକ୍ଟୋବରର ମାସର ରାଜ୍ୟୱାରୀ ଜିଏସ୍‌ଟି ସଂଗ୍ରହର ପରିମାଣ ପ୍ରଦାନ କରାଯାଇ ଗତବର୍ଷ ଅକ୍ଟୋବରର ମାସ ଏବଂ ପୁରା ବର୍ଷ ପାଇଁ ତାହାର ତୁଳନାତ୍ମକ ତଥ୍ୟ ପ୍ରଦାନ କରାଯାଇଛି ।

ଗତବର୍ଷ ଅକ୍ଟୋବରର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ପରିମାଣ ଥିଲା 73,159 କୋଟି ଟଙ୍କା । ଚଳିତବର୍ଷ ଅକ୍ଟୋବରର ମାସରେ ଏହି ସଂଖ୍ୟା 80,848 କୋଟି ଟଙ୍କାରେ ପହଞ୍ଚିଛି ଏବଂ ଏ କ୍ଷେତ୍ରରେ 11 ଶତାଂଶ ଅଭିବୃଦ୍ଧି ଘଟିଛି । କେତେକ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଛାଡିଦେଲେ ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା, ରାଜସ୍ଥାନ, ହରିୟାଣା ଆଦି ରାଜ୍ୟର ଅକ୍ଟୋବରର ମାସର ଜିଏସ୍‌ଟି ସଂଗ୍ରହରେ ଅଭିବୃଦ୍ଧି ଅପେକ୍ଷାକୃତ ଭଲ ରହିଛି । ଆନ୍ଧ୍ର ଓ ଛତିଶଗଡରେ ଏହି ଜିଏସ୍‌ଟି ଆଦାୟ ଅଭିବୃଦ୍ଧି ଗତ ଅକ୍ଟୋବରର ମାସରେ 26 ଶତାଂଶ ହୋଇଥିବାବେଳେ ଝାଡଖଣ୍ଡରେ 23%, ରାଜସ୍ଥାନରେ 22% ଓ ଓଡିଶାରେ 21% ରହିଛି । ରାଜ୍ୟୱାରୀ ଜିଏସ୍‌ଟି ସଂଗ୍ରହ ଏପ୍ରିଲ 2020 (1)
2020 ଅକ୍ଟୋବରରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ 1,05,155 କୋଟି ଟଙ୍କା ।

2020 ଅକ୍ଟୋବରରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ 1,05,155 କୋଟି ଟଙ୍କା ।


Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget