loading...

ପ୍ରକୃତ ହିତାଧିକାରୀ ଚିହ୍ନଟ କରି 2013 ରୁ 4.39 କୋଟି ନକଲି ରାସନ କାର୍ଡ ହୋଇଛି ରଦ୍ଦ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି 2013ରୁ 4.39 କୋଟି ନକଲି ରାସନ କାର୍ଡ ହୋଇଛି ରଦ୍ଦ।

ପ୍ରକୃତ ହିତାଧିକାରୀ ଚିହ୍ନଟ କରି 2013 ରୁ 4.39 କୋଟି ନକଲି ରାସନ କାର୍ଡ ହୋଇଛି ରଦ୍ଦ ।

ନୂଆଦିଲ୍ଲୀ ; ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି 2013ରୁ 4.39 କୋଟି ନକଲି ରାସନ କାର୍ଡ ହୋଇଛି ରଦ୍ଦ। ରଦ୍ଦ ରାସନ କାର୍ଡ ବଦଳରେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ/ପରିବାରକୁ ନିୟମିତ ଭାବେ ନୂଆ କାର୍ଡ ପ୍ରଦାନ କରାଯାଇଛି। ପ୍ରଯୁକ୍ତି ସମ୍ବଳିତ ପିଡିଏସ ସଂସ୍କାର ଆଣିବାକୁ ଆରମ୍ଭ ହୋଇଥିବା ଅଭିଯାନ ଅନୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଲାଗୁ ପାଇଁ ପ୍ରସ୍ତୁତି ବେଳେ ସାଧାରଣ ବଂଟନ ବ୍ୟବସ୍ଥା (ଟିପିଡିଏସ)ର ଆଧୁନିକୀକରଣ ଓ ପରିଚାଳନାରେ ପାରଦର୍ଶିତା ତଥା କୁଶଳତା ଆଣିବା ପାଇଁ ରାସନ କାର୍ଡ ଓ ହିତାଧିକାରୀଙ୍କ ଡାଟାବେସ ଡିଜିଟାଇଜେନ କରି ଆଧାର ସହ ଯୋଡିବା, ଅଯୋଗ୍ୟ/ନକଲି ରାସନ କାର୍ଡ ଚିହ୍ନଟ, ଡିଜିଟାଇଜେସନ ହୋଇଥିବା ଡାଟାର ପୁନରାବୃତ୍ତି ରୋକିବା ତଥା ହିତାଧିକାରୀଙ୍କ ସ୍ଥାନାନ୍ତରଣ/ମୃତ୍ୟୁ ଭଳି ମାମଲା ଚିହ୍ନଟ କରି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକର ସରକାର 2013ରୁ 2020 ମଧ୍ୟରେ ଦେଶରେ ପ୍ରାୟ 4.39 କୋଟି ଅଯୋଗ୍ୟ/ନକଲି ରାସନ କାର୍ଡ ରଦ୍ଦ କରିଛନ୍ତି ।

ଏହା ବ୍ୟତୀତ ଏନଏଫଏସଏ କଭରେଜ ସମ୍ପର୍କିତ କୋଟା ଜାରି କରାଯାଇ, ନିର୍ଦ୍ଦିଷ୍ଟ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକ ଦ୍ୱାରା ନିୟମିତ ଭାବେ ଏନଏଫଏସଏ ଅନୁଯାୟୀ ହିତାଧିକାରୀଙ୍କ ‘ଉପଯୁକ୍ତ ଚୟନ’ ପାଇଁ ବିନିଯୋଗ କରାଯାଉଛି । ଉପଯୁକ୍ତ ହିତାଧିକାରୀ/ ପରିବାରକୁ ସାମିଲ କରିବା/ସେମାନଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବା କାମ ଜାରି ରହିଛି। ଆଇନ ଅନୁଯାୟୀ ଏହି କାମ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଧାର୍ଯ୍ୟ କଭରେଜ ଅଧୀନରେ ହେଉଛି । ଏନଏଫଏସଏ ଅନ୍ତର୍ଗତ ଟିପିଡିଏସ ମାଧ୍ୟମରେ 81.35 କୋଟି ଲୋକଙ୍କୁ ଖୁବ କମ୍ ଦାମରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି । ଏହି ସଂଖ୍ୟା 2011 ଜନଗଣନା ଅନୁଯାୟୀ ଦେଶର ଜନସଂଖ୍ୟାର ଦୁଇ ତୃତୀୟାଂଶ । ଏବେ ଦେଶରେ 80 କୋଟିରୁ ଅଧିକ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ରିହାତି ଦର ଯଥା- ତିନି ଟଙ୍କା, ଦୁଇ ଟଙ୍କା ଓ ଏକ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ପ୍ରତି ମାସରେ ଏନଏଫଏସଏ ଅନ୍ତର୍ଗତ ଖାଦ୍ୟଶସ୍ୟ (ଚାଉଳ, ଗହମ ଓ ଅନ୍ୟାନ୍ୟ ଶସ୍ୟ) ପ୍ରଦାନ କରାଯାଉଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget