ଭୁବନେଶ୍ବର ; ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ -୨୦୨୦) ପରୀକ୍ଷା ଫଳ ପୁସ୍ତିକାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଦ୍ୟାର୍ଥୀମାନେ କମ୍ପୁଟର ମାଧ୍ୟମରେ ଓଜେଇଇ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ଓଡ଼ିଶାର ୨୧ଟି ସହରର ୫୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବାବେଳେ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ରାଞ୍ଚି ଓ ପାଟନାର ୫ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ।
୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏହି ପ୍ରବେଶିକା ପରୀକ୍ଷା ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ପାଠ୍ୟକ୍ରମ ଯେପରିକି ବିଟେକ୍, ଏଲ୍.ଇ ଟେକ୍ ଡିପ୍ଲୋମା), ଏଲ୍.ଇ ଟେକ୍ (ବିଏସି), ବି. ଫାର୍ମ, ଏମବିଏ, ଏମସିଏ, ଇଣ୍ଟିଗ୍ରେଟେଡ୍ ଏବିଏ, ଏଲ୍.ଇ ଫାର୍ମ, ଏମ୍ ଫାର୍ମ, ଏମ୍ ଆର୍କ, ଏମ୍ ପ୍ଲାନ୍ ଏବଂ ଏମ୍ ଟେକ୍ ପାଠ୍ୟକ୍ରମକୁ ନେଇ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୭୯,୭୫୪ ଜଣ ପରୀକ୍ଷା ପାଇଁ ନାମ ପଞ୍ଜୀକୃତ କରିଥିବାବେଳେ ସେଠୁ ମଧ୍ୟରୁ ୪୯, ୨୬୭ ଜଣ ପରୀକ୍ଷାର୍ଥୀଙ୍କୁ ନିଜର ଦକ୍ଷତା ଅନୁସାରେ ଅନୁରୂପ ପାଠ୍ୟକ୍ରମରେ ବ୍ୟାଙ୍କ ମିଳିଛି । ପରୀକ୍ଷାର୍ଥୀମାନେ ସେମାନଙ୍କର ବ୍ୟାଙ୍କ କାର୍ଡ ଓଜେଇଇ ୱେବ୍ସାଇଟ୍W WW.0jee.nic.in ଏବଂ WWW.odishajee.comରୁ ଡାଉନ୍ଲୋଡ୍ କରି ପାରିବେ ।
ସୂଚନାଯୋଗ୍ୟ ଯେ କୋଭିଡ୍ ମହାମାରୀ ଯୋଗୁଁ ଓଜେଇଇ-୨୦୨୦ ପରୀକ୍ଷା ବିଳମ୍ବିତ ହୋଇଥିଲା । ଶେଷରେ ଅକ୍ଟୋବର ୧୨ରୁ ୨୨ ମଧ୍ୟରେ କୋଭିଡ୍ –୧୯ର ସମସ୍ତ ନିୟମକୁ ଅନୁପାଳନ କରି ଏହି ପରୀକ୍ଷା ଆୟୋଜିତ ହୋଇଥିଲା । ଆଜିର ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାୟକ ବ୍ୟାଙ୍କ ହାସଲ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ଏବଂ ଓଜେଇଇ ସଚିବ ରଞ୍ଜନ କୁମାର ଜେନା ଉପସ୍ଥିତ ଥିଲେ ।
ଆଜିର ପ୍ରକାଶିତ ଫଳ ଅନୁଯାୟୀ ସୋଭିତ୍ ପଟେଲ୍ ବି.ଟେରେ, ସୌମ୍ୟ ରଞ୍ଜନ ପାଢ଼ୀ ଲାଟେରାଲ୍ ଏଣ୍ଡି । ଟେକ୍(ଡିପ୍ଲୋମା)ରେ, ସୁବ୍ରତ କୁମାର ସାହୁ ଲାଟେରାଲ୍ ଏଣ୍ଡି ବି.ଏସିରେ, ସୌମ୍ୟ ରଞ୍ଜନ ରାଉତରାୟ ବି. । ଫାର୍ମାରେ, ଶୁଭକାନ୍ତ ସାହୁ ଏମ୍ବିଏରେ, ଜୟଦୀପ ଦେ ଏମ୍ସିଏରେ, ରଜତ କୁମାର ଦଳାଇ ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ, ଗୁଣକର ସାହୁ ଲାଟେରାଲ୍ ଏଣ୍ଡି ଫାର୍ମାରେ, ପାରମିତା ସାହୁ ଏମ୍. ଫାର୍ମାରେ, ଭାରତ ଭୂଷଣ ଏମ୍ ଆର୍କରେ, ଜ୍ଞାନଦା ପଣ୍ଡା ଏମ୍. ପ୍ଲାନରେ ଏବଂ ଶ୍ୟାମ ସୂନ୍ଦର ପଟେଲ୍ ଏମ୍. ଟେରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
Post a Comment