loading...

ପଞ୍ଚଦଶ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ ଭର୍ଚୁଆଲ୍ ମୋଡରେ ଉଦ୍‌ଘାଟିତ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଭର୍ଚୁଆଲ୍ ମୋଡରେ ପଞ୍ଚଦଶ ମୁଭିକା ହସ୍ତଶିଳ୍ପ।

ପଞ୍ଚଦଶ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ ଭର୍ଚୁଆଲ୍ ମୋଡରେ ଉଦ୍‌ଘାଟିତ ।

ଭୁବନେଶ୍ୱର ; ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଭର୍ଚୁଆଲ୍ ମୋଡରେ ପଞ୍ଚଦଶ ମୁଭିକା ହସ୍ତଶିଳ୍ପ ଟେରାକୋଟା) ପ୍ରଦର୍ଶନୀର ଶୁଭ ଉଦ୍ଘାଟନ କରିଛନ୍ତି । ଆମ ଓଡ଼ିଶା ଏକ ଉକୃଷ୍ଣ ହସ୍ତଶିଳ୍ପ କଳାର ରାଜ୍ୟ । ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପକୁ ଆଧାର କରି ୧ ଲକ୍ଷ ୩୦ ହଜାରରୁ ଉର୍ଦ୍ଧ କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ହସ୍ତଶିଳ୍ପ କଳାକୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବହୁସଂଖ୍ୟାରେ ଜାତୀୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ହେବାର ଗୌରବ ଅର୍ଜନ କରିଛି । ଅଦ୍ୟାବଧୂ ୧୬୮ ଜଣ ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ଏବଂ ତନ୍ମଧ୍ୟରୁ ୪ ଜଣ ପଦ୍ମ ପୁରସ୍କାର, ୧୧ ଜଣ ଶିଳ୍ପଗୁରୁ ଭାବେ ସମ୍ମାନିତ ହୋଇଛନ୍ତି । 

ଏତଦ୍‌ବ୍ୟତୀତ ୨୯୦ ଜଣ ହସ୍ତଶିଳ୍ପୀ ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିଛନ୍ତି ।‘ଟେରାକୋଟା’ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ହସ୍ତଶିଳ୍ପ ଅଟେ । ଏହାର ସାମଗ୍ରୀମାନ ପ୍ରାୟ ପ୍ରତି ଜିଲ୍ଲାରେ ପାରମ୍ପରିକ କୁମ୍ଭକାର ଏବଂ ପ୍ରଶିକ୍ଷଣ ପ୍ରାପ୍ତ କାରିଗରମାନଙ୍କ ଦ୍ଵାରା ଉତ୍ପାଦିତ ହେଉଛି । ଆମ ରାଜ୍ୟରେ ୧୦ ହଜାରରୁ ଉର୍ଦ୍ଧ କାରିଗର ଟେରାକୋଟା କାମ କରି ବିଭିନ୍ନ ପାରମ୍ପରିକ, ଗୃହସଜା ଉପକରଣ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ରାଜ୍ୟରେ ୪୦ରୁ ଊଦ୍ଧ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି । ତନ୍ମଧ୍ୟରୁ କେତେକ ମୁଖ୍ୟ ଟେରାକୋଟା ପୁଞ୍ଜଗୁଡ଼ିକ ହେଲା ସୋନପୁର (ସୁବର୍ଣ୍ଣପୁର), ବରପାଲି (ବରଗଡ଼), ହଳଧରପୁର (କେନ୍ଦୁଝର), ନୂଆଗାଁ (ଖୋଦ୍ଧ), ଲୁଣୁକିଆ (ଜଗତସିଂହପୁର), କୁସୁମି(କୋରାପୁଟ) ଇତ୍ୟାଦି । 

ଆମ ରାଜ୍ୟର ୩ ଜଣ ମୃତ୍ତିକା ହସ୍ତଶିଳ୍ପୀ ଜାତୀୟସ୍ତରୀୟ ପୁରସ୍କାର ଏବଂ ୧୮ ଜଣ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ଓଡ଼ିଶା ସରକାର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତଶିଳ୍ପର ବିକାଶ ପାଇଁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ବଜାର ସହାୟତା ପାଇଁ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି । ବ୍ୟକ୍ତିଗତ କାରିଗର, ସ୍ବୟଂ ସହାୟକ ଗୋଷ୍ଠୀ, ଶୀର୍ଷ ଅନୁଷ୍ଠାନ ଓ ସମବାୟ ସମିତିମାନଙ୍କୁ ଦକ୍ଷତା ବୃଦ୍ଧି, କାରିଗରୀ କୌଶଳ ବୃଦ୍ଧି ତାଲିମ, ଉନ୍ନତ ମାନର ଯନ୍ତ୍ରପାତି, ବ୍ୟାଙ୍କ ଋଣ ସହାୟତା, ଭିତ୍ତିଭୂମିର ବିକାଶ, ନମୂନା ବିକାଶ, ପ୍ରଦର୍ଶନୀ ମାଧ୍ୟମରେ ବଜାର ସହାୟତା ଇତ୍ୟାଦି ଯୋଗାଇ ଦିଆଯାଉଛି । ଏତଦ୍‌ବ୍ୟତୀତ ଉତ୍କଳିକା’ ମାଧ୍ୟମରେ ଅନ୍‌ଲାଇନ୍ ମାର୍କେଟିଂର ବ୍ୟବସ୍ଥା କରାଯାଇଛି ।

ଉତ୍ପାଦିତ ଟେରାକୋଟା ସାମଗ୍ରୀଗୁଡ଼ିକର ବିକ୍ରିବଟାର ସହାୟତା ନିମନ୍ତେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ୨୦୦୬ ମସିହାଠାରୁ ‘ମୃଭିକା’ ନାମରେ ଏକ । ବାର୍ଷିକ ପ୍ରଦର୍ଶନୀ ଆୟୋଜିତ ହୋଇଆସୁଛି । ଚଳିତ ବର୍ଷ ଦୀପାବଳିକୁ ଦୃଷ୍ଟିରେ ରଖ୍ ‘ମୃଭିକା-୨୦' ନାମରେ ଏକ ପ୍ରଦର୍ଶନୀ, ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଭୁବନେଶ୍ୱରଠାରେ ନଭେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି । ଏହି ଅବସରରେ ୧୦୧ଟି ଷ୍ଟଲ୍ ନିର୍ମାଣ କରାଯାଇ ୧୫୭ରୁ ଉଦ୍ଧ କଳାକାରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଇଛି । ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ଯାଜପୁର, ବାଲେଶ୍ଵର, ସୁବର୍ଣ୍ଣପୁର, । ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, । ସମ୍ବଲପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼ ଓ କୋରାପୁଟ । 

ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୧୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ ଟେରାକୋଟା ସାମଗ୍ରୀ ବିକ୍ରି ହେବାର ଆକଳନ କରାଯାଇଛି । ଏହି ମେଳାରେ ଟେରାକୋଟା ହସ୍ତଶିଳ୍ପର କାର୍ଯ୍ୟ କୌଶଳର ପ୍ରତ୍ୟକ୍ଷ ପ୍ରଦର୍ଶନ ମଧ୍ୟ କରାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ଦାଶ, ସ୍ପେସାଲ୍ ଅଫିସର ଶ୍ରୀ ସନାତନ ନାୟକ ଓ ଶ୍ରୀ ସୁଧୀଶୁ ରଞ୍ଜନ ପ୍ରଧାନ ଏବଂ ବିଭାଗୀୟ । ବରିଷ୍ଠ ଅଧୁକାରୀ ପ୍ରମୁଖ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ଅବସରରେ ଅନ୍‌ଲାଇନ୍‌ରେ ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget