loading...

ଆଗାମି ୯ରେ କଂଗ୍ରେସର କ୍ଷେତି ବଂଚାଓ ଯାତ୍ରା ଆରମ୍ଭ । କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରୁ ଟ୍ରାକ୍ଟର ରାଲି ।

ଗତ ଅକ୍ଟୋବର ପ୍ରଥମ ସପ୍ତାହରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ପଞ୍ଜାବ ଓ ହରିୟାଣା ଠାରେ ଐତିହାସିକ ‘କ୍ଷେତି ବଂଚାଅ ଯାତ୍ରା କରିଛନ୍ତି ।

ଆଗାମି ୯ରେ କଂଗ୍ରେସର କ୍ଷେତି ବଂଚାଓ ଯାତ୍ରା ଆରମ୍ଭ । କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରୁ ଟ୍ରାକ୍ଟର ରାଲି ।

ଭୁବନେଶ୍ୱର ; ଗତ ଅକ୍ଟୋବର ପ୍ରଥମ ସପ୍ତାହରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ପଞ୍ଜାବ ଓ ହରିୟାଣା ଠାରେ ଐତିହାସିକ ‘କ୍ଷେତି ବଂଚାଅ ଯାତ୍ରା କରିଛନ୍ତି । ଏହି ପ୍ରକ୍ରିୟାକୁ ଚାଲୁ ରଖୁବା ପାଇଁ ଏଆଇସିସି ନିର୍ଦ୍ଦେଶରେ ପିସିସି ପକ୍ଷରୁ ଆଗାମୀ ୯ ତାରିଖ ସୋମବାର ଦିନ ଏକ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବାକୁ ଯୁବାବେଳେ ୧୩ ତାରିଖ ଦିନ ପଣ୍ଡିତ ନେହେରୁଙ୍କ ଉପରେ ଏକ ଆଲୋଚନା ଚକ୍ର ଓ ୧୪ ତାରିଖ ଦିନ ସାମାଜିକ ଗଣମାଧ୍ୟମରେ SpeakUpForPSUs ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ନିଷ୍ପତି ନିଆଯାଇଛି । 

ପ୍ରଥମ କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ଦିନ ସକାଳ ୯ ଘଟିକାରେ ଭୁବନେଶ୍ଵର କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରୁ ଏକ ଟ୍ରାକ୍ଟର ରାଲି ବାହାରି କଟକ ଜିଲ୍ଲା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସଛକ ଦେଇ ଶକ୍ତିନଗରସ୍ତ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପଂହଚିବ । ଏହି ରାଲିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ସାଂସଦ ଡ. ଏ. ଚେଲାକୁମାର, ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ସେହିପରି ଚଳିତ ନଭେମ୍ବର ୧୪ ତାରିଖ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ୧୩୧ ତମ ଜନ୍ମବାର୍ଷିକୀ । ଏହି ଅବସରରେ ଏହାର ପୂର୍ବଦିନ ଅର୍ଥାତ୍ ନଭେମ୍ବର ୧୩ ତାରିଖ ଶୁକ୍ରବାର ଦିନ ପିସିସି ପକ୍ଷରୁ ନେହେରୁଜୀଙ୍କ ଆଦର୍ଶ ଓ ରାଷ୍ଟ୍ରଗଠନ ସଂପର୍କରେ ଏକ ଆଲୋଚନା ଚକ୍ର ଆୟୋଜନ କରିବା ପାଇଁ ଏଆଇସିସି ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ଉକ୍ତ ଦିନ ଦିବା ୧୦ ଘଟିକା ସମୟରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଭୁବନେଶ୍ଵର ଠାରେ ଏକ ଆଲୋଚନା ଚକ୍ର ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । 

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ଦାସ ବେନହୁର ଯୋଗଦେଇ ନେହେରୁଜୀଙ୍କ ଜୀବନାଦର୍ଶ ସଂପର୍କରେ ଉଦ୍‌ବୋଧନ ଦେବେ । ସେହିପରି ୧୪ ତାରିଖ ଶନିବାର ଅର୍ଥାତ୍ ନେହେରୁଜୀଙ୍କ ଜୟନ୍ତୀ ଦିନ ନେହେରୁଙ୍କ ଦ୍ବାରା ସ୍ବାବଲମ୍ବୀ ଭାରତ ଗଠନ ସଂପର୍କରେ “SpeakUpForPSUs' ଶୀର୍ଷକ ଉପରେ ସାମାଜିକ ଗଣମାଧ୍ୟମ ଦ୍ବିଟର, ଫେସ୍‌ବୁକ୍, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ) ମାଧ୍ୟମରେ ଏକ ବିଶାଳ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 

ଏଥିରେ ସରକାର ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ଘରୋଇକରଣ କରୁଥିବା ଚେଷ୍ଟା ବିରୁଦ୍ଧରେ ସ୍ୱର ଉତୋଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଂସଦ ଓ ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତ୍ତା, ପୂର୍ବତନ ସାଂସଦ ଓ ବିଧାୟକ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ସହଯୋଗ କାମନା କରିଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget