ଭୁବନେଶ୍ୱର : କୋଭିଡ଼ କଟକଣା ପରେ ଷ୍ଟାମ୍ପ ବିକ୍ରିକରି ଗୁଜୁରାଣ ମେଟାଇ ପାରୁନାହଁନ୍ତି ଷ୍ଟାମ୍ପ ଭେଣ୍ଡର । ଏଥି ପାଇଁ ଷ୍ଟାମ୍ପ ଭେଣ୍ଡରଙ୍କୁ ଇ-ଷ୍ଟାରେ ସାମିଲ ପାଇଁ ଦାବି ହୋଇଛି । ପ୍ରକାଶ ଥାଉକି, ଜମି କିଣା ବିକା, ବିଭିନ୍ନ ଚୁକ୍ତି, ଶପଥପାଠ ଆଦି କାର୍ଯ୍ୟରେ ଷ୍ଟାମ୍ପ ପେପର ବିକ୍ରି ହୁଏ । ରାଜ୍ୟରେ ୪ ହଜାରରୁ ଉଦ୍ଧ ଷ୍ଟାମ୍ପ ଭେଣ୍ଡର ରହିଥିବା ବେଳେ ଏହି ଷ୍ଟାମ୍ପ ବିକ୍ରି ଦ୍ୱାରା ସେମାନଙ୍କ ୨୦ ହଜାର ପରିବାର ସଦସ୍ୟ ଗୁଜୁରାଣ କରନ୍ତି ।
ଏବେ ଲକ୍ ଡାଉନ୍ ପରେ ଷ୍ଟାମ୍ପ ପେପର ବିକ୍ରି ମରୁଡ଼ି ହୋଇଛି । ହାତ ଗଣତି ଇ-ଷ୍ଟାମ୍ପ ବିକ୍ରେତାଙ୍କ ଯୋଗୁଁ କାଗଜ ଷ୍ଟାମ୍ପ ପୂର୍ବ ପରି ବିକ୍ରି ହେଉନାହିଁ । ଏବେ ଲୋକମାନେ ସାଧା କାଗଜରେ ଘରେ ଦଲିଲ୍ ପ୍ରସ୍ତୁତ କରି ଇ-ଷ୍ଟାମ୍ପ କରିବାଫଳରେ ଭେଣ୍ଡରମାନେ ହାତବାନ୍ଧି ବସିଛନ୍ତି । ତେବେ ଏହାର ସମାଧାନ ପାଇଁ ଆଇ.ଜି.ଆର୍ ଗତ ସେପ୍ଟେମ୍ବର ୧୫ ତାରିଖରେ ଚିଠି ନଂ ୩୨ ୧୮ରେ ଭେଣ୍ଡରମାନଙ୍କୁ ଇ- ଷ୍ଟାମ୍ପରେ ସାମିଲ୍ କରି ଶତକଡ଼ା ୧ ରୁ ୧.୫ କମିସନ୍ ଦେବାକୁ ରାଜସ୍ବ ବିଭାଗକୁ ଏକ ପତ୍ର ମାଧ୍ୟମରେ ଜଣାଇଥଇଲେ ।
କିନ୍ତୁ ୫୦ ଦିନ ବିତିଯାଇଥିଲେ ମଧ୍ୟ ଫାଇଲଟି ରାଜସ୍ବ ବିଭାଗରେ ପଡ଼ିରହିଅଛି । ତେଣୁ ଏନେଇ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ରାଜସ୍ବ ସଚିବ ଓ ୫ଟି ସଚିବ ହସ୍ତକ୍ଷେପ କରିବାକୁ ଓଡ଼ିଶା ଷ୍ଟାମ୍ପ ଭେଣ୍ଡରଙ୍କୁ ମହାସଂଘର ପୂର୍ବତନ ସଂପାଦକ ବେଣୁଧର ମିଶ୍ର ଓ ଭୁବନେଶ୍ଵର ସଂଘର ପୂର୍ବତନ ସଂପାଦକ ବିନୋଦ କୁମାର ରାଉତ ସରକାରଙ୍କ ପାଖରେ ଦାବି କରିଛନ୍ତି ।
Post a Comment