ଭୁବନେଶ୍ୱର : ତୁଷାର ଗରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ନିକୋପାର୍କ ରୋଡ, ୱାର୍ଡ଼ ନଂ ୨୮ସ୍ଥିତ ଆଶ୍ରମ ସ୍କୁଲର ଅନ୍ତେବାସୀ, ବିଦ୍ୟାର୍ଥୀ ଓ ଅଙ୍ଗନବାଡ଼ି ପିଲାମାନଙ୍କୁ ଖାତା, ବହି, ପେସିଲ୍, ରବର, ଇଂରାଜୀ ୱାର୍ଡ଼ ବୁକ୍ ଓ କଲର ବକ୍ ଇତ୍ୟାଦି ବିଭିନ୍ନ ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି । ଏଥିରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମନୋରଞ୍ଜନ ମହାନ୍ତି, ସୁଶାନ୍ତ କୁମାର ରାଉତ, କୁଳମଣି ନାୟକ, ମଉଜି ବେହେରା, ନିଖୁଳ ନାୟକ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱମୋହିନୀ ପତି, ଶିକ୍ଷୟିତ୍ରୀ ଜୟନ୍ତୀ ନାୟକ, ଟ୍ରଷ୍ଟ ପକ୍ଷରୁ ଉପଦେଷ୍ଟା ଶିବିର କୁମାର ପରିଡ଼ା, ନବକିଶୋର ବେହେରା, ସଭାପତି ଜିତେନ୍ଦ୍ର କୁମାର ଜେନା, ସାଧାରଣ ସମ୍ପାଦକ ବିବେକାନନ୍ଦ ବାରିକ, ଶିଶିର ମହାପାତ୍ର, ମୁନା ମିଶ୍ର, ଅକ୍ଷୟ ବେହେରା, ରାମାଜୀ, ତ୍ରିନାଥ ମହାରଣା, ସୁଷମା ମହାପାତ୍ର ଓ ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିରଳନା କରିଥିଲେ ।
Post a Comment