loading...

ସରକାରଙ୍କ ଅର୍ଥ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା AQ ସିରିଜ୍‌ର ଉଠାଣ ।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସ୍ବଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନାର ୪୨ ତମ ଉଠାଣ AQ ସିରିଜ ।

ସରକାରଙ୍କ ଅର୍ଥ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା AQ ସିରିଜ୍‌ର ଉଠାଣ ।

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସ୍ବଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନାର ୪୨ ତମ ଉଠାଣ ('AQ) ସିରିଜ ଲୋକସେବା ଭବନଠାରେ ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ ୨୪୧୮ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୭ଟି ବର୍ଗରେ ସର୍ବାଧୂକ ୫ ଲକ୍ଷ ଏବଂ ସର୍ବନିମ୍ନ ୨୦୦୦ ଟଙ୍କା ହିସାବରେ ସମୁଦାୟ ୭୪ ଲକ୍ଷ ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସୂରୁପ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ମୁଖ୍ୟଅତିଥ୍ୟ ଭାବେ ଯୋଗଦେଇ ପ୍ରଚଳିତ ସଂଚୟ ଯୋଜନାଗୁଡ଼ିକ ବେଶ ସରଳ, ସୁନିଶ୍ଚିତ ଏବଂ ସୁରକ୍ଷିତ ହୋଇଥିବାରୁ ଏହା ବିଶେଷ ଲୋକପ୍ରିୟ ହୋଇପାରିଛି ବୋଲି ମତ ଦେବା ସହ ଜନସାଧାରଣ ଏହି ଯୋଜନା ପ୍ରତି ସେମାନଙ୍କର ବିଶ୍ଵାସ ଅତୁଟ ରଖୁବା ପାଇଁ ଆହ୍ବାନ କରିଥିଲେ ।

ରାଜ୍ୟ ସ୍ବଳ୍ପ ସଂଚୟ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କୁ ଚିଟ୍‌ଫଣ୍ଡ ସଂସ୍ଥା ଭଳି କୌଣସି ସନ୍ଧିଗୁ, ବେସରକାରୀ, ଅଣବ୍ୟାଙ୍କିଙ୍ଗ, ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କର ଅଧୁକ ସୁଧହାରର ମିଥ୍ୟ ପ୍ରତିଶ୍ରୁତିରେ ପ୍ରଲୋଭିତ ନହୋଇ, କେବଳ ଡାକଘର କିମ୍ବା ବ୍ୟାଙ୍କମାନଙ୍କରେ ପ୍ରଚଳିତ ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନାଗୁଡ଼ିକ ମାଧ୍ୟମରେ ନିଜର କଷ୍ଟୋପାର୍ଜିତ ଅର୍ଥକୁ ସଂଚୟ କରିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ସ୍ୱଳ୍ପ ସଂଚୟ ବିଭାଗର ଉପଶାସନ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ବହୁ ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ । 

ସଂପୂର୍ଣ୍ଣ କୋଭିଡ୍ କଟକଣା ଓ ତସଂକ୍ରାନ୍ତୀୟ ମାର୍ଗଦର୍ଶିକା ଅନୁଯାୟୀ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ସର୍ବସାଧାରଣ ଦେବା ପାଇଁ ଏହି ଉଠାଣ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା ‘ୟୁ ଟ୍ୟୁବ୍’ ଏବଂ ଅର୍ଥ । ବିଭାଗର ‘ଫେସ୍‌ବୁକ୍‌ ମାଧ୍ୟମରେ କରାଯାଇଥିଲା । ଏଥି ନିମନ୍ତେ ଆବଶ୍ୟକୀୟ ବୈଷୟିକ ସହାୟତା ଓକାକ୍ ତରଫରୁ ଯୋଗାଇ ଦିଆଯାଇଥିଲା । ଅର୍ଥ ବିଭାଗର ସ୍ବଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅକାରୀ ଶ୍ରୀ ରଞ୍ଜନ କୁମାର ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଖୁବ୍‌ଶୀଘ୍ର ଏହି ଉଠାଣର ଫଳାଫଳ ସଂକ୍ରାନ୍ତୀୟ ବିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଛି । 

ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀ ପ୍ରେମରାଜ ବହିଦାର, ଅର୍ଥ ବିଭାଗର ଅବସରପ୍ରାପ୍ତ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ନନ୍ଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ ତଥା ସୁପରିଚିତା, ଗାଜିକା, ଔପନାସିକା ଓ କବୟତ୍ରୀ ଡାକ୍ତର ଶ୍ରୀମତୀ ଜୟନ୍ତୀ ରଥ, ପ୍ରମୁଖ ବିଚାରପତି ଭାବେ ଯୋଗଦାନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget