ଭୁବନେଶ୍ୱର ; ଆଜି ଭୁବନେଶ୍ଵର ଜିଲ୍ଲା ନବନିଯୁକ୍ତ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା ସମେତ ଭୁବନେଶ୍ଵର ଜିଲ୍ଲା କଂଗ୍ରେସର ଛାତ୍ର, ଯୁବ, ମହିଳା ଏବଂ ବିଭିନ୍ନ ପ୍ରକୋଷ୍ଠର ନେତୃବୃନ୍ଦ ଓ କର୍ମୀମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଶ୍ରୀ ଦାଶଙ୍କୁ ସ୍ବାଗତ ଜଣାଇଥିଲେ । ଇତ୍ୟବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଶ୍ରୀଯୁକ୍ତ ଦାଶଙ୍କୁ ସ୍ବାଗତ କରି ଆସନ୍ତା ଦିନରେ ଜିଲ୍ଲା କଂଗ୍ରେସକୁ ଲୋକାଭିମୁଖ, ଲୋକାଦୃତ କରାଯାଇ ପାରିବ ସେଥିପାଇଁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଓ ନିଦ୍ଦେର୍ଶ ଦେଇଥିଲେ ।
ଆସନ୍ତା ଏକମାସ ଭିତରେ ଭୁବନେଶ୍ଵର ଜିଲ୍ଲାର ପ୍ରତ୍ୟେକ ୱାଡ଼କୁ ଗ୍ରସ୍ତକରି କଂଗ୍ରେସ ଲୋକମାନଙ୍କୁ ଭେଟିବା ଏବଂ ସେ ୱାର୍ଡ଼ର ଲୋକମାନଙ୍କ ସମସ୍ୟା ଏବଂ ସମାଧାନ କରିବାପାଇଁ ନିଷ୍ପତିମୁଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ଵର ଜିଲ୍ଲା କଂଗ୍ରେସକୁ ପ୍ରତ୍ୟେକ ଅଂଚଳକୁ ପଦଯାତ୍ରା କରିବା ଏବଂ ଅଂଚଳବାସୀଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଗୁରୁତ୍ବାରୋପ କରିଥିଲେ । ତତ୍ସହିତ ପ୍ରତ୍ୟେକ କଂଗ୍ରେସ କର୍ମୀ ଏବଂ ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ଅହରହ ପରିଶ୍ରମ କରିବାପାଇଁ ଉପଦେଶ ଦେଇଥିଲେ । ନବନିଯୁକ୍ତ ସଭାପତି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଅଖୁଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ ଶ୍ରୀ ଜେ ଚେଲ୍ଲାକୁମାର ଜୀ ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଯେଉଁ ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି ସେଥିପାଇଁ ସେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଜିଲ୍ଲା କଂଗ୍ରେସକୁ ସଶକ୍ତ କରିବାପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଆସନ୍ତା ଦିନରେ ଜିଲ୍ଲା କଂଗ୍ରେସ ପ୍ରତ୍ୟେକ ବର୍ଗଙ୍କୁ ସାଙ୍ଗରେ ନେଇ ଗଲିବ ଏବଂ ନଭେମ୍ବର ମାସ ଦ୍ବିତୀୟ ସପ୍ତାହରୁ ସାରା ଭୁବନେଶ୍ଵରର ପ୍ରତ୍ୟେକ ୱାର୍ଡ଼ ପରିକ୍ରମା କରିବା ସହିତ ଜନସାଧାରଣଙ୍କ ସମସ୍ୟା ସହିତ ଜଡ଼ିତ ରହି ତାର ସମାଧାନ କରିବା ପାଇଁ ସମସ୍ତ ପ୍ରୟାସ କରିବେ । ରାଜ୍ୟ ଏବଂ କେନ୍ଦ୍ରରେ ଏକ ଜନମାରଣ ସରକାର ବିରୁଦ୍ଧରେ ପ୍ରତ୍ୟେକ ସ୍ତରରେ ଜନଆନ୍ଦୋଳନ କରାଯିବ ଏବଂ ଲୋକମାନଙ୍କୁ ସଚେତନ କରାଯିବ । ଆବଶ୍ୟକତା ପଡ଼ିଲେ ଆଗାମି ଦିନରେ ଆଉ ଏକ ଅସହଯୋଗ ଆନ୍ଦୋଳନ କରିବାକୁ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପଛାଇବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ପାଳନ କରାଯାଇଥିଲା ।
Post a Comment