ଭୁବନେଶ୍ବର ; ସଂପ୍ରତି ଦେଶରେ ବିଜେପି ଶାସନ ଅମଳରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଦଳିତ ଅତ୍ୟାଚାର ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି । ନିକଟରେ ଘଟିଥିବା ଉତରପ୍ରଦେଶର ହାଥରସ୍ ଗଣଦୁଷ୍କର୍ମ ଘଟଣା ଏହାର ଜ୍ଵଳନ୍ତ ଉଦାହରଣ । ମହିଳା ସମାଜ ଆଜି ଅସୁରକ୍ଷିତ । ଦୋଷୀମାନଙ୍କୁ ବିଜେପି ଶାସିତ ରାଜ୍ୟର ସରକାର ଘଣ୍ଟ ଘୋଡାଉଛନ୍ତି ଏବଂ ଆଇନ୍ର ବାଟକୁ ଦିଗହରା କରାଉଛନ୍ତି, ତଦ୍ୱାରା ଅସାମାଜିକ ଏବଂ ଦୁଷ୍କର୍ମକାରୀମାନଙ୍କର ଭୟ ନାହିଁ । ନିଖୁଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମହିଳା ଓ ଦଳିତ ଉହୀଡନ ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ମହିଳା ଓ ଦଳିତ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ଲୋୟର ପିଏମ୍ଜି ନିକଟରେ ପହଂଚିଥିଲା ।
ସେଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ଵର ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ମହିଳା କଂଗ୍ରେସ ନେତ୍ରୀ ଶ୍ରୀୟା ମହାନ୍ତି, ନିରୁପମା ଦାସ ପ୍ରମୁଖ ଉଦ୍ବୋଧନ ଦେଇ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ୨୦୧୮ ମସିହା ତୁଳନାରେ ୨୦୧୯ ମସିହା ବେଳକୁ ଅନୁସୂଚିତ ଜାତିର ମହିଳାମାନଙ୍କ ଉପରେ ଅତ୍ୟାଚର ଓ ନିର୍ଯ୍ୟାତନା ଶତକଡା ୭ ପ୍ରତିଶତ ଏବଂ ଆଦିବାସୀ ମହିଳାମାନଙ୍କ କ୍ଷେତ୍ରରେ ଏହା ଶତକଡା ୨୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହି ତୁଳନାରେ ଅତ୍ୟାଚାର ଓ ନିର୍ଯ୍ୟାତନା ଅଭିଯୋଗ ପଞ୍ଜିକରଣ କରିବାରେ ମାତ୍ର ୧.୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସାରା ଭାରତ ବର୍ଷରେ ଉତରପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଦଳିତ ମହିଳାମାନଙ୍କୁ ଅଧୁକ ସଂଖ୍ୟାରେ ନିର୍ଯ୍ୟାତନା ଓ ଉପୀଡନର ଶିକାର ହେବାକୁ ପଡୁଛି ।
ଏହା ହେଉଛି ନରେନ୍ଦ୍ର ମୋଦିଙ୍କର ନୂଆ ଏବଂ ସଶକ୍ତ ଭାରତବର୍ଷର ସ୍ୱପ୍ନ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ ଯେତେବେଳ ପର୍ଯ୍ୟନ୍ତ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ସେ ପର୍ଯ୍ୟନ୍ତ ସଶକ୍ତ ଭାରତ ଗଠନ ଅସମ୍ଭବ । ସେହିଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’କୁ ସମ୍ମାନର ନାରା ଦେଉଥିବା ବେଳେ ପ୍ରକୃତ ପକ୍ଷେ ପ୍ରତିଦିନ ଓଡ଼ିଶାରେ ମହିଳା ଓ ଦଳିତମାନେ ଶୋଷିଷ, ଅବହେଳିତ ଓ ନିର୍ଯ୍ୟାତିତ ହେବାରେ ଲାଗିଛନ୍ତି । ମହିଳାମାନଙ୍କୁ ଉହୀଡନ, ନିର୍ଯ୍ୟାତନା ଓ ଅତ୍ୟାଚାର କ୍ଷେତ୍ରରେ ଓଡିଶା ଆଜି ଭାରତବର୍ଷରେ ଦ୍ବିତୀୟ ରାଜ୍ୟ । ନବୀନ ବାବୁ ଏ ରାଜ୍ୟର ୨୧ ବର୍ଷର ନିରନ୍ତର ମୁଖ୍ୟମନ୍ତ୍ରୀ । ଯେଉଁ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ସେମାନଙ୍କୁ ନ୍ୟାୟ ଦେବାରେ ଏ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ଏକଥା ଏସିଆରବି ରିପୋର୍ଟର ପ୍ରକାଶିତ ତଥ୍ୟ ପ୍ରମାଣ କରୁଛି । ପ୍ରକୃତରେ ଓଡିଶା ସରକାର ମା’କୁ ସମ୍ମାନ ଦେବାରେ ତିଳେମାତ୍ର ନିଷ୍ଠା ଦେଖାଇ ନାହାନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶୁଭେନ୍ଦୁ ମହାନ୍ତି, ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ହଳଧର ସେଠୀ, ବିଶ୍ୱଜିତ୍ ଦାସ, ଜୟନ୍ତ ଭୋଇ, ମଧୁସ୍ମିତା ସେଠୀ, ବେଣୁଧର ଭୋଇ, କନକଲତା ମଲ୍ଲିକ, ସ୍ଵାଧନବାଳା ଦାସ, ସ୍ନେହଲତା ରାୟ, ବିଶ୍ୱଜିତ୍ ଦାସ, ମନ୍ମଥ ରାଉତରାୟ, ରଜନୀ କୁମାର ମହାନ୍ତି, ଦୀପକ ମହାପାତ୍ର, ସଂକୁନା କହଁର, ଲିଙ୍ଗରାଜ ସାହୁ, ସୁବ୍ରତ ମହାପାତ୍ର, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ସୁଭଦ୍ରା ମିଶ୍ର, କୁସୁମ ପ୍ରଧାନ, ଜୟକୃଷ୍ଣ ମଲିଆ, ଶ୍ରୀୟାସ୍ମିତା ପଣ୍ଡା, କୁନି ହରିଚନ୍ଦନ, ନିରୁପମା ପାତ୍ର, ସ୍ମୃତିରେଖା ପହି, ନିର୍ମଳା ମଲ୍ଲିକ, ସବିତା ଚାନ୍ଦ, ଚୌତାଳୀ ପଟ୍ଟନାୟକ, ଉଲାସ ମଲିକ, ଅଶୋକ ଦାସ, ସ୍ୱରୂପ ତ୍ରିପାଠୀ, ଏଲ୍ ମାଣିକପ୍ରଭା, ଦିପ୍ତିରାଣୀ ପ୍ରଧାନ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ରମାକାନ୍ତ ସାହୁ, ମୁନି ଥପା, ବଟକୃଷ୍ଣ ରାଉତରାୟ, ତାପସ ସେଠୀ, ଦେବେନ୍ଦ୍ର ଦାସ, ସଂଟୁ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment