loading...

ସ୍ୱାସ୍ଥ୍ୟ ଏବଂ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସହଯୋଗକୁ କ୍ୟାବିନେଟର ଅନୁମୋଦନ ।

ସ୍ୱାସ୍ଥ୍ୟ ଏବଂ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସହଯୋଗକୁ କ୍ୟାବିନେଟର ଅନୁମୋଦନ ।

ସ୍ୱାସ୍ଥ୍ୟ ଏବଂ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସହଯୋଗକୁ କ୍ୟାବିନେଟର ଅନୁମୋଦନ ।

ନୂଆଦିଲ୍ଲୀ ; ସ୍ୱାସ୍ଥ୍ୟ ଏବଂ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସହଯୋଗକୁ କ୍ୟାବିନେଟର ଅନୁମୋଦନ । ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ରରେ ନିମ୍ନୋକ୍ତ ବିଷୟଗୁଡିକ ସ୍ଥାନ ପାଇଛି ।

(1) ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ତାଲିମ ଓ ଜ୍ଞାନ ବିନିମୟ । (2) ସ୍ଵାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ମାନବ ସମ୍ବଳ ବିକାଶର ସହାୟତା । (3) ଫାର୍ମାସ୍ୟୁଟିକାଲ, ମେଡିକାଲ ସାମଗ୍ରୀ ଓ କସ୍ମୋଟିକ୍ସ କ୍ଷେତ୍ରରେ ନିୟନ୍ତ୍ରଣ ସଂକ୍ରାନ୍ତ ତଥ୍ୟ ବିନିମୟ । (4) ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ଓ ଜନସ୍ୱାସ୍ଥ୍ୟ ସମସ୍ୟା ନେଇ ପାରସ୍ପରିକ ସହଯୋଗ ।(5) ଜଳବାୟୁ ସୁହାଇବା ଭଳି ହସ୍ପିଟାଲ ବା ସବୁଜ ସ୍ୱାସ୍ଥ୍ୟ ସେବାର ବିକାଶ ନେଇ ସହଯୋଗ । (6) ବିଭିନ୍ନ କ୍ଷେତ୍ରରେ ଗବେଷଣା ନେଇ ବୁଝାମଣା । (7) ଉଭୟଙ୍କ ମଧ୍ୟରେ ସହମତିକ୍ରମେ ଅନ୍ୟାନ୍ୟ ସହଯୋଗ ଉଭୟ ପକ୍ଷ ନିଜ ନିଜ ମଧ୍ୟରେ ଗୋଲ ଟେବୁଲ ବୈଠକ, ପାଠ୍ୟଚକ୍ର, ଆଲୋଚନାଚକ୍ର, କର୍ମଶାଳା ଓ ସମ୍ମିଳନୀମାନ ଆୟୋଜନ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମନ୍ଵୟ ଓ ବିକାଶ ସୁନିଶ୍ଚିତ କରିବେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget