ନୂଆଦିଲ୍ଲୀ ; ଭାରତ ଓ ବ୍ରିଟେନ ମଧ୍ୟରେ ଦୂରସଞ୍ଚାର, ସୂଚନା ଏବଂ ଦୂରସଞ୍ଚାର ବୈଷୟିକ ଜ୍ଞାନ (ଆଇସିଟି) ସଂକ୍ରାନ୍ତ ବୁଝାମଣାପତ୍ର ସ୍ଵାକ୍ଷରକୁ କ୍ୟାବିନେଟର ଅନୁମୋଦନ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ବ୍ରିଟେନ ମଧ୍ୟରେ ଦୂରସଞ୍ଚାର ଓ ଆଇସିଟି ସଂକ୍ରାନ୍ତ ରାଜିନାମାକୁ ଅନୁମୋଦନ କରିଛନ୍ତି । କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରଣାଳୟ ଏବଂ କ୍ଷେତ୍ରରେ ଏହି ରାଜିନାମା ଯୋଗୁଁ ଦ୍ଵିପାକ୍ଷିକ ସହଯୋଗ ଓ ବୁଝାମଣା ବୃଦ୍ଧି ପାଇବ । ନିମ୍ନୋକ୍ତ ସମାନ ସ୍ଵାର୍ଥ ଥିବା ବିଷୟ ଉପରେ ଉଭୟ ଦେଶ ସହଯୋଗ ରକ୍ଷା କରିବେ।
(1) ଦୂରସଞ୍ଚାର / ଆଇସିଟି ନୀତି ଏବଂ ନିଯନ୍ତ୍ରଣ । (2) ସ୍ପେକ୍ଟ୍ରମ ପରିଚାଳନା । (3) ମୋବାଇଲ ରୋମିଙ୍ଗ ସମେତ ଦୂରସଞ୍ଚାର ଯୋଗାଯୋଗ । (4) ଦୂରସଞ୍ଚାର / ଆଇସିଟି ବୈଷୟିକ ମାନକ, ପରୀକ୍ଷା ଏବଂ ପ୍ରମାଣନ । (5) ବେତାର ଯୋଗାଯୋଗ । (6) 5ଜି, ଇଣ୍ଟରନେଟ ଅଫ ଥିଙ୍ଗସ/ ମେସିନ ଟୁ ମେସିନ ଇଣ୍ଟରନେଟ, କ୍ଲାଉଡ କମ୍ପ୍ୟୁଟିଙ୍ଗ, ବିଗ ଡାଟା ଇତ୍ୟାଦି କ୍ଷେତ୍ରରେ ଦୂରସଞ୍ଚାର / ଆଇସିଟି ବୈଷୟିକ ବିକାଶ । (7) ଦୂରସଞ୍ଚାର ଭିତ୍ତିଭୂମିର ସୁରକ୍ଷା ଏବଂ ଦୂରସଞ୍ଚାର ସେବାର ବ୍ୟବହାରିକ ସୁରକ୍ଷା। (8) ଉଚ୍ଚ ବୈଷୟିକ ଜ୍ଞାନ ବୃଦ୍ଧି ଏବଂ ଆବଶ୍ୟକସ୍ଥଳେ ବିଶେଷଜ୍ଞତାର ବିନିମୟ।
(9) କ୍ରମବର୍ଦ୍ଧିଷ୍ଣୁ ବୈଷୟିକ ଜ୍ଞାନ ବିକାଶ ଓ ଉଦ୍ଭାବନ କ୍ଷେତ୍ରରେ ଗବେଷଣା ଓ ବିକାଶ ସମ୍ପର୍କୀୟ ସମନ୍ଵୟ। (10) ଦୂରସଞ୍ଚାର ଓ ଆଇସିଟି କ୍ଷେତ୍ରରେ ଅନୁବନ୍ଧିତ ତୃତୀୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବାର ସୁଯୋଗ। (11) ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ବୈଷୟିକ କାର୍ଯ୍ୟକଳାପରେ ଦୂରସଞ୍ଚାର / ଆଇସିଟି ଶିଳ୍ପର ପ୍ରତିନିଧିମାନଙ୍କ ପରିଦର୍ଶନ ଓ ପ୍ରଦର୍ଶନୀ ଇତ୍ୟାଦି। (12) ଉଭୟ ପକ୍ଷର ସହମତି ଭିତ୍ତିରେ ଦୂରସଞ୍ଚାର / ଆଇସିଟି କ୍ଷେତ୍ରରେ ଅନ୍ୟାନ୍ୟ ସହଯୋଗ।
Post a Comment