loading...

ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ବୁଝାମଣାପତ୍ର ସ୍ଵାକ୍ଷର ।

ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ।

ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ବୁଝାମଣାପତ୍ର ସ୍ଵାକ୍ଷର ।

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଗ୍ରହ ନକ୍ଷତ୍ର ଭୌତିକ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏ) ବେଙ୍ଗାଲୁରୁ ଓ ସ୍ପେନର ଭୌତିକ ବିଜ୍ଞାନ ଇନଷ୍ଟିଚ୍ୟୁଟ ଡା ଆଷ୍ଟ୍ରୋଫିଜିସିଆ ଡା କାନାରିଆନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି । ଏହାଫଳରେ ଯେଉଁସବୁ କ୍ଷେତ୍ରରେ ବିକାଶ ଘଟିବ ତାହା ହେଲା –

(କ) ନୂତନ ବୈଜ୍ଞାନିକ ଉପଲବ୍ଧି । (ଖ) ନୂତନ ପ୍ରଯୁକ୍ତି ବିଦ୍ୟା । (ଗ) ଅଧିକ ବୈଜ୍ଞାନିକ ଜ୍ଞାନ ବିନିମୟ ଓ ତାଲିମ ବଳରେ ସାମର୍ଥ୍ୟ ବୃଦ୍ଧି। (ଘ) ଯୁଗ୍ମ ବୈଜ୍ଞାନିକ ପ୍ରକଳ୍ପ । ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଫଳରେ ସମ୍ମିଳିତ ପ୍ରକଳ୍ପ, ତାଲିମ କାର୍ଯ୍ୟକ୍ରମ, ସମ୍ମିଳନୀ ଓ ଆଲୋଚନାଚକ୍ର ଜରିଆରେ ପାରସ୍ପରିକ ଦକ୍ଷତା ଓ ବୈଷୟିକ ଜ୍ଞାନର ବିକାଶ ଘଟିବ । 

ଯୋଗ୍ୟ ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ବୈଷୟିକବିତ ମାନେ ଏହାଦ୍ଵାରା ବିଶେଷ ଉପକୃତ ହେବେ । ଦୂରବୀକ୍ଷଣ ଯନ୍ତ୍ରାଂଶ ପ୍ରଯୁକ୍ତିବିଦ୍ୟା ସହ ରୋବୋଟିକ ଟେଲିସ୍କୋପ ବିକାଶ ଓ ଭବିଷ୍ୟତ ପାଇଁ ଆବଶ୍ୟକ ବିଷୟ ଉପରେ ସମନ୍ଵୟ ରକ୍ଷାକାରୀ ଗବେଷଣା କରାଯାଇପାରିବ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget