loading...

1810 କୋଟି ଟଙ୍କା ବ୍ୟୟରେ 210 ମେଗାୱାଟ ଯୁକ୍ତ ଲୁହରି ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି ।

ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ସତଲେଜ ନଦୀର 210 ମେଗାୱାଟ କ୍ଷମତା ସମ୍ପନ୍ନ ଲୁହରି ଜଳବିଦ୍ୟୁତ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ।

1810 କୋଟି ଟଙ୍କା ବ୍ୟୟରେ 210 ମେଗାୱାଟ ଯୁକ୍ତ ଲୁହରି ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି ।

ନୂଆଦିଲ୍ଲୀ ; ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ସତଲେଜ ନଦୀର 210 ମେଗାୱାଟ କ୍ଷମତା ସମ୍ପନ୍ନ ଲୁହରି ଜଳବିଦ୍ୟୁତ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସଂକ୍ରାନ୍ତ ଆର୍ଥିକ ବ୍ୟାପାର କମିଟି ଅନୁମୋଦନ କରିଛନ୍ତି । 1810.56 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରୁ ବାର୍ଷିକ 758.20 ନିୟୁତ ୟୁନିଟ ବିଦ୍ୟୁତ ଉପଲବ୍ଧ ହେବ । ସତଲେଜ ଜଳବିଦ୍ୟୁତ ନିଗମ ଲିମିଟେଡ (ଏସଜେଭିଏନଏଲ) ଦ୍ଵାରା ସ୍ଵୟଂ ନିର୍ମାଣ କାର୍ଯ୍ୟକ୍ଷମ ଓ ରକ୍ଷଣାବେକ୍ଷଣ (ବିଓଓଏମ) ଭିତ୍ତିରେ ତ୍ୱରାନ୍ୱିତ ହେଉଥିବା ଏହି ପ୍ରକଳ୍ପକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସକ୍ରିୟ ସହାୟତା ଯୋଗାଇ ଦେଉଛନ୍ତି ।

ଏଥିନିମନ୍ତେ ହିମାଚଳ ଉତଥାନ ବୈଶ୍ଵିକ ପୁଞ୍ଜି ବିନିଯୋଗ ସମ୍ମିଳନୀରେ ହିମାଚଳ ପ୍ରଦେଶ ସରକାରଙ୍କ ସହ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2009 ନଭେମ୍ବର 7ରେ ଏହାର ଉଦଘାଟନ କରିଥିଲେ । ଭାରତ ସରକାର ମଧ୍ୟ ଏହି ପ୍ରକଳ୍ପ ନିମନ୍ତେ 66.19 କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହା ଭିତ୍ତିଭୂମି ବିକାଶରେ ସହାୟକ ହେବା ସହ ବିଦ୍ୟୁତ ଶୁଳ୍କ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଛି । 62 ମାସ ମଧ୍ୟରେ ଏହି ଲୁହୁରି ଜଳବିଦ୍ୟୁତ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହେବ । ଏହି ପ୍ରକଳ୍ପରୁ ମିଳିବାକୁ ଥିବା ବିଦ୍ୟୁତ ଶକ୍ତି ଯୋଗୁଁ ଗ୍ରୀଡ ମଜବୁତ ହେବା ସହ ବିଦ୍ୟୁତ ଯୋଗାଣ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ । ଅକ୍ଷୟ ଶକ୍ତି ପ୍ରଦାନ ସ୍ୱରୂପ ଏହି ପ୍ରକଳ୍ପ ବାର୍ଷିକ 6.1 ଲକ୍ଷ ଟନ ଅଙ୍ଗାରକାମ୍ଳ ନିର୍ଗମନ ରୋକି ବାୟୁମଣ୍ଡରେ ଶୁଦ୍ଧତା ଆଣିବ । ଏହି ପ୍ରକଳ୍ପ ନିର୍ମାଣ ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 2000 ଲୋକ ନିଯୁକ୍ତି ପାଇବା ସହ ଏହା ଆର୍ଥିକ ଓ ସାମାଜିକ ବିକାଶରେ ମଧ୍ୟ ସହାୟକ ହେବ ।

ଏତଦବ୍ୟତୀତ ହିମାଚଳ ପ୍ରଦେଶ ଲୁହୁରି ଜଳବିଦ୍ୟୁତ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରୁ ପ୍ରାୟ 1140 କୋଟି ଟଙ୍କାର ବିଦ୍ୟୁତ ଶକ୍ତି 40 ବର୍ଷ ପର୍ଯ୍ୟନ୍ତ ପାଇବ । ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ପରିବାରମାନେ ମାସକୁ 100 ୟୁନିଟ ହିସାବରେ 10 ବର୍ଷ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଶକ୍ତି ପାଇବେ । ଏସଜେଭିଏନଏଲ ଅକ୍ଷୟଶକ୍ତି, ବିଦ୍ୟୁତ ସରବରାହ ଓ ତାପଜ ବିଦ୍ୟୁତ କ୍ଷେତ୍ରରେ ନିଯୋଜିତ ହେବ । ଏହିସବୁ ସୂତ୍ରରୁ ସଂସ୍ଥା 2023 ସୁଦ୍ଧା 5000, 2030 ସୁଦ୍ଧା 12000 ଓ 2040 ସୁଦ୍ଧା 25000 ମେଗାୱାଟ ନିଜସ୍ୱ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget