ଭୁବନେଶ୍ୱର : କେନ୍ଦ୍ର ସରକାର ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଏବଂ ଟେକ୍ନିକାଲ) ଭାବରେ ଶ୍ରୀ ମନସା ପ୍ରସାଦ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ମିଶ୍ର ଅନୁଗୁଳସ୍ଥିତ ସ୍ମେଲଟର୍ ଏବଂ ପାୱାର୍ କମ୍ପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ଆସୁଥିଲେ । ୟୁ.ସି.ଇ., ବୁର୍ଲା (ବର୍ତ୍ତମାନର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି) ରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସମ କରିବା ପରେ ଶ୍ରୀ ମିଶ୍ର 1984 ମସିହାରେ ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି ଭାବେ ନାଲକୋରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ସେଠାରେ ସେ ବିଭିନ୍ନ ପ୍ରମୁଖ ପଦ ପଦବୀରେ ରହି ଆସିଥିଲେ । ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ତଥା ପ୍ଲାଣ୍ଟ୍ କାର୍ଯ୍ୟରେ ବିଶେଷ ଭାବରେ ନାଲକୋର ସ୍ମେଲ୍ଟର୍ ଏବଂ ପାୱାର୍ କମ୍ପ୍ଲେକ୍ମରେ ଶ୍ରୀ ମିଶ୍ରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ସେ ନିର୍ଦ୍ଦେଶକ (ପି.ଏଣ୍ଡ୍.ଟି) ଭାବରେ ଯୋଗ ଦେବା ସହିତ ନାଲକୋର ପରିଚାଳନା ପରିଷଦ ଆହୁରି ମଜବୁତ ହୋଇ ପାରିଛି।
ନାଲକୋର ନୂତନ ନିର୍ଦ୍ଦେଶକ (ପି.ଏଣ୍ଡ୍.ଟି) ଭାବେ ଶ୍ରୀ ମନସା ପ୍ରସାଦ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ ।

Post a Comment