ଭୁବନେଶ୍ୱର ; ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସ ବିଦ୍ୟାଧରପୁର ଗ୍ରାମର କବିର ଭୋଇ ଗତ ଅକ୍ଟୋବର ମାସ ୧୨ ତାରିଖରେ ତାଙ୍କ ଅସୁସ୍ଥ ସ୍ତ୍ରୀ ସୁକାନ୍ତିଙ୍କୁ ଚିକିତ୍ସା ପାଇଁ ପୁରୀରୁ ନିଜେ ଟ୍ରଲିରେ ବୋହି କଟକ ବଡ ଡାକ୍ତରଖାନା ନେବା ଏବଂ ତା ପରଦିନ ଅର୍ଥାତ୍ ୧୩ ତାରିଖରେ ସୁକାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମାନବାଧୂକାର କମିଶନଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ । ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ନେତୃତ୍ବରେ ଦିଆଯାଇଥିବା ସ୍ମାରକପତ୍ରରେ ସିଧାସଳଖ ଭାବେ ରାଜ୍ୟରେ ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ ବୋଲି ଉଲ୍ଲେଖ କରିବା ସହିତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହିତ କବୀରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରାଯାଇଛି । ଏହି ପ୍ରତିନିଧ ଦଳରେ କଂଗ୍ରେସ ନେତା ବାଙ୍କନିଧୁ ବେହେରା, ଜିନେଶ ଦାସ, କାଦୁଆ ସରପଂଚ ସୁବାଷ ମହାପାତ୍ର, ସୁଦର୍ଶନ ବେହେରା ସାମିଲ ହୋଇଥିଲେ ।
ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସ ବିଦ୍ୟାଧରପୁର ଗ୍ରାମର କବିରଙ୍କ ପାଇଁ କମିଶନଙ୍କୁ ଭେଟିଲା କଂଗ୍ରେସ ।

Post a Comment