loading...

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ ।

ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମତିରଂଜନ ଲେଙ୍କାଙ୍କ ନେତୃତ୍ବରେ କଂଗ୍ରେସ ଭବନରୁ ଏକ ରାଲି ବାହାରି ମାଷ୍ଟରକ୍ୟାଟିନ୍ ଛକ।

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ ।

ଭୁବନେଶ୍ୱର ; ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମତିରଂଜନ ଲେଙ୍କାଙ୍କ ନେତୃତ୍ବରେ କଂଗ୍ରେସ ଭବନରୁ ଏକ ରାଲି ବାହାରି ମାଷ୍ଟରକ୍ୟାଟିନ୍ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଡ. ଲେଙ୍କା କହିଲେ ଯେ ବର୍ତମାନ ସମଗ୍ର ଦେଶ, ରାଜ୍ୟ କରୋନା ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ଜୀବନ ଜୀବିକା ସହ ସଂଘର୍ଷ ଚାଲିଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ବୃଦ୍ଧି ଘଟିବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । 

ମୋଦିଙ୍କ ଆଛେ ଦିନ୍ ଓ ନବୀନଙ୍କ ବିଜୁବାବୁଙ୍କ ସ୍ଵପ୍ନ ରାଜ୍ୟରେ ତଥା ଦେଶରେ ଅନିୟନ୍ଧିତ ଦରଦାମ୍ବର ପ୍ରକଟିତ ହୋଇଛି । ଉଭୟ ସରକାର ଏ ବ୍ୟବସ୍ଥାର ସୁଧାର ପାଇଁ ଆଦୌ ଚିନ୍ତା କରୁନାହାନ୍ତି । ଦୁଃଖର ବିଷୟ ଏହିକି ଯେ ଦରଦାମ୍ ବୃଦ୍ଧିକୁ ନେଇ ଏକ ନିର୍ଦ୍ଦିଷ୍ଟ ଯୋଜନା କରିବା ପରିବର୍ତ୍ତେ ଦୋଷ କାହାର ବୋଲି କାଦୁଅ ଫୋପଡା ଫୋପଡି ହେଉଛନ୍ତି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅତି ଦାୟିତ୍ବହୀନ ଭାବେ ମନ୍ତବ୍ୟ ଦେଉଛନ୍ତି ‘ନିକଟରେ ପିଆଜ ଦର କମିବାର ନାହିଁ । ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପାଉଥିବା ବେଳେ ରାଜ୍ୟରେ କୃଷକ ଆତ୍ମହତ୍ୟା କରୁଛନ୍ତି ଏବଂ ପନିପରିବା ଦର ଆକାଶଛୁଆ ହୋଇଛି । 

ସାଧାରଣ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦରଦାମ୍ ବୃଦ୍ଧିର ନିୟନ୍ତ୍ରଣ କରିପାରୁନାହାନ୍ତି । ଗୋଟିଏ ପଟେ ବିଜେଡି ଦଳ କେନ୍ଦ୍ର କୃଷି ବିକୁ ସମର୍ଥନ ଦେଇଥିବା ବେଳେ ରାଜ୍ୟ ଯୋଗାଣମନ୍ତ୍ରୀ କହୁଛନ୍ତି ଆଜିର ପନିପରିବା ଦର ବୃଦ୍ଧି କେନ୍ଦ୍ର କୃଷି ବିଲ୍‌ର ପ୍ରତିଫଳନ । ଏଭଳି ଦୋମୁହାଁ କଥା କହି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଓଡିଶା ସରକାର ଆଳୁ, ପିଆଜ ଦର ନିୟନ୍ତ୍ରଣ ପାଇଁ ଯେଉଁ ଆଳୁ ମିଶନ କରିଥିଲେ ତାହା ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇବା ସଦୃଶ । ତୁରନ୍ତ ଦରଦାମ୍ ବୃଦ୍ଧିର ନିୟନ୍ତ୍ରଣ ପାଇଁ ଯୁବକଂଗ୍ରେସ ଦାବି କରୁଛି ଏବଂ ଆଗାମୀ ଦିନରେ ଦରଦାମ୍ ନିୟନ୍ତ୍ରଣ ନହେଲେ ଯୁବ କଂଗ୍ରେସ ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସଂକୁନା କହଁର, ଅଭିଳାଷ ମାଣିଆ, ରଂଜିତ୍ ପାତ୍ର, ଆର୍ଯ୍ୟବୀର ଲେଙ୍କା, ନିହାର ରଂଜନ ବେହେରା, ନଳିନୀକାନ୍ତ ନାୟକ, ଆଶୁତୋଷ ଲେଙ୍କା, ଜ୍ଞାନରଂଜନ ରାଉତ, ଆଦିତ୍ୟ ପରିଡା, ବିଶ୍ବରଂଜନ ଦାସ, ବିକି ଚକ୍ରବର୍ତୀ, ବିପ୍ଳବ ପରିଡା, ରିତୁଲ୍ ମହାରଣା, ଅହମ୍ମଦ ଖାନ୍, ଅଳେଶ ଯାଦବ, ଅବିନାଶ ନନ୍ଦ, କାର୍ତ୍ତିକେଶ୍ଵର କାଣ୍ଡି, ଗୌତମ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget