loading...

ସାରା ଓଡ଼ିଶାରେ ଗାଁସାଥୀ ମେଟ୍ ପ୍ରତିକ୍ରିୟା । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନୁନାହିଁ ରାଜ୍ୟ ପଞ୍ଚାୟତିରାଜ ।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନୁନାହିଁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହେଲା ଗାଁସାଥୀ ସଂଘ।

ସାରା ଓଡ଼ିଶାରେ ଗାଁସାଥୀ ମେଟ୍ ପ୍ରତିକ୍ରିୟା । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନୁନାହିଁ ରାଜ୍ୟ ପଞ୍ଚାୟତିରାଜ ।

ଭୁବନେଶ୍ୱର : ଚଳିତବର୍ଷ ସେପ୍ଟେମ୍ବର ୧୦ରେ ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ଯେ, ଆନେଟର-୯ ଅର୍ଥାତ୍ ପିଆର ଡିପାର୍ଟମେଣ୍ଟ ଚିଠି ନଂ-୧୩୦୬୫, ତା ୧୯.୮.୨୦୨୦ ଚିଠି ଅନୁଯାୟୀ ସମଗ୍ର ରାଜ୍ୟରେ ସବୁ ଗାଁ’ରୁ ‘ସ୍ଵୟଂ ସହାୟକ ଗୋଷ୍ଠୀ’ରୁ ଚୟନ ହେବାକୁ ଥିବା ମେଟ୍’ ପ୍ରକ୍ରିୟାକୁ କେଶ୍ ସରିବା ଯାଏ ବନ୍ଦ ରଖାଯାଉ । ଦ୍ଵିତୀୟତଃ ଆନେଚର-୪ ଅର୍ଥାତ୍ ପିଆର ଡିପାର୍ଟମେଣ୍ଟର ଚିଠି ନଂ- ୧୫୫୩୪, ତା ୨୦.୦୮.୨୦୧୮ର ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟରେ ମନରେଗାରେ କାର୍ଯ୍ୟରତ ସମସ୍ତ ଗାଁସାଥୀ (ମେଟ୍) ମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ।

 ମାତ୍ର ଏବେ ବି କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ମହିଳା ସ୍ୱୟଂସହାୟକ ଗୋଷ୍ଠୀରୁ “ମେଣ୍ଟ’ ଚୟନ ଜାରି ରହିଛି ଓ ଦ୍ବିତୀୟତଃ ୧୫୫୩୪ ଚିଠିରେ ଥିବା ୭ଟି ପ୍ରସଙ୍ଗ ଯଥା ଯଥା – ଟ୍ରେନି, ଗାଁସାଥୀ (ମେଟ୍)ଙ୍କ ସ୍ପଷ୍ଟ ଡାଟାବେସ୍, ରାଜ୍ୟରେ ଖାଲିଥିବା ୪୦,୦୦୦ ରୁ ଊଦ୍ଧ ‘ମେଣ୍ଟ’ ସେହି ୧୫୫୩୪, ତା ୨୦.୦୮.୨୦୧୮ରିଖ ଚିଠି ଅନୁଯାୟୀ ଚୟନ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ‘ଗାଁସାଥୀ (ମେଟ୍ )ଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ, ବର୍ଷକୁ ଅତିକମ୍‌ରେ ୧୦୦ ଦିନରୁ ଉଦ୍ଧ ସରକାରୀ କାର୍ଯ୍ୟ ଉଚିତ୍ ପ୍ରାଫ ସହିତ ପ୍ରଦାନ ଓ କମ୍ୟୁନିଟି ପ୍ରୋଜେକ୍ଟ ସହିତ ୧୦ଟି ଲାଇନ୍ ଡିପାର୍ଟମେଣ୍ଟ ଓ ବ୍ୟକ୍ତିଗତ ହିତାଧିକାରୀ ମନରେଗା ପ୍ରକଳ୍ପରେ ପ୍ରାପ୍ୟ ସହିତ ସାମିଲ, ‘ମେଟ୍ ମାନଙ୍କୁ ସ୍ପଷ୍ଟ ମଜୁରୀ ପ୍ରଦାନ ବ୍ୟବସ୍ଥା ତଥା ମନରେଗାରୁ ମିଡିମ୍ୟାନ୍ ଓ ଭେଣ୍ଡର ଉଚ୍ଛେଦ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ରାଜ୍ୟ ପଞ୍ଚାୟତିରାଜ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଅଛି । 

ଏଥିପାଇଁ ଉପରିସ୍ଥ ଅଧୁକାରୀମାନଙ୍କର କୌଣସି ନିୟମିତ ସମୀକ୍ଷା ଓ ତର୍ଜମା ହେଉନାହିଁ । ରାଜ୍ୟ, ଜିଲ୍ଲା, ବ୍ଲକ ସ୍ତରରେ ପଦାଧିକାରୀମାନେ ଏହିସବୁ ବିନ୍ଦୁରେ ଅବହେଳା କରୁଥିବା ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ଉପରେ କୌଣସି ଦୃଢ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଏହିସବୁ କାରଣରୁ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରରେ ଗାଁ ସାଥୀ (ମେଟ୍)ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆଜି ଭୁବନେଶ୍ବରସ୍ଥିତ ରାଜଭବନ ଆଗରେ ଗଣମାଧ୍ୟମ ପ୍ରତିନିଧୁମାନଙ୍କୁ ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ବିଶ୍ବାଳ ଜଣାଇଛନ୍ତି । ଏଥିସହିତ ଚଳିତ ବର୍ଷ ୩୦ ସେପ୍ଟେମ୍ବରରେ ରାଜ୍ୟ ସଂଘର ଏକ ପ୍ରତିନି ଦଳ ରାଜ୍ୟପାଳଙ୍କୁ ଦେଇଥିବା ଏକ ସ୍ମାରକପତ୍ରରେ ଥିବା ବିଭିନ୍ନ ଦାବି ସମ୍ପର୍କରେ କ’ଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ଆଜି ପୁନର୍ବାର ସଂଘର ସେହି ଟିମ୍ ରାଜ୍ୟପାଳଙ୍କୁ ସାକ୍ଷାତ ଆଲୋଚନା ପାଇଁ ଆସିଥିଲେ । 

ଏଥିସହିତ ପୁଣିଥରେ ଏକ ସ୍ୱତନ୍ତ୍ର ସ୍ମାରକପତ୍ର ମହାମହୀମ ରାଜ୍ୟପାଳ, ଓଡ଼ିଶା, ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମହାମହୀମ ରାଷ୍ଟ୍ରପତି, ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ମଧ୍ୟ ସଂଘ ଏହି ଦାବିପତ୍ର ପ୍ରଦାନ କରିଅଛି । ଯଦି ଆଗାମୀ ଦିନରେ ଗାଁସାଥୀ (ମେଟ୍)ଙ୍କ ଦାବି ପୂରଣ ପ୍ରତି ସରକାର ଯତ୍ନବାନ ନ ହୁଅନ୍ତି, ତେବେ ଅନ୍ଦୋଳନକୁ ପଲ୍ଲୀରୁ ଦିଲ୍ଲୀ ଯାଏ ବ୍ୟାପକ କରାଯିବ ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଗାଁସାଥୀ ସଂଗଠକ ସୌଭାଗ୍ୟ ମିଶ୍ର, ଦିଲ୍ଲୀପ ମହାପାତ୍ର, ପ୍ରକାଶ ମଳିକ, ଶ୍ରୀମନ୍ଦିର ସାହୁ, ପ୍ରତାପ ମଲ୍ଲିକ, ଅଭୟ ବିଶ୍ବାଳ, କୈଳାସ ଭଦ୍ରା, ନିଳାମ୍ବର ଦିଶାରୀ, ମଙ୍ଗଳସାଇ ଭତ୍ରା, ଯୀଶୁ ପ୍ରସନ୍ନ ମହାନ୍ତି, ଲକ୍ଷ୍ମଣ ନାୟକ, ବୈଶାଖୁ ଭତ୍ରା, ସୋମନାଥ ଦୁରୁଆ, ପ୍ରଭାକର ଭୋଇ, କୁମୁଦିନି ପତି, ସୁଶିଳା ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget