loading...

ମିଳିମିଶି ନବୀନ-ମୋଦି ଓଡିଶାକୁ ଶୋଷିନେଲେ ୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡ଼ିଶା ।

ମିଳିମିଶି ନବୀନ-ମୋଦି (ନମୋ) ଓଡିଶାକୁ ଶୋଷିନେଲେ ୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡ଼ିଶା । କୈଫତ୍ ମାଗିଲା କଂଗ୍ରେସ ।

ମିଳିମିଶି ନବୀନ-ମୋଦି ଓଡିଶାକୁ ଶୋଷିନେଲେ ୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡ଼ିଶା ।

ଭୁବନେଶ୍ୱର ; ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ବ ବିଜେପି ହାତକୁ ଯିବା ପରଠାରୁ ଓଡିଶାରେ ‘ନମୋ’ ଅର୍ଥାତ୍ ନବୀନ - ମୋଦିଙ୍କ ଅଘୋଷିତ ମେଣ୍ଟ ସରକାର ରାଜ୍ୟ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଂଚାଇଥିବାର ସଂଗୀନ ଅଭିଯୋଗ କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଫଚାନନ କାନୁନ୍‌ଗୋ, ବରିଷ୍ଠ ନେତା ଜ୍ଞାନଦେବ ବେଉରା ଓ ମୁଖପାତ୍ର ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ ଏ ସଂପର୍କରେ ତଥ୍ୟ ପ୍ରଦାନ କରି କହିଥିଲେ ଯେ ଗତ ୬ ବର୍ଷ ଭିତରେ କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡି ସରକାର ସମୟରେ ଓଡ଼ିଶା ତାହାର ନ୍ୟାଯ୍ୟ ଦାବି ତଥା ନିଜ ପ୍ରାପ୍ୟ ବାବଦକୁ ୭୨ ହଜାର କୋଟି ଟଙ୍କା ହରାଇଛି । 

ବିଗତ କିଛି ବର୍ଷ ଭିତରେ ମୋଦିଙ୍କର ପ୍ରତ୍ୟେକ ନିଷ୍ପତିକୁ, ଯେତେ କ୍ଷତିକାରକ ଓ ଲୋକବିରୋଧ ହେଲେ ମଧ୍ୟ ନବୀନ ବାବୁ ଓ ତାଙ୍କ ଦଳ ଖୋଲାଖୋଲି ସମର୍ଥନ ଜଣାଉଛନ୍ତି । ସେ ବିମୁଦ୍ରାୟନ ହେଉ ଅବା ଜିଏସ୍‌ଟି, ଚାଷୀ ଚାଷ ସଂପର୍କିତ ଆଇନ୍ ଅବା କୋଇଲା ନିଲାମ ଓ ସିଏଏ ସଂପର୍କିତ ଆଇନ୍ ହେଉ, ସବୁଥିରେ ନବୀନ - ମୋଦିଙ୍କ ଡବଲ ଇଞ୍ଜିନ୍‌ର ସରକାର ଏକାଠି କାର୍ଯ୍ୟ କରୁଛନ୍ତି । ବିଜେପି ନେତାଙ୍କୁ ଓଡିଶାରୁ ରାଜ୍ୟସଭାକୁ ପଠାଇବାରେ ନବୀନବାବୁଙ୍କ ଅକୁଣ୍ଠ ସାହାଯ୍ୟ ସାରା ଓଡିଶା ଦେଖୁଛି । ଏ ଭିତରେ ଓଡିଶାର ରଣ ପରିମାଣ ୧ ଲକ୍ଷ ୨୫ ହଜାର କୋଟିରେ ପହଂଚିଲାଣି । ଆଳୁ, ପିଆଜ ଓ ପେଟ୍ରୋଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅତ୍ୟଧୁକ ଦରଦାମ୍‌ ବୃଦ୍ଧି ସାଧାରଣ ଜନତାକୁ ହନ୍ତସନ୍ତ କରୁଛି ଏବଂ ଲୋକଙ୍କ ଉପରେ ଆର୍ଥିକ ଚାପ ବଢ଼ାଇ ଦେଇଛି । ଓଡିଶାର କେବିକେ ଯୋଜନାକୁ ମୋଦି ସରକାର ବନ୍ଦ କଲେ । ରାଜ୍ୟର କିରୋସିନି କୋଟାକୁ କେନ୍ଦ୍ର କମାଇ ଦେଲା, କିନ୍ତୁ ନବୀନ ବାବୁ ଚୁପ୍ । 

ଓଡିଶାରେ ବେକାରୀ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଁ ଜାତୀୟ ହାର ଠାରୁ ଉପରେ ରହିଛି । ବେକାରୀ ସ୍ଥିତି ଏତେ ସଂଗୀନ ଯେ ଶିକ୍ଷିତ ଯୁବକ ଯୁବତୀମାନେ ବ୍ୟାଙ୍କରୁ ଆଣିଥିବା ଋଣ ସୁଝିବାକୁ ଅକ୍ଷମ । ରାଜ୍ୟରେ ବ୍ୟାଙ୍କ ରଣର ୧୪ ପ୍ରତିଶତ ହେଉଛି କେବଳ ଶିକ୍ଷା ଋଣ । ଠିକ୍ ସେହିପରି କୃଷକ ଦାରିଦ୍ର ହେତୁ ବ୍ୟାଙ୍କରୁ ନେଇଥିବା ଋଣ ସୁଝିପାରୁ ନାହାନ୍ତି ଏବଂ ଏହାର ପରିମାଣ ମୋଟ୍ ଏପିଏର ପାଖାପାଖୁ ୧୪ ପ୍ରତିଶତ । ଏହା ରାଜ୍ୟର ସାଧାରଣ ଜନତାଙ୍କର ଅତ୍ୟନ୍ତ ଶୋଚନୀୟ ଆର୍ଥିକ ସ୍ଥିତିକୁ ସୂଚାଉଛି । ଓଡିଶାର ସାମ୍ବିଧାନିକ ହକ୍ ଜିଏସ୍‌ଟି ବାବଦରେ ୨୦୧୯-୨୦ ମସିହା ପାଇଁ ଏ ପର୍ଯ୍ୟନ୍ତ ୮୦୦ କୋଟି ଟଙ୍କା କେନ୍ଦ୍ର ଦେଇନାହିଁ । ୨୦୨୦-୨୧ ମସିହା ପାଇଁ ଏପ୍ରିଲରୁ ଜୁଲାଇ ମଧ୍ୟରେ ଓଡ଼ିଶା ଜିଏସ୍‌ଟି ବାବଦକୁ ୩୬୪୭ କୋଟି ଟଙ୍କା କେନ୍ଦ୍ର ଠାରୁ ପାଇବାର ଅଛି । 

କିନ୍ତୁ ନବୀନ ବାବୁ ଏ ବିଷୟରେ କେନ୍ଦ୍ର ସମ୍ମୁଖରେ କୌଣସି ଦାବି ନ ଜଣାଇ ପୁନର୍ବାର ରଣ କରିବା ପାଇଁ ନିଜର ସମ୍ମତି ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ରର ସମଗ୍ର ଦେଶ ପାଇଁ ୩୬୪୦୦ କୋଟି ଟଙ୍କା ମଧ୍ୟରୁ ଓଡିଶାକୁ କେତେ ମିଳିଲା ସେ ବିଷୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସାମ୍ନାରେ ତଥ୍ୟ ରଖୁବା ପାଇଁ ଶ୍ରୀ କାନୁନ୍‌ଗୋ ଆହ୍ବାନ ଦେଇଛନ୍ତି । ବିଗତ ୬ ବର୍ଷ ଧରି ଲୁହାପଥର ରୟାଲିଟିର ଦର ବୃଦ୍ଧି କରାଗଲା ନାହିଁ ଓ ଏ ବାବଦରେ ରାଜ୍ୟ ପାଖାପାଖୁ ୪ ହଜାର କୋଟି ଟଙ୍କା ହରାଇଲା । ଠିକ୍‌ ସେହିଭଳି କୋଇଲା ରୟାଲିଟିର ଦର ବିଗତ ୬ ବର୍ଷ ଧରି ପୁନଃ ସମୀକ୍ଷା କରାଯାଇନାହିଁ, ଯାହା ପାଇଁ ଓଡିଶା ପାଖାପାଖୁ ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି । 

ଏତଦ୍‌ବ୍ୟତୀତ ନ୍ୟାସନାଲ୍ କ୍ଲିନ୍ ଏନର୍ଜି ଫଣ୍ଡ ବାବଦକୁ ଯେଉଁ ସେସ୍ ଆଦାୟ ହେଉଛି ସେଥିରୁ ଓଡିଶାର ଅଂଶ ବାବଦକୁ ରାଜ୍ୟ ବର୍ଷକୁ ପାଖାପାଖୁ ୮ ହଜାର କୋଟି ଟଙ୍କା ହରାଉଛି । ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ଜିଏସ୍‌ଟିର କ୍ଷତିପୂରଣ ସେସ୍ ଓ ଅର୍ଥ କମିଶନଙ୍କ ଆବଂଟନ ପ୍ରକ୍ରିୟାରେ ରାଜ୍ୟର ଅଂଶ ବାବଦକୁ ଓଡିଶା ହଜାର ହଜାର କୋଟି ଟଙ୍କାର ନିଜସ୍ଵ ହକ୍ ବିଗତ ୬ ବର୍ଷ ଭିତରେ ହରାଇଛି । ଉପରୋକ୍ତ ତଥ୍ୟରୁ ଏକଥା ସ୍ପଷ୍ଟ ଯେ ସମଦୂରତାର କଥା କହୁଥିବା ନବୀନ ବାବୁ ନିଜର ଦଳୀୟ ସ୍ବାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ସମ୍ମୁଖରେ ଓଡିଶାର ନ୍ୟାଯ୍ୟ ଦାବି ଓ ହକୁ ଉଥାପନ କରିବାରେ ସଂପୂର୍ଣ୍ଣ ରୂପେ ଫେଲ୍ ମାରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget