loading...

ନାଲକୋରେ ସତର୍କତା ସଚେତନତା ସପ୍ତାହ ପାଳିତ,ମୁଖ୍ୟ ଅତିଥି ଭାବରେ ପୋଲିସ କମିଶନର -ସୁଧାଂଶୁ ଷଡ଼ଙ୍ଗୀ ।

ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଏହାର ମୁଖ୍ୟ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡ଼ିକରେ ସତର୍କତା ସଚେତନତା ସପ୍ତାହ ପାଳନ କରିଅଛି ।

ନାଲକୋରେ ସତର୍କତା ସଚେତନତା ସପ୍ତାହ ପାଳିତ,ମୁଖ୍ୟ ଅତିଥି ଭାବରେ ପୋଲିସ କମିଶନର -ସୁଧାଂଶୁ ଷଡ଼ଙ୍ଗୀ ।

ଭୁବନେଶ୍ୱର : ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଏହାର ମୁଖ୍ୟ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡ଼ିକରେ ସତର୍କତା ସଚେତନତା ସପ୍ତାହ ପାଳନ କରିଅଛି । ଚଳିତ ବର୍ଷର ବିଷୟବସ୍ତୁ ‘ସତର୍କ ଭାରତ, ସମୃଦ୍ଧ ଭାରତ କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରା ଯାଇ ଥିଲା । ଅକ୍ଟୋବର 27 ତାରିଖରେ, ଶ୍ରୀ ଶ୍ରୀଧର ପାତ୍ର, ସିଏମଡି, ନାଲକୋ, ସିନିୟର ମ୍ୟାନେଜମେଣ୍ଟ ତଥା ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ‘ସତ୍ୟନିଷ୍ଠା ଶପଥ’ ପାଠ କରାଇବା ସହିତ ସତର୍କତା ସଚେତନତା ସପ୍ତାହର ଶୁଭାରମ୍ଭ କରିଥିଲେ । ସମାଜ ତଥା ଜାତିର ଅଭିବୃଦ୍ଧି ତଥା ବିକାଶ ପାଇଁ ଦୁର୍ନୀତି ସବୁଠାରୁ ବଡ ବିପଦ ଏବଂ ପ୍ରତିବନ୍ଧକ ବୋଲି ଶ୍ରୀ ପାତ୍ର ମତ ବ୍ୟକ୍ତ କରି ଉଭୟ ବ୍ୟକ୍ତିଗତ ତଥା ସାମୂହିକ ସ୍ତରରେ ସକ୍ରିୟ ସଚେତନତା ଏବଂ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ହିତାଧିକାରୀ, କର୍ମଚାରୀ ଏବଂ ବିଶେଷକରି ଯୁବ ପିଢ଼ୀ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ନାଲକୋରେ ଏହି ସତର୍କତା ସଚେତନତା ସପ୍ତାହରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା । ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ, ପୋଷ୍ଟର ଏବଂ ସ୍ଲୋଗାନ ପ୍ରତିଯୋଗିତାରେ ନାଲକୋର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ବର୍ଷ, ଡିଜିଟାଲ୍ ମାଧ୍ୟମର ବହୁଳ ବ୍ୟବହାର ସହିତ ଅନଲାଇନରେ ସମସ୍ତ ପ୍ରତିଯୋଗିତା ପରିଚାଳନା କରା ଯାଇଥିଲା ​​ ।​ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଏବଂ ସମର୍ଥନ କରିବା ତଥା ନିରପେକ୍ଷତା ଏବଂ ସ୍ୱଚ୍ଛତା ଅଭ୍ୟାସ ଉପରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ସଚେତନତା ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ, ଇଣ୍ଟ୍ରାନେଟ୍, ଏସଏମଏସ ଏବଂ ଇମେଲ ଇତ୍ୟାଦି ମାଧ୍ୟମରେ ପ୍ରଚାର କରାଯାଇଥିଲା ।

ସଚେତନତା କାର୍ଯ୍ୟରେ ଉନ୍ନତି ତଥା କମ୍ପାନୀରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ନାଲକୋର ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସୋମନାଥ ହାଂସଦାଙ୍କ ତତ୍ତ୍ୱାବଧାନରେ, ସତର୍କତା କାର୍ଯ୍ୟକଳାପ ଉପରେ ଏକ ଅନଲାଇନ୍ ମତାମତ ସର୍ଭେ ମଧ୍ୟ ସିଏମଡି ଶ୍ରୀ ଶ୍ରୀଧର ପାତ୍ରଙ୍କ ଦ୍ୱାରା ପ୍ରାରମ୍ଭ କରାଯାଇଥିଲା । ଆଜି ନାଲକୋର ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସଚେତନତା ସପ୍ତାହର ସମାପନ ସମାରୋହରେ, ପୋଲିସ୍ କମିଶନର-ଭୁବନେଶ୍ୱର-କଟକ ଡ. ସୁଧାଂଶୁ ଷଡ଼ଙ୍ଗୀ, ଆଇପିଏସ୍, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟାଳୟ ତଥା ଦୈନନ୍ଦିନ ଜୀବନରେ ଦୁର୍ନୀତିର ନିରାକରଣ ସମ୍ୱନ୍ଧରେ ସାରଗର୍ଭକ ମନ୍ତବ୍ୟ ରଖିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget