ଭୁବନେଶ୍ୱର ; ଦେଶରେ ଓ ରାଜ୍ୟରେ କୋଭିଡ଼-୧୯ ସଂକ୍ରମଣ ପରିସ୍ଥିତିରେ ଜନସାଧାରଣଙ୍କୁ ଉଚିତ୍ ସ୍ଵାସ୍ଥ୍ୟ ବ୍ୟବସ୍ଥା ଓ ରୋଜଗାର ଓ ଆର୍ଥିକ ସହାୟତା ଦେବା ପରିବର୍ତ୍ତେ କୋଭିଡ଼ର ସଡାଉନ୍, ଲଡାଉନ, ରାଜନୈତିକ ଓ ଆନ୍ଦୋଳନ ଉପରେ କଡ଼ା ପ୍ରତିବନ୍ଧକର ସୁଯୋଗ ନେଇ କେନ୍ଦ୍ର ସରକାର ୪ ଟି ଲେବରକୋର୍ଡ଼, ୨ ଟି ଚାଷୀ ବିରୋଧ ଆଇନ୍ ଅତ୍ୟାବଶ୍ୟକୀୟ ଆଇନ୍ ସଂଶୋଧନ ଓ ରେଲୱେ ପ୍ରତିରକ୍ଷା, ବ୍ୟାଙ୍କ, କୋଲ ପ୍ରଭୁତି ଶିଳ୍ପକୁ ଘରୋଇକରଣ କରିବା, ନାଲକୋ, ସେଲ୍, ଭେଲ, ଏଚ୍.ପି.ସି.ଏଲ ଏବଂ ଏନ୍.ଟି.ପି.ସି ପ୍ରଭୃତି ଶିଳ୍ପକୁ ପୁଞ୍ଜି ପ୍ରତ୍ୟାହାର କରିବା, ବେକାରୀ ବୃଦ୍ଧି, ଦରଦାମ୍ ବୃଦ୍ଧି ଓ ରାଜ୍ୟ ସରକାରଙ୍କର ବିଦ୍ୟୁତ୍ ଶୁଳ୍ପକୁ ସଂପୂର୍ଣ୍ଣ ଘରୋଇକରଣ କରିବା ପୂର୍ବରୁ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କିରବା ଓ କାର୍ଯ୍ୟ ନିଘଣ୍ଟ ସମୟକୁ ୮ ଘଣ୍ଟା ରୁ ୧୨ ଘଣ୍ଟାକୁ ବୃଦ୍ଧି କରିବା ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶଶଖା ତରଫରୁ ଆଜି ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସତ୍ୟାଗ୍ରହ ଆରମ୍ଭ ହୋଇଛି ।
ଏହି ଧାରଣା କାର୍ଯ୍ୟକ୍ରମ ତା. ୦୩/୧୧/୨୦୨୦ ରିଖ ରୁ ତା ୦୫/୧୧/୨୦୨୦ ରିଖ ପର୍ଯ୍ୟନ୍ତ ଚାଲିବ, ଧାରଣା ଶେଷ ଦିନ ରାଜ୍ୟପାଳଙ୍କ ଉଦ୍ଦେଶରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯିବ। ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଯାଜପୁର, ଯାଜପୁରରୋଡ଼, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ରାଉରକେଲା, ମୟୁରଭଞ୍ଜ, ବଲାଙ୍ଗିର, ସୋନପୁର, ନୂଆପଡ଼ା, ରାୟଗଡ଼ା, କୋରାଫୁଟ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର,କଟକ, କନ୍ଧମାଳ ସମେତ ସମସ୍ତ ଜିଲ୍ଲାରେ ଆଜିଠାରୁ ୩ ଦିନିଆ ଧାରଣା ଆରମ୍ଭ ଚାଲିଛି ।
ଆଜି ଭୁବନେଶ୍ବର ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସଂପାଦକ – କିଶୋର ଜେନା, ଉପସଭାପତି-ମଦନ ମୋହନ ଧଳ ଙ୍କ ନେତୃତ୍ବରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁଗ୍ଧ ସାଧାରଣ ସଂପାଦକ- ଅକ୍ଷୟ ତ୍ରିପାଠୀ, କୋଷାଧକ୍ଷ ଧରଣୀଧର ସ୍ୱାଇଁ, ସମ୍ପାଦିକା - ବିଣାପାଣୀ ସାମଲ, ସୁକୁମାର ଦେଓ, ଶ୍ରୀମତୀ ସିଲି ସେଠୀ, ଜୟକୃଷ୍ଣ ମାଲିଆ, ପି.କେ ଦାଶ, ରଶ୍ମିରଞ୍ଜନ ପରିଡ଼ା, ଉଦୟନାଥ ରାଉତ, ଅବଦୁଲ ସହିଦ, ମାନସ ପାତ୍ର, ନିଳମଣୀ ବରେଡ଼, ତପତି ଦତ୍ତ, ଖଗେଶ୍ୱର ସ୍ୱାଇଁ, ଗୋବଦ୍ଧନ ଜେନା, ଲିଲି ନାୟକ ଏବଂ ବିଚିତ୍ର ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Post a Comment