loading...

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ । ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଏବଂ ପରିବେଶ ମନ୍ତ୍ରୀ ଏହାର ଉପାଧ୍ୟକ୍ଷ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଉପାଧ୍ୟକ୍ଷ ରହିଛନ୍ତି ।

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ । ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଏବଂ ପରିବେଶ ମନ୍ତ୍ରୀ ଏହାର ଉପାଧ୍ୟକ୍ଷ ।

ଭୁବନେଶ୍ୱର ; ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଆଜି ପୁନର୍ଗଠିତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଉପାଧ୍ୟକ୍ଷ ରହିଛନ୍ତି । 

ଆଠମଲ୍ଲିକର ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ମୋରଡ଼ାର ବିଧାୟକ ଶ୍ରୀ ରାଜକିଶୋର ଦାସ, ରାଜନଗର ବିଧାୟକ ଶ୍ରୀ ଧୁବଚରଣ ସାହୁ, ଏସିଆନ୍ ନେଚର କନ୍‌ଜରଭେସନ୍ ଫାଉଣ୍ଡେସନ୍, ବାଙ୍ଗାଲୋରର ପ୍ରଫେସର ଆର୍. ସୁକୁମାର, ନେଚର ଆଣ୍ଡ ୱାଇଲଡ୍ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶାର ଶ୍ରୀ ସରୋଜ କୁମାର ପଟ୍ଟନାୟକ, ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟର ଡ. ରଜନୀକାନ୍ତ ଜେନା, ଭାରତ ସରକାରଙ୍କ ପୂର୍ବତନ ଜଙ୍ଗଲ ବିଭାଗ ମୁଖ୍ୟ ମହାନିର୍ଦ୍ଦେଶକ ଶ୍ରୀ ପି. ଆର୍. ମହାନ୍ତି, ନ୍ୟାସନାଲ୍ ଟାଇଗର କଜରଭେସନ୍ ଅଥରିଟିର ପୂର୍ବତନ ସଦସ୍ୟସଚିବ ଡ. ଅନୁପ କୁମାର ନାୟକ, ସମ୍ବଲପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡ. ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀ), ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଣୀବିଜ୍ଞାନ ପ୍ରଫେସର ଡ. ସୁଶୀଲ କୁମାର ଦତ୍ତ, ୱାଇଲଡ୍ ଲାଇଫ୍ ଟ୍ରଷ୍ଟ ଅଫ ଇଣ୍ଡିଆର ଶ୍ରୀ ବି. ସି. ଚୌଧୁରୀ, ଜିଲ୍ଲା ମୟୂର ସୁରକ୍ଷା କମିଟି, ଗଞ୍ଜାମର ସଭାପତି ଶ୍ରୀ ସମୀର କୁମାର ପ୍ରଧାନ, ୱାଇଲଡ୍ ଲାଇଫ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଡ. ବିଭାସ ପାଣ୍ଡବ, ମୟୂରଭଞ୍ଜ ଜିଲ୍ଲାର ଇଟାମୁଣ୍ଡିଆର ଶ୍ରୀ ଗୋପୀନାଥ ସିଂହ, କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ୍‌ର ବରିକୁମ୍ପା ଗାଁ ନିବାସୀ ମଧୁସୂଦନ କଅଁର, କେଉଁଝର ଜିଲ୍ଲା ମଣ୍ଡୁଆ ନିବାସୀ ମାନସିଂ ଦୁର୍ଗାପ୍ରସାଦ ନାୟକ, ଜଙ୍ଗଲ ଓ ପରିବେଶ ବିଭାଗର ସଚିବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସଚିବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ( କ୍ରାଇମ୍ ଶାଖା), ସେନାବାହିନୀର ପ୍ରତିନିଧ, ପ୍ରାଣୀପାଳନ ନିର୍ଦ୍ଦେଶକ, ମତ୍ସ୍ୟ ନିର୍ଦ୍ଦେଶକ, ଭାରତ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିର୍ଦ୍ଦେଶକ, ଡେରାଡୁନ୍‌ସ୍ଥିତ ୱାଇଲଡ୍ ଲାଇଫ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିନିଧ, କୋଲକାତାସ୍ଥିତ ବଟାନିକାଲ ସର୍ଭେ ଅଫ୍ ଇଣ୍ଡିଆର ପ୍ରତିନିଧ ଏବଂ ଗୋପାଳପୁର ସ୍ଥିତ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ପ୍ରତିନିଧ ପୁନର୍ଗଠିତ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ରୂପେ କାର୍ଯ୍ୟ କରିବେ । 

ଏହି ବୋର୍ଡର ସଦସ୍ୟ-ସଚିବ ରୂପେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ । ତତ୍ବାବଧାରକ, ଓଡ଼ିଶା ଦାୟିତ୍ବ ତୁଲାଇବେ । ବୋର୍ଡର କାର୍ଯ୍ୟକାଳ ତିନି ବର୍ଷ ହେବ । ସୂଚନାଯୋଗ୍ୟ ଯେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ,୧୯୭୨ର ବିଭାଗ-୭ ଆଧାରରେ ବନ୍ୟପ୍ରାଣୀ (ସୁରକ୍ଷା) ସଂଶୋଧନ ଆଇନ୍, ୨୦୦୨ର ବିଭାଗ-୬ ଅନୁଯାୟୀ ଏହି ବୋର୍ଡ ପୁନର୍ଗଠିତ ହୋଇ ରାଜ୍ୟ ସରକାରଙ୍କ ମଞ୍ଜୁରି ଲାଭ କରିଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget