loading...

ବିଶିଷ୍ଟ ଶିକ୍ଷାବିତ ଡଃ ବଂଶୀଧର ତ୍ରିପାଠୀଙ୍କର କରୋନାରେ ବିୟୋଗ । ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ।

ଓଡ଼ିଶାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍ର, ପୂର୍ବତନ ଶିକ୍ଷା ଗବେଷଣାର ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଆଦର୍ଶ ଶିକ୍ଷକ

ବିଶିଷ୍ଟ ଶିକ୍ଷାବିତ ଡଃ ବଂଶୀଧର ତ୍ରିପାଠୀଙ୍କର କରୋନାରେ ବିୟୋଗ । ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ।

ଭୁବନେଶ୍ୱର ; ଓଡ଼ିଶାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍ର, ପୂର୍ବତନ ଶିକ୍ଷା ଗବେଷଣାର ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଆଦର୍ଶ ଶିକ୍ଷକ ପ୍ରଫେସର ଡଃ ବଂଶୀଧର ତ୍ରିପାଠୀଙ୍କର ଗତକାଲି ରାତି ୯ ଇଂଟା ୩୪ ମିନିଟ୍‌ରେ ସମ୍ ହସ୍‌ପିଟାଲ ଠାରେ ଇହଲୀଳା ସମ୍ବରଣ କରିବା ପରେ କୋଭିଡ୍ ଗାଇଡ୍‌ଲାଇନ୍ ମତେ ଆଜି ପୂର୍ବାହ୍ନରେ ସତ୍ୟନଗର ଶ୍ମଶାନରେ ଅତ୍ୟେଷ୍ଠି ସଂସ୍କାର କାର୍ଯ୍ୟ କରାଯାଇଥିଲା । 

ଅନ୍ତୋଷି ସଂସ୍କାର ସମୟରେ ଡଃ ତ୍ରିପାଠୀଙ୍କ ତିନି ଝିଅ ଶ୍ରୀମତୀ ବିୟୋପ୍ରଜ୍ଞା, ଶ୍ରୀମତୀ ବିଜ୍ଞାନପ୍ରଜ୍ଞା, ଡଃ ବିମୋଚପ୍ରଜ୍ଞା ଏବଂ ଜ୍ବାଇଁ ଡାକ୍ତର ବିରଂଚି ନାରାୟଣ ପାଣି ଉପସ୍ଥିତ ଥିଲେ । ଡଃ ତ୍ରିପାଠୀ ୧୯୩୩ ମସିହାରେ ଗଞ୍ଜାମ ଜିଲ୍ଲା କ୍ଷେତ୍ରିୟବରପୁର ଠାରେ ଜନ୍ମଗ୍ରହଣ କରିଥିଲେ । ଡଃ ତ୍ରିପାଠୀଙ୍କ ବିୟୋଗରେ ତାଙ୍କର ଛାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଭୀର ଶୋକ ପ୍ରକାଶ କରି ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡିଶାର ଶିକ୍ଷା ଜଗତରେ ଡଃ ତ୍ରିପାଠୀ ଥିଲେ ଜଣେ ଉତୁଙ୍ଗ ବ୍ୟକ୍ତିତ୍ଵ । ୧୯୭୫ ମସିହାରେ ଶିକ୍ଷାରେ ମନୋବିଜ୍ଞାନ ଉପରେ ଋଷିଆ ଦେଶର ଲେଲିନ୍ ଗ୍ରାଜ୍ ବିଶ୍ୱ ବିଦ୍ୟାଳୟରୁ ଗବେଷଣା କରି ପି.ଏଚ୍.ଡି. ଡିଗ୍ରୀ ଲାଭ କରିଥିଲେ । 

ଅଧାପନା କ୍ଷେତ୍ରରେ ତାଙ୍କର ନିଷ୍ଠା ଆଜିର ଶିକ୍ଷା କ୍ଷେତ୍ରରେ ବିରଳ । ଡଃ ତ୍ରିପାଠୀଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପଦ୍ମଶ୍ରୀ ଡଃ ପ୍ରତିଭା ରାୟ, ପୂର୍ବତନ ମନ୍ତ୍ରୀ ସଂଚାନନ କାନୁନ୍‌ଗୋ, ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଶିକ୍ଷାବିତ୍ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଶିକ୍ଷାବିତ୍ ଡଃ ବଦ୍ରିନାଥ ପଟ୍ଟନାୟକ, ଡଃ ସୌରେନ୍ଦ୍ର ମହାପାତ୍ର, ସମାଜସେବୀ ସୀତାବଲ୍ଲଭ ମହାପାତ୍ର, ଡଃ ବୁଦ୍ଧଦେବ ମିଶ୍ର, ଡଃ ଯୁଧୁଷ୍ଠିର ଖଟୁଆ, ଡଃ କଳ୍ପଲତା ପତ୍ରୀ, ଓଡିଶା ସରକାରଙ୍କ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ନିହାର ରଂଜନ ସ୍ବାଇଁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରି ଡଃ ତ୍ରିପାଠୀ ଜଣେ ଅସାଧାରଣ ପ୍ରତିଭାର ଅଧୁକାରୀ ଥିଲେ ବୋଲି କହିଛନ୍ତି । 

ଆସନ୍ତା ୭ ତାରିଖ ଶନିବାର ପୂର୍ବାହ୍ନ ୯ ଇଂଟା ସମୟରେ ବୁଦ୍ଧ ମନ୍ଦିର ଠାରେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଡଃ ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯିବ ବୋଲି ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget