loading...

ପିଏନ୍‌ବି, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ ।

ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୨୭ ଅକ୍ଟୋବରରୁ ୨ ନଭେମ୍ବର ପର୍ଯ୍ୟନ୍ତ “ସତର୍କ ଭାରତ ସମୃଦ୍ଧ ଭାରତ’ ବିଷୟ ଉପରେ ୨୦୨୦ ବର୍ଷ ପାଇଁ ସତର୍କତା ।

ବିଶିଷ୍ଟ ଶିକ୍ଷାବିତ ଡଃ ବଂଶୀଧର ତ୍ରିପାଠୀଙ୍କର କରୋନାରେ ବିୟୋଗ । ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ।

ଭୁବନେଶ୍ୱର : ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୨୭ ଅକ୍ଟୋବରରୁ ୨ ନଭେମ୍ବର ପର୍ଯ୍ୟନ୍ତ “ସତର୍କ ଭାରତ ସମୃଦ୍ଧ ଭାରତ’ ବିଷୟ ଉପରେ ୨୦୨୦ ବର୍ଷ ପାଇଁ ସତର୍କତା ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ବ୍ୟାଙ୍କ ପକ୍ଷରୁ ଏହି ଅବସରରେ ବହୁବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଅଶ୍ୱିନୀ କୁମାର ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟର ସମସ୍ତ ଷ୍ଟାଫମାନଙ୍କୁ ସତ୍ୟନିଷ୍ଠାର ପ୍ରତିଜ୍ଞା କରାଇ ଏହି ସଚେତନତା ସପ୍ତାହର ଶୁଭାରମ୍ଭ କରିଥିଲେ । 

ଏହି ଅବସରରେ ମାନନୀୟ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରୀୟ ଭିଜିଲାନ୍ସ କମିଶନରଙ୍କର ବାର୍ତ୍ତା ପଠନ କରାଯାଇଥିଲା । ସତର୍କତା ବିଷୟ ସମ୍ବନ୍ଧୀୟ ଏକ କୁଇଜ୍ ପ୍ରତିଯୋଗିତା ଏବଂ ଡ୍ରଇଁ ପ୍ରତିଯୋଗିତା ମଧ୍ୟ ବ୍ୟାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ଏହି ଅବସରରେ ଏକ ବିସ୍ତୃତ ଏବଂ ବିତର୍କ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବିତର୍କର ବିଷୟବସ୍ତୁ ଥିଲା: ଆରୋଗ୍ୟ ଅପେକ୍ଷା ପ୍ରତିରୋଧ ଭଲ-ଏହା ଏକ ଜୀବନ୍ତ ବ୍ୟାଙ୍କିଙ୍ଗ ସିଷ୍ଟମ ପାଇଁ କେତେ ପ୍ରାସଙ୍ଗିକ ଅଟେ । କର୍ମଚାରୀମାନେ ହୃଦୟର ସହିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବ୍ୟାଙ୍କ ପକ୍ଷରୁ ହାଣ୍ଡ ସାନିଟାଇଜର ମେସିନ୍ ଏବଂ ମାସ୍କ ମଧ୍ୟ ବିଭିନ୍ନ ସରକାରୀ ସଂସ୍ଥାକୁ ପ୍ରଦାନ କରାଯାଇଥିଲା।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget