ଭୁବନେଶ୍ୱର : ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ସଚେତନତା ଆୟୋଗର ନିୟମାବଳୀ ଅନୁଯାୟୀ ଗତ ୨୭ ତାରିଖରୁ ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ଏହାର ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏକ ସଶକ୍ତ ଏବଂ ସମୃଦ୍ଧ ଭାରତ ପାଇଁ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।
ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତିଚାରଣ କରିବା ପାଇଁ ଏହି ସପ୍ତାହ ମଧ୍ୟରେ । କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ ଭାରତ ଭୂଷଣ, ଭୁବନେଶ୍ଵର କ୍ଷେତ୍ର-୨ର କ୍ଷେତ୍ରୀୟ ପ୍ରବନ୍ଧକ ଅନ୍ମୟ ମିଶ୍ରଙ୍କ ସମେତ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟର କର୍ମଚାରୀମାନେ ସତର୍କତା ସଚେତନତା ସପ୍ତାହ ଅବସରରେ ଶପଥ ପାଠ କରିଥିଲେ।
Post a Comment