ଭୁବନେଶ୍ୱର, କୋଣାର୍କର ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ କୋଣାର୍କ ନୃତ୍ୟେତ୍ସବ ଆୟୋଜିତ ହେଉଛି । ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋକୃଷ୍ଟ ଅନ୍ତର୍ଜାତୀୟ ମନୋହର ବାଲୁକା କଳାର ଅପୂର୍ବ ସମାବେଶ ହେବ । ଏହା ଦର୍ଶକମାନଙ୍କ ନିମନ୍ତେ ସଂପୂର୍ଣ୍ଣ ଦେୟମୁକ୍ତ ରହିବ । ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କର ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ମିନିଟ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟେତ୍ସବ ଆୟୋଜିତ ହେଉଛି ।
ଉକୃଷ୍ଟ ମାନର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ ଚଳିତ କୋଣାର୍କ ଉତ୍ସବ ୨୦୨୦କୁ ଅଧୁକ ମନୋଜ୍ଞ କରି ଗଢ଼ି ତୋଳିବ । ବହୁ ପ୍ରତିଭାବାନ ନୃତ୍ୟ ବିଶାରଦ ଓ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତ ନାଟ୍ୟମ, ମଣିପୁରୀ, କୁଚିପୁଡ଼ି ଏବଂ କଥକ ଦଳଗତ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୧ ତାରିଖ ଦିନ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ଦଳ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀଦେବୀ ନୃତ୍ୟାଳୟ ପକ୍ଷରୁ ଶିଲା ଉନ୍ନକ୍ରିଷ୍ଣନ୍ ଓ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ଡିସେମ୍ବର ୨ ତାରିଖ ଦିନ ମଣିପୁରୀ ନର୍ଭଣାଳୟ ପକ୍ଷରୁ ବିମ୍ବାବତୀ ଦେବୀ ଓ ଦଳ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ସଂଜଳୀ ଏଜେମ୍ବଲ୍ ପକ୍ଷରୁ ଶର୍ମିଳା ମୁଖାର୍ଜୀ ଓ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ।
ଡିସେମ୍ବର ୩ ତାରିଖରେ ନିତ୍ୟାନ୍ତର ପକ୍ଷରୁ ମଧୁଲିତା ମହାପାତ୍ର ଓ ଦଳ ଓଡ଼ିଶୀ ନୃତ୍ୟ ଏବଂ କଳାସମର୍ପଣ ଫାଉଣ୍ଡେସନ୍ ପକ୍ଷରୁ ବସନ୍ତକଳାଲକ୍ଷ୍ମୀ ନସିଂହଚାରୀ ଓ ଦଳ କୁଚିପୁଡ଼ି ନୃତ୍ୟ ପରିବେଷଣ କରିବେ । ଡିସେମ୍ବର ୪ ତାରିଖ ଦିନ ରନ୍ ପକ୍ଷରୁ ବିକ୍ରମ ଅୟଙ୍ଗାର ଓ ଦଳ କଥକ ନୃତ୍ୟ ଏବଂ ରୁଦ୍ରାକ୍ଷ ଫାଉଣ୍ଡେସନ୍ ପକ୍ଷରୁ ବିଚିତ୍ରାନନ୍ଦ ସ୍ବାଇଁ ଏବଂ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ଅନ୍ତିମ ଦିବସରେ ଜିକେସିଏମ୍ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଓଡ଼ିଶୀ ନୃତ୍ୟ ଏବଂ ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ୍ ପକ୍ଷରୁ ଅଦିତି ମଙ୍ଗଳ ଦାସ ଓ ଦଳ କଥକ ନୃତ୍ୟ । ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କିଲୋମିଟର ଦୂରରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚନ୍ଦ୍ରଭାଗାର ପ୍ରଶସ୍ତ ବେଳାଭୂମିରେ । ଆନ୍ତର୍ଜାତିକ ବାଲୁକାକଳାର ଆୟୋଜନ କରାଯାଉଛି ।
ଏହି ଉତ୍ସବ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକାଠାରୁ ରାତି ୭ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଏହି ବିଶ୍ବବ୍ୟାପି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ପ୍ରତ୍ୟେକ ଦିନ ସେମାନଙ୍କର ବାଲୁକା ଚିତ୍ରକଳା ପ୍ରଦର୍ଶନ କରିବେ । ଚଳିତ ବର୍ଷ ଦେଶ ଭିତରରୁ ଯଥା ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାରୁ ଖ୍ୟାତନାମା ୭୦ ଜଣ ବାଲୁକା କଳା ଶିଳ୍ପୀ ୨୫ଟି ଷ୍ଟଲ୍ରେ ସେମାନଙ୍କର ବାଲୁକା କଳା ପ୍ରଦର୍ଶନ କରିବେ । ଚଳିତ ବର୍ଷ କୋଭିଡ୍ –୧୯କୁ ଦୃଷ୍ଟିରେ ରଖୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷତଃ ଦର୍ଶକମାନଙ୍କର ପ୍ରବେଶ, ସାମାଜିକ ଦୂରତ୍ବ ପାଳନ ଓ ସାନିଟାଇଜେସନ୍ ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯିବାର ବ୍ୟବସ୍ଥା ହୋଇଛି ।
Post a Comment