loading...

ବିଶ୍ୱ ଏଡ଼ସ୍ ଦିବସରେ ଦେଶରେ ପ୍ରଥମ ଥର ପାଇଁ ଓଡିଶାରେ ଏଚ.ଆଇ.ଭି. ସିଫିଲିସ ଦ୍ବୈତ ପରୀକ୍ଷଣ କିଟ।

ବିଶ୍ୱ ଏଡ଼ସ୍ ଦିବସରେ ଦେଶରେ ପ୍ରଥମ ଥର ପାଇଁ ଓଡିଶାରେ ଏଚ.ଆଇ.ଭି. ସିଫିଲିସ ଦ୍ବୈତ ପରୀକ୍ଷଣ କିଟ ଲୋକାର୍ପିତ କଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ।

ବିଶ୍ୱ ଏଡ଼ସ୍ ଦିବସରେ ଦେଶରେ ପ୍ରଥମ ଥର ପାଇଁ ଓଡିଶାରେ ଏଚ.ଆଇ.ଭି. ସିଫିଲିସ ଦ୍ବୈତ ପରୀକ୍ଷଣ କିଟ।

ଭୁବନେଶ୍ୱର, ୧ ଡିସେମ୍ବର, ୨୦୨୦: ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ଗର୍ଭବତୀ ମହିଳା ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚ.ଆଇ.ଭି ଓ ସିଫିଲିସ ପରୀକ୍ଷା କରାଇବା ପାଇଁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ.ଆଇ.ଭି. ଓ ସିଫିଲିସ ଦ୍ବୈତ ପରୀକ୍ଷଣ କିଟକୁ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଲୋକାର୍ପଣ କରିଛନ୍ତି । ବିଶ୍ୱ ଏଡ଼ସ୍ ଦିବସ ଅବସରରେ ଆଜି ଓସାକ୍ସ ଦ୍ଵାରା ଆୟୋଜିତ ରାଜ୍ୟ ସ୍ତରୀୟ ସମାରୋହକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଅନଲାଇନରେ ଉଦଘାଟନ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ ସଂପୃକ୍ତ କିଟ ସହ ଓସାକ୍ସର ଅର୍ଦ୍ଧବାର୍ଷିକ ନ୍ୟୁଜ ଲେଟରର ଉନ୍ମୋଚନ କିରଛନ୍ତି । ଏହି ଅବସରରେ ଶ୍ରୀ ଦାସ କହିଥିଲେ ଯେ, ୨୦୧୦ ସୁଦ୍ଧା ୬ଲକ୍ଷ ଲୋକଙ୍କ ପରୀକ୍ଷା ହୋଇଥିଲାବେଳେ ୨୦୧୯ ରେ ଏହା ୧୪ ଲକ୍ଷରେ ପହଂଚିଛି । ଅଧିକ ସଂକ୍ରମଣ ପ୍ରବଣ ଗୋଷ୍ଠୀମାନଙ୍କ ମଧ୍ୟରେ ସଚେତନତା ଓ ପ୍ରତିଷେଧକ ବ୍ୟବସ୍ଥା ତଥା ବ୍ୟବହାରିକ ପରିବର୍ତନ ଫଳରେ ଏଚ.ଆଇ.ଭି. ର ବ୍ୟାପକତା ୨୦୧୦ ଠାରୁ ହ୍ରାସ ଘଟି ୦.୩୧ ପ୍ରତିଶତରୁ ୨୦୧୯ ରେ ଏହା ୦.୧୪ ପ୍ରତିଶତରେ ପହଂଚିଛି । ରାଜ୍ୟରେ ୨୩୨ଟି ସମନ୍ବିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ର ରହିଛି ଯେଉଁଠାରେ ବିନା ମୂଲ୍ୟରେ ପରାମର୍ଶ ଓ ରକ୍ତ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଇଛି । 

ଏତଦବ୍ୟତୀତ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା ନିମନ୍ତେ । ୩୭୫ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୪୫୯ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ସୁବିଧା ରହିଛି । ୪୮ଟି ଲକ୍ଷ୍ୟଭେଦୀ ପ୍ରକଳ୍ପ, ୬ଟି ଲିଙ୍କ ୱାର୍କର ସ୍ପିମ ଏବଂ ୧୧ଟି ଟ୍ରାନଜିଟ ପ୍ରୋଜେକ୍ଟ ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କୁ ଏଚ.ଆଇ.ଭି ସଂପକୀତ ସମସ୍ତ ପ୍ରକାର ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଉଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଥିଲେ ଯେ ସମ୍ପ୍ରତି ଓଡ଼ିଶାରେ ଏଚ.ଆଇ.ଭି ର ପ୍ରଭାବ ଶତକଡ଼ା ୦.୧୪ ରହିଛି ଯାହା ଜାତୀୟ ହାର ଶତକଡ଼ା ୦.୨୨ ରୁ କମ । ରାଜ୍ୟର ୫୩୧ଟି ନୂତନ ଜନ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୬୩୦ଟି ହେଲ୍‌ଥ ୱେଲନେସ କେନ୍ଦ୍ରରେ ବିନା ମୂଲ୍ୟରେ ଏଚ.ଆଇ.ଭି. ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି । 

ସେ କହିଥିଲେ ଯେ ଗୋଟିଏ ପରୀକ୍ଷଣ କିଟ ଜରିଆରେ ଗର୍ଭବତୀ ମହିଳାମାନଙ୍କ ଏଚ.ଆଇ.ଭି ଓ ଯୌନ ସଂକ୍ରମଣ ସ୍ଥିତି ନିରୂପଣ କରାଯିବ । ସେ କହିଥିଲେ ଯେ, ସମସ୍ତ ଗ୍ରାମାଂଚଳ ଓ ସହରାଂଚଳ ସ୍ଵଚ୍ଛତା ଓ ସ୍ବାସ୍ଥ୍ୟ ପୁଷ୍ଟିକର ଦିବସରେ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଉଛି । ଚଳିତ ବର୍ଷ ୩, ୧୧,୨୯୫ ଜଣ ଗର୍ଭବତୀ ମହିଳାଙ୍କର ପରୀକ୍ଷଣ କରାଯାଇ ୨୨୮ ଜଣଙ୍କ ଏଚ.ଆଇ.ଭି ଭୂତାଣୁ ଚିହ୍ନଟ କରାଯାଇଛି । ସ୍ବାସ୍ଥ୍ୟ ସେବା ।କ୍ଷେତ୍ରରେ ଯୁବପିଢୀମାନଙ୍କ ସକାରାତ୍ମକ ଭୂମିକା ପ୍ରଦର୍ଶନର ଆବଶ୍ୟକତାକୁ ଦେଖି ରେଡକ୍ରସ ସୋସାଇଟି ସହାୟତାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ୬୪୦ ରେଡରିବନ କ୍ଲବ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କୁ । ଏଚ.ଆଇ.ଭି / ଏଡ଼ସ ନିରାରକଣ ସଂପକୀତ ସଚେତନତ କରାଯାଉଛି । ଜିଲାସ୍ତରର ରେଡରିବନ ବ୍ଲକ କୋଅର୍ଡିନେଟର ମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । 

ସେ କହିଥିଲେ ଯେ କ୍ଳବର ଜଣେ ସଦସ୍ୟ ଅତି କମରେ ୧୫ ଜଣଙ୍କୁ ସଚେତନ କରାଇବା ପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ । ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡ. ସଂଯୁକ୍ତ ସାହୁ ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଆଜି କାଯ୍ୟକ୍ରମର ଲକ୍ଷ ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷର ବିଶ୍ୱ ଏଡ଼ସ୍ ଦିବସର ଅନୁଚିନ୍ତା ରହିଛି, - ବିଶ୍ୱ ଏକତା, ସହଭାଗୀ ଦାୟିତ୍ବ’ ଏବଂ ଏହି ଦାୟିତ୍ବ ନିର୍ବହନ ସହିତ ୨୦୩୦ ସୁଦ୍ଧା ଏଡସ୍ ସଂକ୍ରମଣର ମୂଳୋତ୍ପାଟନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଓସାକ୍ସ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅବିରତ କାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଯୋଗଦେଇଥିଲା ବେଳେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ (ଏମଏସ) ଡ. ଅଜିତ ମହାନ୍ତି ଯୋଗଦେଇଥିଲେ । ଅତିଥି ମାନେ କହିଥିଲେ ଯେ ସାରା ଦେଶରେ, ଓଡ଼ିଶା ଅତ୍ୟଧିକ ଆଶଙ୍କା ପ୍ରବଣ ରାଜ୍ୟ ଭାବେ ପରିଗଣିତ ହେଉନଥିଲେ ସୁଦ୍ଧା ଏଚ.ଆଇ.ଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଆମ ରାଜ୍ୟରେ ସଂକ୍ରମିତ ବ୍ୟକ୍ତିମାନେ ବିଶେଷକରି ଗରିବ ଶ୍ରେଣୀର ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର ଏହି ସଂକ୍ରମଣର ଶିକାର ହୋଇଥାଆନ୍ତି । ଓସାକ୍ସର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ବିନା ମୂଲ୍ୟରେ ଉପଲବ୍ଧ ସ୍ବାସ୍ଥ୍ୟ ସେବା ଏବଂ ଘୃଣା ଭେଦଭାବ ବିହୀନ ସହାୟତା ସହଯୋଗ ଦ୍ଵାରା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିଛି ବୋଲି ସେମାନେ କହିଥିଲେ ।

ଏହି ଅବସରରେ ଓସାକଠାରେ ଦୁଇଟି ଆଇସି ପ୍ରଚାର ଭ୍ୟାନକୁ ସ୍ବତନ୍ତ୍ର ସଚିବ ଡ. ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶିକା ଡ. ସାହୁ ଶୁଭାରମ୍ଭ କରିଥିଲାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଜିଠାରୁ ସଚେତନାଧମୀ ଆଇସି ପ୍ରଚାର ଭାନର ଆରମ୍ଭ କରାଯାଇଛି । ଯାହା ଆଗାମୀ ସାତ ଦିନ ଧରି ଏଚ.ଆଇ.ଭି. ଓ ଏଡସ ସଚେତନତା କାର୍ଯ୍ୟ କରିବ । ଆଜିର ଏହି ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଅଂଜନା ପଣ୍ଡା, ବିତ ପରାମର୍ଶଦାତ୍ରୀ ଶ୍ରୀମତୀ ରଂଜିତା ବେହେରା, ପ୍ରୋକୋରଫେଟ ଅଧିକାରୀ ଶ୍ରୀ ବରେନ୍ଦ୍ର ନାଥ ବେଜ ଓ ପ୍ରତିଷ୍ଠାନ ଅଧିକାରୀ ଶ୍ରୀ ଶୁଭେନ୍ଦୁ  ପଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଡ. ଡି.ଏସ. ଅରବିନ୍ଦ ଏବଂ ଓସାକ୍ସର ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget