ଭୁବନେଶ୍ୱର; କୋଭିଡ୍-୧୯ ମହାମାରୀ ସ୍ଥିତିରେ ସାରା ରାଜ୍ୟର ୭୨,୫୮୭ ଅଙ୍ଗନବାଡ଼ି କେନ୍ଦ୍ରକୁ ଚଳିତ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖୁବା ନିମନ୍ତେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ରାଜ୍ୟର ମହିଳା, ଗର୍ଭବତୀ ଓ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଜାରି ରଖୁବା ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମାସର ୧ ତାରିଖ ହୋଇଥିବାରୁ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ଅଙ୍ଗନବାଡ଼ି କର୍ମୀମାନେ ହିତାଧୁକାରୀମାନଙ୍କ ଘରକୁ ଯାଇ ଟେକ୍ ହୋମ୍ ରାସନ୍ ବଣ୍ଟନ କରିଛନ୍ତି ।
ଏଥିରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସମତେ ୬ ମାସରୁ ୩ ବର୍ଷ ଏବଂ ୩-୬ ବର୍ଷ ବୟସର ଶିଶୁମାନଙ୍କୁ । ସେମାନଙ୍କ ଯୋଗ୍ୟତା ଅନୁସାରେ ଛତୁଆ, ଅଣ୍ଡା, ଲଡୁ ଓ ଚିକି ବଣ୍ଟନ କରାଯାଇଛି । ୩ରୁ ୬ ବର୍ଷ ବୟସର । ପ୍ରାବିଦ୍ୟାଳୟ ଶିଶୁମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ସକାଳ ଜଳଖୁଆ ଏବଂ ରନ୍ଧାଖାଦ୍ୟ । ବାବଦରେ ଶୁଖୁଲା ରାସନ ବଣ୍ଟନ କରାଯାଇଛି । କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ମାଣ୍ଡିଆ ଲଡୁ ପ୍ରଦାନ ପାଇଁ ‘ମାଣ୍ଡିଆ ଚୁନା’ର ପ୍ୟାକେଟ୍ ବଣ୍ଟନ କରାଯିବା ସହ ଏହି ଚୂନାରୁ ଲଡୁ ପ୍ରସ୍ତୁତ କରି ପିଲାମାନଙ୍କୁ ଖୁଆଇବା ପାଇଁ ମା’ ମାନଙ୍କୁ ପରାମର୍ଶ ଦିଆଯାଇଛି । ହିତାଧିକାରୀମାନଙ୍କ ଘରେ ଶୁଖୁଲା ରାସନ୍ ବଣ୍ଟନ ସମୟରେ କୋଭିଜ୍-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ କରାଯାଇଛି । ଏହି ବଣ୍ଟନ ବ୍ୟବସ୍ଥାକୁ ଆଇସିଡିଏସ୍ । କାର୍ଯ୍ୟକର୍ତ୍ତାମାନେ ପରିଚାଳନା କରିବା ସହ ବିଭାଗର ଟେଲି ମନିଟରିଂ ଟିମ୍ ବଣ୍ଟନ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି ।
ପ୍ରକାଶ ଥାଉ କି, ସମନ୍ବିତ ଶିଶୁ ବିକାଶ ଯୋଜନାରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଅଧୁକ ସ୍ବଚ୍ଛତା ଆଣିବା ସହ ରାସର ଗୁଣାତ୍ମକ ମାନ ବଜାୟ ରଖୁବା ନିମନ୍ତେ ‘ମୋ ଛତୁଆ” ଆତ୍ପର ବିକାଶ କରାଯାଇଛି । କୋଭିଡ୍ ସ୍ଥିତିରେ ଏହି ‘ଆପ୍’ର ଉପଯୋଗ ନିମନ୍ତେ ଆଇସିଡିଏସ୍ କାର୍ଯ୍ୟକର୍ତ୍ତାମାନଙ୍କୁ ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଛତୁଆର ମାନ ନିର୍ଦ୍ଧାରଣ ଏବଂ ଶୁଖୁଲା ରାସର ଗୁଣବତ୍ତା ପରୀକ୍ଷଣ ପାଇଁ ସିଏଟିଆର୍ଆଇ, ମହୀଶୂର ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । କେଭିଡ୍-୧୯ ଲଡାଉର କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ରାଜ୍ୟର ୪୫.୭୮ ଲକ୍ଷ ହିତାଧୁକାରୀ ଏହି ଯୋଜନାରୁ ଉପକୃତ ହେଉଛନ୍ତି ।
Post a Comment