ଭୁବନେଶ୍ୱର ; ପିପୁଲସ କଲ୍ଚରାଲ ସେଣ୍ଟର (ପିକକ) , ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ, ଭୁବନେଶ୍ୱର ମହାନଗରନିଗମ, ଓଡିଶା ନିର୍ମାଣ ବୋର୍ଡ, ଆର.ଡି ଇଏସଆଇସି ଓ ଆର ପିଏଫସି ର ସହାୟତା ରେ ଠିକାଦାର ମାନଙ୍କ ପାଇଁ କୋଭିଡ଼ ପ୍ରତିରୋଧକମୂଳକ ବ୍ୟବସ୍ତା ଓ ସରକାରଙ୍କର ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆଜି ରେଡ଼କ୍ରସ ଭବନ ଠାରେ ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନ ରାଜ୍ୟ ର ପୂର୍ବତନ ଅର୍ଥମନ୍ତୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ଓ ପୂର୍ବତନ ସାଂସଦ ଡ଼. ରାମଚନ୍ଦ୍ର ଖୁଣ୍ଟିଆ, ଭୁବନେଶ୍ୱର ମହାନଗରନିଗମ ର ପରିମଳ ଅଧିକାରୀ, ଡ଼. ରାମଚନ୍ଦ୍ର ରାଉତ, ନିର୍ଦ୍ଦେଶକ ନର୍ସିଙ୍ଗ ଇଣ୍ଟେଲିଜେନ୍ସ,, ଓଡିଶା, ଶ୍ରୀଯୁକ୍ତ ରେଣୁକା ପ୍ରସାଦ, ଆଞ୍ଚଳିକ ନିର୍ଦ୍ଦେଶକ, ଇଏସଆଇସି , ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି, ସମ୍ପାଦକ ପିକକ, ଶ୍ରୀଯୁକ୍ତ ବି.କେ. ସାହୁ, ନିର୍ଦ୍ଦେଶକ ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ ଓ ଅନୁରାଧା ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପିକକ ଙ୍କ ଉପସ୍ଥିତିରେ ହୋଇଯାଇଛି I
ପୂର୍ବତନ ଅର୍ଥମନ୍ତୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ନିଜର କହିଥିଲେ କେହି ଭୟଭିତ ନହୋଇ କୋଭିଡ ର ସମସ୍ତ ସୁରକ୍ଷା ନିୟମ କୁ ପାଳନ କରି ନିଜକୁ ସୁରକ୍ଷିତ ରଖନ୍ତୁ I ବିଭିନ୍ନ ବକ୍ତା ମାନେ ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ ର ଏହି ସଫେଇ କର୍ମଚାରୀ ଓ ଠିକଦାର ମାନଙ୍କ ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ର ବହୁତ ପ୍ରଶଂସା କରିଥିଲେ I ଡ଼. ରାମଚନ୍ଦ୍ର ଖୁଣ୍ଟିଆ ଭୁବନେଶ୍ୱର ମହାନଗରନିଗମ ର ପିପିଇ କିଟ ସହାୟତା ଯୋଗୁ ସଫେଇ କର୍ମଚାରୀ ମାନେ ସୁରକ୍ଷିତ ଭାବରେ ନିଜର କାମ କରିପାରୁଛନ୍ତି ବୋଲି ମତବ୍ଯକ୍ତ କରିଥିଲେ I ଡ଼. ରାମଚନ୍ଦ୍ର ରାଉତ, ତିନୋଟି ଉପାୟ ଯଥା ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା ଓ ପିପିଇ କୀଟ ସମ୍ପର୍କରେ ସୂଚନା ଦେଇଥିଲେ ଓ କୋଭିଡି ର ସମସ୍ତ ନିୟମ କୁ ପାଳନ କରିବା ନିମନ୍ତେ ଉପଦେଶ ଦେଇଥିଲେ I ଶ୍ରୀଯୁକ୍ତ ବି ଏମ ମହାପାତ୍ର, ଡି ଏଲ ସି, ଶ୍ରମବିଭାଗ ଓଡିଶା, ଓଡିଶା ନିର୍ମାଣ ବୋର୍ଡ ର ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ I
ଶ୍ରୀଯୁକ୍ତ ରେଣୁକା ପ୍ରସାଦ, ଇଏସଆଇସି ଇଏସଆଇ ର ଅଟଳ ବେକାରୀ ବୀମା ଯୋଜନା ସୂଚନା ଦେଇଥିଲେ I ସେ ମୁନିସିପାଲିଟି ର କର୍ମକର୍ତ୍ତା ମାନଙ୍କୁ ନିୟମିତ ରୂପେ ସୁରକ୍ଷା ବ୍ୟବସ୍ଥା କୁ ଯାଞ୍ଚ କରିବାକୁ ଉପଦେଶ ଦେଇଥିଲେ I ପିକକ ର ସମ୍ପାଦକ ଶ୍ରୀଯୁକ୍ତ ରଂଜନ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ପିଲାମାନଙ୍କ ର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ I ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ ର ନିର୍ଦ୍ଦେଶକ ବି.କେ. ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମ ରେ 4୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ ଆଇଜିଏଫପି ର ନିଉଜଲେଟର ର ୮ ମ ଈସୁ କୁ ଉନ୍ମୋଚିତ କରାଯାଇଥିଲା ଓ ସୁରକ୍ଷା କୀଟ ବଣ୍ଟନ କରାଯାଇଥିଲା I ଏହି କର୍ଯ୍ଯକ୍ରମ କୁ ପିକକ୍ ର ଜ୍ଯୋତିଶଙ୍କର ମହାନ୍ତି ଓ ଆଇଜିଏଫପି ସଙ୍ଗୀତା ପରିଚାଳନା କରିଥିଲେ I
Post a Comment