ଭୁବନେଶ୍ୱର : ବିଭିନ୍ନ ବୌଦ୍ଧ ଅନୁଷ୍ଠାନ, ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସଙ୍ଗଠନ ସମୁହର ପରିସଂଘ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ତରଫରୁ ସନ୍ଧ୍ୟା ୫ ଘଣ୍ଟା ସମୟରେ ଭୁବନେଶ୍ବରଠାରେ ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ ଇଂ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ମଲ୍ଲିକ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଶ୍ରୀମତୀ ମାଣିକ ପ୍ରଭା ମୁଖ୍ୟ ଅତିଥ ଓ ଶ୍ରୀଯୁକ୍ତ ମାନସ ଜେନା ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ବକ୍ତା ଭାବେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିଦ୍ୟାଧର ଦେହୁରୀ, ଶ୍ରୀଯୁକ୍ତ ପ୍ରଭାକର ମଲ୍ଲିକ, ଆଡଭୋକେଟ ଆକୁଳି ଚରଣ ସେଠୀ, ରାଘବ ମଲ୍ଲିକ, ଅବଦୁଲ କଲାମ ଆଜାଦ୍ ଓ ଶାନ୍ତିଲତା ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।
ଉକ୍ତ ସଭାରେ ଭାରତ ପରି ବିଭିନ୍ନ ଜାତି, ଧର୍ମ, ଭାଷା, ସଂସ୍କୃତି, ପରମ୍ପରା, ଭୌଗୋଳିକ ଅବସ୍ଥାନ ମଧ୍ୟରେ ଡଃ ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ରଚିତ ଭାରତର ସମ୍ବିଧାନକୁ ପୃଥିବୀର ଶ୍ରେଷ୍ଠ ସମ୍ବିଧାନ ତଥା ଭାରତର ସର୍ବୋତ୍କୃଷ୍ଟ ସମ୍ବିଧାନ ଭାବେ ମତ ପ୍ରକାଶ ପାଇଥିଲା । ଏହି ସଭାରେ ସୁପ୍ରିମ କୋର୍ଟଙ୍କର । ସଂରକ୍ଷଣ ନୀତି ଓ ଅନୁସୂଚିତ ଜାତି ଜନଜାତି ନିର୍ଯ୍ୟାତନା ଆଇନରେ ଅଙ୍କୁଶ ଲଗାଇବାର ପ୍ରୟାସକୁ ବିରୋଧ କରାଯାଇଥିଲା ଏବଂ ସାଧାରଣ ଗରିବ, ଚାଷୀ, ମୂଲିଆ, ଦଳିତ, ଆଦିବାସୀ, ଅନଗ୍ରସର ବର୍ଗ, ସଂଖ୍ୟାଲଘୁ, ଛାତ୍ରଛାତ୍ରୀ, ମହିଳା ଓ ଶିଶୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ଆଲୋଚନାରେ ଗୁରୁତ୍ବ ଆରୋପ କରାଯାଇଥିଲା ।
ବାବାସାହେବଙ୍କ ଦ୍ବାରା ରଚିତ ସମ୍ବିଧାନର ସମ୍ପୂର୍ଣ ସୁରକ୍ଷା ନିମିତ୍ତ ଏହି ସଂଗଠନଗୁଡ଼ିକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ଛାତ୍ରନେତା ଲୋକନାଥ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment