loading...

ପରୀ ଅପହରଣ ଓ ହତ୍ୟା ପ୍ରସଙ୍ଗ, ସୁରକ୍ଷା ଦେଇ ଖସିଯିବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ପରୀ ଅପହରଣ ଓ ହତ୍ୟା ଘଟଣାରେ ନିଜର ସହଯୋଗୀକୁ ସୁରକ୍ଷା ଦେଇ ହରଡଘଣାରେ ପଡିବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏବେ ଖସିଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ପରୀ ଅପହରଣ ଓ ହତ୍ୟା ପ୍ରସଙ୍ଗ, ସୁରକ୍ଷା ଦେଇ ଖସିଯିବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ୱର; ପରୀ ଅପହରଣ ଓ ହତ୍ୟା ଘଟଣାରେ ନିଜର ସହଯୋଗୀକୁ ସୁରକ୍ଷା ଦେଇ ହରଡଘଣାରେ ପଡିବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏବେ ଖସିଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରକାଶଥାଉକି ଗତ ଜୁଲାଇ ମାସ ୧୪ ତାରିଖ ଦିନ ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ନାବାଳିକା କନ୍ୟା ପରୀର ଅପହରଣ ସଂପର୍କରେ ପରିବାର ପକ୍ଷରୁ ନୟାଗଡ ସଦର ଥାନାରେ ଅଭିଯୋଗ କରାଯାଇଥିଲା । ଠିକ୍ ୭ ଦିନ ପରେ ସେହି ଗାଁର ତାଙ୍କ ଘର ନିକଟରେ ଯୁବା ଏକ ପୋଖରୀରୁ ଅଖାରେ ବନ୍ଧା ହୋଇଥିବା ନାବାଳିକା କନ୍ୟା ପରୀର ଗଳିତ ଶବ ପୋଲିସ ଉଦ୍ଧାର କରିଥିଲା । 

ଏହି ଘଟଣା ଘଟିବା ଆଜକୁ ପ୍ରାୟ ୫ ମାସ ବିତିଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ପ୍ରତିବାଦ ଏବଂ ସବୁ ଫୋରମର ନିର୍ଦ୍ଦେଶକୁ ପୋଲିସ ବେଖାତିର କରିବା ପରେ ଶେଷରେ କୌଣସି ଉପାୟ ନପାଇ ପରୀର ପିତାମାତା ଗୃହ ଚାଲୁଥିବା ସମୟରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ପରେ ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । କିନ୍ତୁ ପ୍ରଶ୍ନ ଉଠୁଛି ପରିବାର ପକ୍ଷ ପୋଲିସ ନିକଟରେ ଅଭିଯୋଗ କରିବା ପରେ ନୟାଗଡ ପୋଲିସ କି ପଦକ୍ଷେପ ନେଇଛି ? ଯଦି ନେଇ ନାହିଁ ତା’ହେଲେ କାହା ଚାପରେ ନେଇନାହିଁ ? 

ଆତ୍ମାହୁତି ଉଦ୍ୟମ ସମୟରେ ପରୀର ପିତାମାତା ଯେଉଁ ବୟାନ ଦେଇଛନ୍ତି, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ହସ୍ତକ୍ଷେପ ଯୋଗୁଁ ପୋଲିସ ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ଗିରଫ କରୁନାହିଁ । ଏଥିରୁ ଖସିବା ପାଇଁ କୌଣସି ଉପାୟ ନପାଇ ବାଚସ୍ପତିଙ୍କ ରୁଲିଂ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ବୟାନ ରଖୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ସଂପକରେ ସୂଚନା ଦେଇଥିଲେ ଏବଂ ଠିକ୍ ପରଦିନ ସ୍ଥାନୀୟ ବିଧାୟକ ଗୃହରେ ବିବୃତି ରଖୁବା ସହିତ ବାଧ୍ୟ ହୋଇ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖି କହିଲେ ‘ମୁଁ ଅହିଂସାରେ ବିଶ୍ଵାସ କରେ ଏବଂ ଏହି ଘଟଣାରେ ଦୋଷୀ ଦଣ୍ଡ ପାଇବା ନିହାତି ଆବଶ୍ୟକ, ସେ ଯେ କେହି ହେଉନା କାହିଁକି’ । 

କିନ୍ତୁ ଆଜି ପର୍ଯ୍ୟନ୍ତ କ’ଣ ପାଇଁ ଦୋଷୀକୁ ଧରିବାରେ ପୋଲିସ ବିଫଳ ହୋଇଛି ତାହା କହିଲେ ନାହିଁ କି ସ୍ଥାନୀୟ ବିଧାୟକ ହିସାବରେ ସେ କେତେଥର ପରୀ ପରିବାରକୁ ଭେଟିଛନ୍ତି ଏବଂ ଏ ଘଟଣାରେ କେତେଥର ନୟାଗଡ ଏସ୍.ପି. ଓ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ସେ କଥା କହିଲେ ନାହିଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ସ୍ଥାନୀୟ ବିଧାୟକ ପୋଲିସ ଉପରେ ଚାପ ପକାଇ ଅପରାଧକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି । କର୍ତ୍ତବ୍ୟରେ ଅବହେଳା କରିଥିବା ନୟାଗଡ ଏସ୍.ପି. ଏବଂ ସଦର ଆଇ.ଆଇ.ସି.ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଚାପମୁକ୍ତ ତଦନ୍ତ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ଦାବି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget