loading...

ଦେଶବ୍ୟାପୀ ଧର୍ମଘଟକୁ ସମର୍ଥନ କରି ମାନବିକ ଅଧିକାର ସଂଗଠନ ମାନଙ୍କ ଗଣଧାରଣା।

ଧର୍ମଘଟ ଡାକରାକୁ ସମର୍ଥନ ଜଣାଇ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିଭିନ୍ନ ମାନବିକ ଅଧିକାର ଓ ଗଣ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା ।

ଦେଶବ୍ୟାପୀ ଧର୍ମଘଟକୁ ସମର୍ଥନ କରି ମାନବିକ ଅଧିକାର ସଂଗଠନ ମାନଙ୍କ ଗଣଧାରଣା।

ଭୁବନେଶ୍ୱର : ସମ୍ବିଧାନ ଦିବସରେ ସାମ୍ବିଧାନିକ ଅଧିକାର ଓ ଭିନ୍ନମତ ଉପରେ ରାଷ୍ଟ୍ର ଦମନ ପ୍ରତିବାଦରେ ଦେଶର ବିଭିନ୍ନ ଶ୍ରମିକ, କୃଷକ ଓ ଗଣ ସଂଗଠନର ଦେଶବ୍ୟାପୀ ଧର୍ମଘଟ ଡାକରାକୁ ସମର୍ଥନ ଜଣାଇ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିଭିନ୍ନ ମାନବିକ ଅଧିକାର ଓ ଗଣ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା । ଧାରଣାକାରୀମାନେ କରୋନା ମହାମାରୀ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଗୃହିତ ହୋଇଥିବା କୃଷକ ଓ ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିବା ସହିତ ସରକାରଙ୍କ ଜନବିରୋଧୀ ତଥା ଅଗଣତାନ୍ତ୍ରିକ ନୀତି ବିରୋଧରେ ଭିନ୍ନମତ ପୋଷଣ କରୁଥିବାରୁ ଦେଶର ବୁଦ୍ଧିଜୀବୀ, ଶିକ୍ଷାବିତ, ସାମାଜିକ କର୍ମକର୍ତ୍ତା ଓ ମାନବିକ ଅଧିକାର କର୍ମୀଙ୍କୁ ମିଛ ମକଦ୍ଦମାରେ ଧାରାବାହିକ ଭାବେ ଗିରଫ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । 

ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ କାମ କରୁଥିବା ଷ୍ଟାନ ସ୍ଵାମୀ, ଆଇନଜୀବୀ ସୁଧା ଭରଦ୍ଵାଜ, ବିପ୍ଳବୀ କବି ବରବରା ରାଓ, ପ୍ରଫେସର ସାଇବାବାଙ୍କ ସମେତ ଭୀମା କୋରେଗାଁଓ ମାମଲାରେ ମିଥ୍ୟା ମକଦ୍ଦମାରେ ଗିରଫ ହୋଇଥିବା ସାମାଜିକ ତଥା ମାନବିକ ଅଧିକାର କର୍ମୀ ରୋନା ୱିଲସନ, ମହେଶ ରାଉତ, ସୁରେନ୍ଦ୍ର ଗାଡଲିଂ, ସୁଧୀର ଧାୱାଲେ,ଅରୁନ ଫେରେରା, ଗୌତମ ନବଲେଖା, ଆନନ୍ଦ ତେଲତୁମ୍ବଡେ, ହାନି ବାବୁ, ଜ୍ୟୋତି ରାଘୋବା ଜଗତାପ, ସାଗର ତାତ୍ୟାରାମ ଗୋର୍ଖେ, ରମେଶ ମୁରଲୀଧର, ବରୁନ ଗନସେଲବେସ ଓ ଅନ୍ୟ ରାଜନୈତିକ ବନ୍ଦୀମାନଙ୍କୁ ଅବିଳମ୍ବେ ଖଲାସ କରିବାକୁ ଦାବି କରିଥିଲେ । 

ସେହିପରି ଜଳ-ଜମି ଓ ଜଙ୍ଗଲ ଉପରେ ଲୋକଙ୍କର ଅଧିକାରକୁ ମାନିନେବା, ଜଙ୍ଗଲ ଅଧିକାର ଆଇନ- ୨୦୦୬ର ଉପଯୁକ୍ତ କାର୍ଯ୍ୟକାରୀ କରିବା, ବିକାଶ ନାମରେ ପରିବେଶ ଧ୍ଵଂସକାରୀ ପ୍ରକଳ୍ପ ବାତିଲ କରିବା ଓ ଜନବିରୋଧୀ ଜାତୀୟ ଶିକ୍ଷାନୀତି -୨୦୨୦ ବାତିଲ କରିବାକୁ ସେମାନେ ଦାବି କରିଥିଲେ । ଏହି ପ୍ରତିବାଦ ଧାରଣାରେ ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଜନ ଅଧିକାର ମଞ୍ଚର ବିଶ୍ଵପ୍ରିୟ କାନୁନଗୋ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ନରେନ୍ଦ୍ର ମହାନ୍ତି, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ଆମେ ଭାରତ ବାସୀର ମାନସ ପଟ୍ଟନାୟକ, ଇନସାଫର ସତିଶ ମିଶ୍ର, ସିଏସଡିର ପ୍ରଦୀପ ସାହୁ, ଏନ.ଏ.ପି.ଏମ.ର କଲ୍ୟାଣ ଆନନ୍ଦ, ଆଇନଜୀବୀ ବିଜୟ ପଣ୍ଡା ଓ ପ୍ରତିମା ଦାସ, ମାନବିକ ଅଧିକାର କର୍ମୀ ଡଃ ଶ୍ରୀଚରଣ ବେହେରା, ତପନ ପାଢୀ, କବୀର ଦାସ, ଓଡିଶା ହେତୁବାଦୀ ସଂଗଠନର ମହମ୍ମଦ ସୁକୁର, ଲୋହିଆ ଏକାଡ଼େମୀର ଦେବରାୟ ମହାପାତ୍ର, ଅଖିଳ ଭାରତ ଜନମଞ୍ଚର ରାଧାକାନ୍ତ ସେଠୀ ଓ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget