loading...

ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ।

ଉତ୍କଳ ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ।

ନୂଆଦିଲ୍ଲୀ/ ଭୁବନେଶ୍ବର; ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖୁ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଏବଂ ବିଶେଷ ଭାବରେ ଭୁବନେଶ୍ବର ନିକଟରେ ଦ୍ବିତୀୟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି । 

ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଓଡ଼ିଶାର ଶିକ୍ଷାବିତ ମାନେ ଦୀର୍ଘ ଦିନରୁ ଦାବୀ କରି ଆସୁଛନ୍ତି । ବିହାର ଏବଂ ଆନ୍ଧ୍ରପ୍ରଦେଶ ଭଳି ପଡୋଶୀ ରାଜ୍ୟ ସହ ତୁଳନା କରାଗଲେ ବିହାରରେ ୪ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି ଏବଂ ଆନ୍ଧ୍ରପ୍ରଦେଶରେ ୩ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି । ମାତ୍ର ଅପରପକ୍ଷରେ । ଓଡ଼ିଶାରେ କେବଳ କୋରାପୁଟ ଠାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି ଏବଂ ଏହା ଦ୍ଵାରା କେବଳ ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀମାନେ ଲାଭ ପାଉଛନ୍ତି । ଶ୍ରୀ ପ୍ରଧାନ ଚିଠିରେ କହିଛନ୍ତି ଭୁବନେଶ୍ବର ଆଗାମୀ ଦିନରେ ପୂର୍ବ ଭାରତର ଅର୍ଥନୀତି ଓ ଶିକ୍ଷା କ୍ଷେତ୍ରର ପେଣ୍ଠସ୍ଥଳି ହେବ । 

ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଲେ ଉପକୂଳ ଏବଂ ପୂର୍ବ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉପକୃତ ହେବା ସହ ଏହି ଅଂଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ ଶି ଓ ଶିକ୍ଷାବିତଙ୍କ ମଧ୍ୟରେ ସମନ୍ବୟ ତିଆରି ହେବା ସହ ଅତ୍ୟାଧୁନିକ ଗବେଷଣାକୁ ପ୍ରୋତ୍ସାହନ ଦେବ । ୭୫ ବର୍ଷର ଐତିହ୍ୟ ଏବଂ ପରମ୍ପରାର ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ତଥା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆବଶ୍ୟକତା, କଲ୍ୟାଣ ଏବଂ ଦେଶର ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ସଶକ୍ତ କରିବା, ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଶିଯୋଗୀ ମାନବ ସମ୍ବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ଧାନରେ ରଖୁ ଉତ୍କଳ ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଭାବରେ ମାନ୍ୟତା ଦେବା ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget