loading...

2020-21 ଆର୍ଥିକ ବର୍ଷର ଅକ୍ଟୋବର, 2020 ମାସ ସୁଦ୍ଧା ଭାରତ ସରକାରଙ୍କ ଖାତାର ମାସିକ ସମୀକ୍ଷା।

2020-21 ଆର୍ଥିକ ବର୍ଷର ଅକ୍ଟୋବର, 2020 ମାସ ପର୍ଯ୍ୟନ୍ତ ଭାରତ ସରକାରଙ୍କର ମାସିକ ଖାତାକୁ ସମ୍ମିଶ୍ରଣ କରାଯାଇଛି ଏବଂ ଏହାର ରିପୋର୍ଟ ପ୍ରକାଶିତ ହୋଇଛି।

2020-21 ଆର୍ଥିକ ବର୍ଷର ଅକ୍ଟୋବର, 2020 ମାସ ସୁଦ୍ଧା ଭାରତ ସରକାରଙ୍କ ଖାତାର ମାସିକ ସମୀକ୍ଷା।

ନୂଆଦିଲ୍ଲୀ ; 2020-21 ଆର୍ଥିକ ବର୍ଷର ଅକ୍ଟୋବର, 2020 ମାସ ସୁଦ୍ଧା ଭାରତ ସରକାର ମୋଟ 7,08,300 କୋଟି ଟଙ୍କାର ରାଜସ୍ୱ (ମୋଟ ସଂଗ୍ରହ ସହ ଜଡ଼ିତ 2020-21 ଆର୍ଥିକ ବର୍ଷ ବଜେଟର 31.54 ପ୍ରତିଶତ) ସଂଗ୍ରହ କରିଛନ୍ତି । ଏଥିମଧ୍ୟରୁ 5,75,697କୋଟି ଟଙ୍କା ଟିକସ ରାଜସ୍ୱ(କେନ୍ଦ୍ରକୁ ମୋଟ), 1,16,206 କୋଟି ଟଙ୍କା ଅଣଟିକସ ରାଜସ୍ୱ ଏବଂ 16,397 କୋଟି ଟଙ୍କା ଅଣ ଋଣ ପୁଞ୍ଜି ସଂଗ୍ରହ ରହିଛି। ଅଣ ଋଣ ପୁଞ୍ଜି ସଂଗ୍ରହରେ ଋଣ ଆଦାୟ(10,218କୋଟି ଟଙ୍କା) ଏବଂ ପୁଞ୍ଜି ପ୍ରତ୍ୟାହାର (6,179 କୋଟି ଟଙ୍କା) ସାମିଲ ରହିଛି। 

ଭାରତ ସରକାରଙ୍କ ଦ୍ୱାରା ଏହି ଅବଧି ସୁଦ୍ଧା ଟିକସ ଅଂଶବିଶେଷ ସ୍ୱରୂପ ରାଜ୍ୟ ସରକାରମାନଙ୍କୁ 2,97,174 କୋଟି ଟଙ୍କା ହସ୍ତାନ୍ତର କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 69,697କୋଟି ଟଙ୍କା କମ ବୋଲି ଜଣାପଡ଼ିଛି। ଭାରତ ସରକାରଙ୍କର ମୋଟ ବ୍ୟୟ 16,61,454 କୋଟି ଟଙ୍କା(ବଜେଟ ଅନୁମାନ 2020-21ର 54.61 ପ୍ରତିଶତ) ଥିଲା, ଯେଉଁଥିରୁ 14,64,099 କୋଟି ଟଙ୍କାର ରାଜସ୍ୱ ଖାତାରୁ ଏବଂ 1,97,355 କୋଟି ଟଙ୍କା ପୁଞ୍ଜି ଖାତାରୁ କରାଯାଇଛି। ମୋଟ ରାଜସ୍ୱ ବ୍ୟୟ ମଧ୍ୟରୁ 3,33,456 କୋଟି ଟଙ୍କା ସୁଧ ପରିଶୋଧ ଆକାରରେ କରାଯାଇଥିବା ବେଳେ 1,85,400 ସବସିଡି ଆକାରରେ କରାଯାଇଛି।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget