loading...

ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଧାନସଭା ଘେରାଉ କଲା ବିଜେପି ।

ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ରହିଛି।ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ।

ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଧାନସଭା ଘେରାଉ କଲା ବିଜେପି ।

ଭୁବନେଶ୍ୱର : ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ରହିଛି । ଏଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ । ଏହା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆକୁ ହସ୍ତାନ୍ତର କରିବା ଦାବି ନେଇ ଭୁବନେଶ୍ବର ଜିଲ୍ଲା ବିଜେପି ଆଜି ବିଧାନସଭା ଘେରାଉ କରିଥିଲା । ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଏକାଠି ହୋଇ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କାର୍ଯ୍ୟକର୍ତାଙ୍କ ସହ ପୋଲିସର ଧସ୍ତାଧସି କାରଣରୁ ବହୁ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି । ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ବିଜେଡି କର୍ମୀ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ହୋଇଥିବା ଯୋଗୁଁ ପୋଲିସ ଏପର୍ଯ୍ୟନ୍ତ ତାକୁ ଗିରଫ କରିନାହିଁ । ପୋଲିସ ଶାସକ ଦଳ ଚାପରେ କାର୍ଯ୍ୟ କରୁଛି । ପରୀ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆକୁ ହସ୍ତାନ୍ତର କରାଯାଉ । ଏହି ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ ଘଟଣାକୁ ଚପାଇ ଦେବା ଲାଗି ଯେଉଁ ଅପପ୍ରୟାସ ଚାଲିଛି ତା’ର ପର୍ଦାଫାଶ ହେବା ଦରକାର ଏବଂ ଦୋଷୀଙ୍କୁ କଠୋର ଦିଆଯାଉ ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତା’ର ସହଯୋଗୀଙ୍କୁ ଗିରଫ କରି କଠୋର ଦଣ୍ଡ ଦିଆଯାଉ । ଶାସକ ଦଳ ଚାପରେ ତଦନ୍ତ ନକରିବା, କର୍ତ୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର କରିଥିବାରୁ ନୟାଗଡ ଏସପି ଏବଂ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ସିଂ ଦାବି କରିଛନ୍ତି ।

ଏହି ଘେରାଉ କାର୍ଯ୍ୟକ୍ରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ଜିଲ୍ଲାର ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦେବ, ଅରୁଣ ପୁରୋହିତ, ରାମରଣ ସିଂହ, ଜଗନ୍ନାଥ ବେହେରା, ସନ୍ତୋଷ ଜେନା, ଫିରୋଜ ଖାନ, ଶଶୀପ୍ରଭା ରଥ, ଅଞ୍ଜନ ନାଥ, ଦାମଦୋର ବେହେରା, ଯତୀନ୍ଦ୍ର ମହାନ୍ତି, ବିଜୟ କୁମାର ରାଉତ, ସୁଶାନ୍ତ କୁମାର ସାବତ, ମନୋଜ ପଶ୍ଚିମକବାଟ, ରଶ୍ମି ରଞ୍ଜନ ମହାପାତ୍ର, ଦିଲ୍ଲୀପ ବେହେରା, ରଶ୍ମିରଞ୍ଜନ ମୁଦୁଲି, ମନ୍ଦାକିନୀ ପାତ୍ର, ତୃପ୍ତିମୟୀ ମକଦ୍ଦମ, ସୁଭାସିନୀ ପୃଷ୍ଟି, ମାନସୀ ମଞ୍ଜରୀ ରାୟ, ଉନ୍ନତି ପରିଡା, ସୁନିତା ପତିଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget