ଭୁବନେଶ୍ୱର ; ନୟାଗଡ଼ର ଯଦୁପୁର ଗ୍ରାମର ୫ବର୍ଷର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ଅଭିଯୋଗରେ ସଂପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ବହିସ୍କାର ଦାବି କରି ଏବଂ ପରୀକୁ ଉପଯୁକ୍ତ ନ୍ୟାୟ ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓ ଭୁବନେଶ୍ଵର ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ଦାସଙ୍କ ନେତୃତ୍ବରେ ଶତାଧୁକ ଯୁବ ଓ ମହିଳା ଶୋଭାଯାତ୍ରାରେ ଯାଇ ମାଷ୍ଟରକ୍ୟାଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାଶ କହିଲେ ପରୀର ପିତାମାତାଙ୍କ ଅଭିଯୋଗ ଅନୁଯାୟି ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ସହଯୋଗୀ ବାବୁଲି ନାୟକ ହିଁ ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଅପରାଧୀଙ୍କୁ ଘଟ ଘୋଡ଼ାଇବା ସହ ଏହି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ କରୁଛି । ସେଥିପାଇଁ ଦୀର୍ଘ ଗରିମାସ ବିତିଯାଇଥିଲେ ମଧ୍ୟ ପୋଲିସ କିଛି ପଦକ୍ଷେପ ନନେଇ ଚୁପଚାପ ବସିଯାଇଛି । ଏହା ଗଣତନ୍ତ୍ର ପ୍ରତି ବିପଦ । ମୁଖ୍ୟମନ୍ତ୍ରୀ ମଧ୍ୟ ମନ୍ତ୍ରୀଙ୍କୁ ଇଂଟ ଘୋଡାଉଛନ୍ତି । ଏଣୁ ରାଜ୍ୟ ସରକାର ପରୀ ଘଟଣାକୁ ଚପାଇ ଦେବାକୁ ହୀନ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ଦାଶ । ଜଣେ ମନ୍ତ୍ରୀ ଅଭିଯୁକ୍ତ ଥାଇ ଯଦି ମନ୍ତ୍ରୀ ପଦରେ ରୁହେ ତେବେ ତଦନ୍ତରେ ବାଧା ଉପୁଯିବାର ଆଶକା କରାଯାଉଛି । ତେଣୁ କଂଗ୍ରେସ ଦଳ ସିବିଆଇ ତଦନ୍ତ ସହ ପରୀ ହତ୍ୟା ଘଟଣାର ତଦନ୍ତ ନ ସରିଲା ପର୍ଯ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିବାକୁ ଦାବି କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ମୋହନ ଜେନା, ଅଶୋକ ଦାସ, ଏସ୍କେ ଆପତାବ ଅଲ୍ଲୀ, ରାଜୀବ ପଟ୍ଟନାୟକ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ମିହରି ଆଶ୍ଚର୍ଯ୍ୟ, ଯୋଗୀନାଥ ନାୟକ, ଶ୍ରୀୟା ମହାନ୍ତି, ୟାସିର ନୱାଳ, ରଞ୍ଜିତ ପାତ୍ର, ଅକ୍ଷୟ ଦାସ, କ୍ଷୀରୋଦ ବେହେରା, ମନୋଜ ସାହୁ, ନିରୋଜମଞ୍ଜରୀ ଗଡ଼ନାୟକ, ନିରୁପମା ପାତ୍ର, ଦେବରାଜ ମିଶ୍ର, ସୌମେନ୍ଦ୍ର ମହାନ୍ତି, ସଂଟୁ ମଲ୍ଲିକ, ଏକେ ତାଙ୍କୀୟିନ, ଅନିଲ ଦାସ, ଶୁଭ୍ରଜ୍ୟୋତି ଲେଙ୍କାଙ୍କ ସମେତ ଶତାଧୁକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
Post a Comment