ଭୁବନେଶ୍ବର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍ଫରେନ୍ସି ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ୍ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଛନ୍ତି । ଶହୀଦଙ୍କ ତ୍ୟାଗ କେବେହେଲେ ବିଫଳ ହେବ ନାହିଁ ବୋଲି ପ୍ରକାଶ କରି କୋଭିଡ୍ ବିରୁଦ୍ଧରେ ଏହି ଲଢ଼େଇରେ ଆମେ ନିଶ୍ଚିତ ଜିତିବା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶହୀଦ କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗର ସୁତି ରକ୍ଷା ପାଇଁ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି । ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ୍ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବବୃନ୍ଦ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ସଂଯୋଜନା କରିଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ଶହୀଦ ମାଧୋ ସିଂଙ୍କୁ ରାଜ୍ୟ ବୀରତା ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ନେତୃତ୍ଵରେ ବରଗଡ଼ ର୍ଭିସରୁ ଆରମ୍ଭ ଆନ୍ଦୋଳନ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇଥିଲା ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁରକ୍ଷା ସହ ଦେଶର ଅଖଣ୍ଡତା ପ୍ରତି ଏହି ବୀର ଶହୀଦଙ୍କ ଅସୀମ ତ୍ୟାଗ ସର୍ବଦା ପ୍ରେରଣାଦାୟୀ ରହିବ ବୋଲି କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରବୀଣ ହକି ଖୋଳାଳୀ ମାଇକେଲ୍ କିଣ୍ଡାଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି । ଶ୍ରୀ କିଣ୍ଡୋଙ୍କୁ ଜଣେ କିମ୍ବଦନ୍ତୀ ଖେଳାଳୀ ଭାବରେ ବର୍ଣ୍ଣନା କରି ବିଶ୍ୱ ହକିକୁ ତାଙ୍କର ଅବିସ୍ମରଣୀୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ କେଉଁଝର ଜିଲ୍ଲାର ୭ଟି ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଆଇଏସ୍ଓ ପ୍ରମାଣପତ୍ର ପାଇଥିବାରୁ କେଉଁଝର ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି । ଏହି କେନ୍ଦ୍ରଗୁଡ଼ିକ ନିରବଚ୍ଛିନ୍ନ ଭାବରେ ସ୍ବାସ୍ଥ୍ୟସେବା ଯୋଗାଇବାରେ ସେମାନଙ୍କ ସାମର୍ଥ୍ୟ ପ୍ରଦର୍ଶନ କରି ଆବଶ୍ୟକ ନିୟାମକ ହାସଲ କରିଛନ୍ତି ବୋଲି ସେ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀ ସମଗ୍ର ବିଶ୍ୱ ପାଇଁ ଏକ ବୃହତ ଆହ୍ବାନ ଭାବେ ଉଭା ହୋଇଥିବାବେଳେ ଅନେକ ବ୍ୟକ୍ତି ଓ ସଂଗଠନ ଦୁର୍ଭାଗା ଲୋକମାନଙ୍କୁ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି । ମାନବିକତା ପ୍ରତି ସେମାନଙ୍କ ସାହସ, ନିଷ୍ଠା ଓ ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସହରାଞ୍ଚଳ ଆବାସ ମିଶନ ଅଧୀନରେ ସହରର ଗରିବ ଲୋକମାନଙ୍କୁ ଗୃହ ଯୋଗାଇଦେବା ପରି ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ରାଜ୍ୟର ୧୧୪ ସହର ଓ ନଗରର ୧,୩୯, ୧୪୯ ଜଣ ବାସଗୃହହୀନଙ୍କ ପାଇଁ ଆବାସ ଗୃହକୁ ସଂକ୍ରୁର କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜଧାନୀ ଅଞ୍ଚଳ ସହର ପରିବହନ (କୁଟ୍), ଭୁବନେଶ୍ବର ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ତ୍ରୟୋଦଶ ସହର ଗମନାଗମନ ଜାତୀୟ ସମ୍ମିଳନୀରେ ଉତ୍କର୍ଷ ସମ୍ମାନ ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । କେଭିଡ୍ – ୧୯ ମହାମାରୀ ସମୟରେ ନାଗରିକମାନଙ୍କ ନିମନ୍ତେ ସୁରକ୍ଷିତ ପରିବହନ ସେବା ସୁନିଶ୍ଚିତ କରିବା ପାଇଁ ‘କୁଟ୍’କୁ ଏହି ସ୍ବୀକୃତି ମିଳିଛି ବୋଲି ସେ କହିଛନ୍ତି ।
Post a Comment