ଭୁବନେଶ୍ଵର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡା଼ଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭୁବନେଶ୍ବରର ଶତାଧିକ କଂଗ୍ରେସ ଓ ବିଜେଡି ଯୁବନେତା ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ବର ୟୁନିଟ-୯ ଅଂଚଳର ବିଜୁ ଯୁବ ଜନତା ଦଳର ଉପସଭାପତି ମାନସ ପଟ୍ଟନାୟକ, ଅର୍ଜୁନ ମଲ୍ଲିକ, ମମତା ମଲ୍ଲିକ, ଲକ୍ଷ୍ମୀସାଗର ଅଂଚଳର ରାଜେନ୍ଦ୍ର ପ୍ରସାଦ ତିୱାରୀ, ରସୁଲଗଡର ଯୁବ ନେତା ପବିତ୍ର କୁମାର ଜେନା, ବିକ୍ରମ ବଳିଆରସିଂହ, ଚିନ୍ତାମଣିଶ୍ବରର ଡ. ପି.ସି. ସାହୁ, ବୁଦ୍ଧେଶ୍ୱରୀ ଅଂଚଳର ପର୍ଶୁରାମ ଜେନା, ସୁଚରିତା ଜେନାମଣି, ଇତିଶ୍ରୀ ସାହୁ, ସାହାଜାନ ଖାନ୍, ପ୍ରିୟଙ୍କା ଛୋଟରାୟ, ଙ୍କ ସମେତ ବିଜେଡି ଓ କଂଗ୍ରେସ ଦଳର ଶତାଧୁକ ଯୁବନେତା,ବୁଦ୍ଧିଜୀବୀଙ୍କ ସମେତ ବରିଷ୍ଠ ନାଗରିକମାନେ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ବାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ଵାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅନ୍ୟପଟେ ବିଜେପିର ବିକାଶ ଧାରାରେ ନିଜକୁ ସାମିଲ କରି ନୂଆ ଓଡିଶା ଗଠନ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ଯୋଗ ଦେଇଥିବା ନେତାମାନେ କହିଛନ୍ତି । ଏହି ଅବସରରେ ଭୁବନେଶ୍ଵର ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ । ରହି ନୂତନ ସଦସ୍ୟଙ୍କୁ ସ୍ବାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment